ବାକି ରହିଗଲେ ଅନେକ

ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଓଡ଼ିଶା ରାଜ୍ୟ ସରକାର ଶନିବାର ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବା ନେଇ ଘୋଷଣା କରିବା ପରେ ରବିବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ପ୍ରାୟ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଯେଉଁମାନେ ୬ ବର୍ଷ ପୂର୍ବରୁ ଆଶାବାନ୍ଧି ବସିଥିଲେ ସେମାନେ ଏବେ ସ୍ଥାୟୀ ହେବେ। ଫଳରେ ଉକ୍ତ କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି। ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତିରେ ଅନେକ କର୍ମଚାରୀ ନିରାଶ ହେବା ସାଙ୍ଗକୁ ଏବେ ଭାଙ୍ଗିପଡ଼ିଛନ୍ତି। ଏହାକୁ ଐତିହାସିକ ନିଷ୍ପତ୍ତି କୁହାଯାଉଥିଲେ ମଧ୍ୟ ଏହାଦ୍ୱାରା ରାଜ୍ୟର ସମସ୍ତ ପ୍ରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସାମିଲ କରାଯାଇନାହିଁ। କେବଳ ଯେଉଁମାନେ ଆଗକୁ ସ୍ଥାୟୀ ହୋଇଥାଆନ୍ତେ ସେମାନେ କିଛିଦିନ ପୂର୍ବରୁ ଏହି ସୁବିଧା ପାଇଯିବେ। ଯେଉଁ କର୍ମଚାରୀମାନେ ଦୀର୍ଘବର୍ଷ ହେଲା (ପ୍ରାୟ ୧୦ରୁ ୨୫ ବର୍ଷ) ସରକାରଙ୍କ ପାଇଁ ଅସ୍ଥାୟୀ ଭାବେ ବିଭିନ୍ନ ଯୋଜନା ଲାଗି କାର୍ଯ୍ୟ କରିଆସୁଛନ୍ତି ସେମାନଙ୍କୁ ଏକ ପ୍ରକାର ଅଣଦେଖା କରାଯାଇଛି। କେବଳ ସେତିକି ନୁହେଁ ଆଉଟ ସୋର୍ସିଂ ମାଧ୍ୟମରେ ସରକାରଙ୍କ ଏକାଧିକ କାର୍ଯ୍ୟ କରୁଥିବା ରାଜ୍ୟର ଲକ୍ଷାଧିକ କର୍ମଚାରୀ ମଧ୍ୟ ଏଭଳି ନିଷ୍ପତ୍ତିରେ ନିରାଶ ହୋଇଛନ୍ତି।
ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଆଉଟସୋର୍ସିଂ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଲୋକସେବା ଭବନଠାରୁ ଆରମ୍ଭକରି ଜିଲା ଏବଂ ବ୍ଲକସ୍ତର ପର୍ଯ୍ୟନ୍ତ ଅନୁଧ୍ୟାନ କଲେ ଦେଖିବେ ସବୁଠି ଆଉଟସୋର୍ସିଂ ପିଲାମାନେ ହିଁ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କାର୍ଯ୍ୟକାରୀ ହେଉଥିବା ପ୍ରାୟ ସମସ୍ତ ଯୋଜନାରେ ଆଉଟସୋର୍ସିଂ ପିଲାମାନେ କାମ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଏହି ଯୋଜନାଗୁଡ଼ିକ ଲାଗି ରାଜ୍ୟ ସରକାର ଏକ ପିଏମ୍‌ୟୁ(ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌) ଗଠନ କରିବେ। ଏଥିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଯୁକ୍ତି ଦେବେ, ଯେଉଁମାନେ ଯୋଜନାଗୁଡ଼ିକ କିପରି ଠିକ୍‌ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ କାମ କରିବେ। ହେଲେ ସରକାର ଜାଣିଶୁଣି ପିଲାଙ୍କୁ ଠିକାରେ ନିଯୁକ୍ତି ଦେବା ପରିବର୍ତ୍ତେ ଆଉଟସୋର୍ସିଂ ସଂସ୍ଥା ହାତରେ ଏହି ଦାୟିତ୍ୱ ଧରାଇ ଦେଇଛନ୍ତି। ଏହିଭଳି ବିଭିନ୍ନ ଯୋଜନାର କାର୍ଯ୍ୟ ଆଉଟସୋର୍ସିଂ ଜରିଆରେ ପ୍ରାୟ ୧୦ ବର୍ଷରୁ ଅଧିକ ଦିନ ହେଲା କର୍ମଚାରୀମାନେ କରୁଛନ୍ତି। ଏହି କର୍ମଚାରୀମାନେ ସରକାରୀ କାର୍ଯ୍ୟ ପାଇଁ ଦୀର୍ଘ ସମୟ ଦିନକୁ ଦେଉଛନ୍ତି। ହେଲେ ସରକାର ଯେଉଁମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉଛନ୍ତି ସେମାନେ କ’ଣ କାମ କରୁଛନ୍ତି ସେକଥା ଅଫିସ୍‌କୁ ଗଲେ ଜଣାପଡ଼ିଯିବ। ଏହି ଆଉଟସୋର୍ସିଂ ଜରିଆରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କ ଯୁବା ବୟସ ମଧ୍ୟ ଚାଲିଗଲାଣି। ଫଳରେ ଉକ୍ତ କର୍ମଚାରୀମାନଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସରକାର କହୁଛନ୍ତି ରାଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିଛି ତେବେ ଯେଉଁମାନେ ପାଖାପାଖି ୨୦ ବର୍ଷ ହେବ ଠିକା କର୍ମଚାରୀ ଭାବେ କାର୍ଯ୍ୟ କଲେଣି ସେମାନଙ୍କ ନିମନ୍ତେ ସ୍ଥାୟୀ ନିଯୁକ୍ତି ସମ୍ପର୍କିତ ଘୋଷଣା କାହିଁକି କଲେନାହିଁ ବୋଲି ସେ କହିଛନ୍ତି।
ସେହିପରି ରାଜ୍ୟରେ ଡିଏଲ୍‌ଆର ଏବଂ ଏନ୍‌ଏମ୍‌ଆର୍‌ ଭାବେ ୧୯୯୬ ମସିହାରୁ ବହୁ କର୍ମଚାରୀ କାମ କରିଆସୁଛନ୍ତି। ସେମାନଙ୍କ ଚାକିରି ସ୍ଥାୟୀ ହେବା ନେଇ ୧୯ ମେ ୧୯୯୭ ମସିହାରେ ରାଜ୍ୟ ସରକାରଙ୍କ ଅର୍ବାନ ବିଭାଗ ପକ୍ଷରୁ ଏକ ଚିଠି ପ୍ରକାଶ ପାଇଥିଲା। ଯେଉଁମାନଙ୍କ ଚାକିରି ୧୦ ବର୍ଷ ହୋଇଥିବ ସେମାନେ ସ୍ଥାୟୀ ହେବେ ବୋଲି ସେଥିରେ ଉଲ୍ଲେଖ ଥିଲା। ହେଲେ ଉକ୍ତ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ରାଜ୍ୟରେ ଡିଏଲ୍‌ଆର ଏବଂ ଏନ୍‌ଏମ୍‌ଆର୍‌ ଭାବେ ମୋଟ ୩୮୦୦ କର୍ମଚାରୀ କାମ କରୁଛନ୍ତି। ତେବେ ପୌର ଅସ୍ଥାୟୀ କର୍ମଚାରୀ ମହାସଂଘ ସାଧାରଣ ସମ୍ପାଦକ ରଶ୍ମୀ ରଞ୍ଜନ ଗୁରୁ କହିଛନ୍ତି, ସରକାର ମନଇଚ୍ଛା ୬ ବର୍ଷ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେ କିନ୍ତୁ ୨୫ ବର୍ଷ ହେଲା ସେମାନେ କାମ କରିବା ସତ୍ତ୍ୱେ ତାଙ୍କ କଥା ଚିନ୍ତା କଲେ ନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଳ୍ପ କିଛିଦିନ ମଧ୍ୟରେ ଅବସର ନେବେ। ସେମାନଙ୍କ ପରିବାର ଆଗକୁ କେମିତି ଚଳିବେ ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ରାତି, ଦିନ ଏକ କରି ସରକାରଙ୍କ ପାଇଁ କାମ କରିବା ସତ୍ତ୍ୱେ କାହିଁକି ସେମାନଙ୍କ କଥାକୁ ସରକାର ଗୁରୁତ୍ୱ ଦେଉନାହାନ୍ତି ବୋଲି ଗୁରୁ ପ୍ରଶ୍ନ କରିଛନ୍ତି।
ସେହିପରି ଏନ୍‌୍‌୍‌ଆର୍‌ଏଚ୍‌ଏମ୍‌(ନ୍ୟାଶନାଲ ରୁରାଲ ହେଲ୍‌ଥ ମିଶନ), ସର୍ବଶିକ୍ଷା ଅଭିଯାନ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯେଉଁମାନଙ୍କୁ ରାଜ୍ୟ ସରକାର ଠିକା ନିଯୁକ୍ତି ଦେଇଛନ୍ତି ପ୍ରତିବର୍ଷ ସେମାନଙ୍କ କାର୍ଯ୍ୟକାଳ ରିନ୍ୟୁ କରାଯାଉଛି। ଏହି ଯୋଜନାଗୁଡ଼ିକ ଦୀର୍ଘବର୍ଷ ହେଲା ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ଏହି ଯୋଜନା ଚାଲିବ। ହେଲେ ସରକାର ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ କିଛି ନିଷ୍ପତ୍ତି ନେଇନାହାନ୍ତି। ଏହିଭଳି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ପ୍ରାୟ ୪୦ ହଜାରରୁ ଅଧିକ ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେହିପରି ରାଜ୍ୟରେ ଶତାଧିକ ସଂଖ୍ୟାରେ ଗ୍ରାମରକ୍ଷୀ, ହୋମ୍‌ଗାର୍ଡ, ଜିଆର୍‌ଏସ୍‌ ଏବଂ ବ୍ଲକଗ୍ରାଣ୍ଟ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ କଥାକୁ ମଧ୍ୟ ସରକାର ଧ୍ୟାନ ଦେଇନାହାନ୍ତି।
ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବହୁ ଯୁବକଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଛି। ସରକାର ଯଦି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କଲେ ତେବେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତଙ୍କ ଲାଗି ଚିନ୍ତା କରିବାର ଆବଶ୍ୟକତା ଥିଲା। ଏଭଳି କରି ସରକାର ଏକପାଖିଆ ନିଷତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏସବୁ ସତ୍ତ୍ୱେ ଭୁବନେଶ୍ୱର ସ୍ଥିତ ଜଣେ ବରିଷ୍ଠ ଖବରଦାତା କହିଛନ୍ତି, ଠିକା କର୍ମଚାରୀମାନେ ସ୍ଥାୟୀ ହୋଇଗଲେ ସେମାନଙ୍କ ପୂର୍ବ ଦକ୍ଷତା ବାଧାପ୍ରାପ୍ତ ହେବ ଏବଂ ସରକାରୀ ସେବାରେ ତା’ର କୁପ୍ରଭାବ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri