Categories: ନୂଆପଡ଼ା

ଠିକାଦାରଙ୍କୁ ଗୁଳି ମାଡ: ୩ ଗିରଫ

ନୂଆପଡା ଅଫିସ/ଖଡିଆଳ,୯ା୧୦-ନୂଆପଡ଼ା ଜିଲା ଖଡିଆଳ ସହରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଠିକାକାମକୁ ନେଇ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ପବନ ଅଗ୍ରୱାଲ (୫୫)ନାମକ ଏହି ଠିକାଦାରଙ୍କ ହାତରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ପୋଲିସ ଗିରିରାଜ ମାଝି(୩୪), ଶୋଭା ମାଝି (୨୫) ଏବଂ ଚୈତନ୍ୟ ମାଝି (୪୦) ନାମକ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ବନ୍ଧୁକ ସହ ୨୪ଟି ଗୁଳି ଜବତ ହୋଇଛି। ପୋଲିସ କହିଛି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକା କାମକୁ ନେଇ ଦୁଇପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତକ୍ଷିପ୍ତ ହୋଇ ଗୋଟିଏ ପକ୍ଷର ଯୁବକମାନେ ଗୁଳି ଫୁଟାଇଥିଲେ।