Categories: ଜାତୀୟ

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ଗ୍ବାଲିୟର,୨୦।୪: ଚା’ବାଲା ହୋଇ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ତେବେ ସେ ବି ଦିନେ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ଗ୍ବାଲିୟର ଜଣେ ଚା’ ଦୋକାନୀ। ମଧ୍ୟ ପ୍ରଦେଶ ଗ୍ବାଲିୟରରେ ଚା’ ଦୋକାନ କରିଥିବା ଆନନ୍ଦ ସିଂ କୁଶାଓ୍ବାହ ଏଥର ଗ୍ବାଲିୟର ଲୋକ ସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଏହା ପୂର୍ବରୁ ସେ ୨୨ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଛନ୍ତି। କେବଳ ସେତିକି ନୁହେଁ ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରିଛନ୍ତି। ହେଲେ ମନରେ ତାଙ୍କର ଆଶା ରହିଛି ଦିନେ ନା ଦିନେ ସେ ବିଜୟ ଲାଭ କରିବେ। ସୂଚନାଯୋଗ୍ୟ,୧୯୯୪ରୁ ଆଜି ପର୍ଯ୍ୟନ୍ତ ସେ ପ୍ରତିଟି ନିର୍ବାଚନରେ ଭାଗ ନେଇ ଆସୁଥିବା ପ୍ରକାଶ କରିଛନ୍ତି।

Share