ବଢ଼ିବ କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ, ୨୭।୪: ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ରାଜ୍ୟଗୁଡ଼ିକ ପାଇଁ ସବିଶେଷ କଣ୍ଟେନମେଣ୍ଟ ଯୋଜନା ଜାରି କରିଛନ୍ତି।
ଗୋଟିଏ ଦିନରେ ସର୍ବାଧିକ ୩,୫୨,୯୯୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ୨,୮୧୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି। ସେହିପରି ସୋମବାର ସକାଳ ସୁଦ୍ଧା ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୧,୯୫,୧୨୩ରେ ପହଞ୍ଚତ୍ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। କ୍ରମାଗତ ଭାବେ ୫ ଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହିଛି। ଫଳରେ ସକ୍ରିୟ ମାମଲା ସଂଖ୍ୟା ୨୮,୧୩,୬୫୮କୁ ବୃଦ୍ଧି ପାଇଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଛନ୍ତି। କୋଭିଡ୍‌ ପରିଚାଳନାକୁ କଡ଼ାକଡ଼ି କରିବା ସହ ଅଧିକ ପ୍ରଭାବିତ ଅଞ୍ଚଳରେ ସଂକ୍ରମଣକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। କେନ୍ଦ୍ର ଗାଇଡ୍‌ଲାଇନ ଅନୁଯାୟୀ ଯଉଁଠି ଅତ୍ୟଧିକ ସଂକ୍ରମଣ ହେଉଛି, ସେଠାରେ ଆକ୍ରାନ୍ତ କିମ୍ବା ତାଙ୍କ ପରିବାରକୁ କ୍ୱାରାଣ୍ଟାଇନରେ ରଖିଦେଲେ ଚଳିବ ନାହଁ। ଉକ୍ତ ଅଞ୍ଚଳକୁ ସ୍ପଷ୍ଟ ବାଉଣ୍ଡାରି ସହ କଣ୍ଟେନମେଣ୍ଟ ଜୋନ୍‌ କରିବାକୁ ହେବ। ସଂକ୍ରମଣ ଯେପରି ଉକ୍ତ ଅଞ୍ଚଳ ବାହାରକୁ ନ ଯାଏ ସେଥିପାଇଁ କଡ଼ା ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ସଂକ୍ରମଣ ସ୍ଥିତିକୁ ଦେଖି ସହର, ଜିଲା ଭଳି ବୃହତ ଅଞ୍ଚଳକୁ ଆବଦ୍ଧାଞ୍ଚଳ କରାଯାଇପାରିବ। ସପ୍ତାହେ ମଧ୍ୟରେ ଗୋଟିଏ ଅଞ୍ଚଳରେ ପଜିଟିଭ୍‌ ହାର ୧୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଥିଲେ ଏବଂ ହସ୍ପିଟାଲ ବେଡ୍‌ର ୬୦%ରୁ ଅଧିକ ପୂରଣ ହୋଇଥିଲେ ସେଠାରେ ଏଭଳି କଟକଣା ଲଗାଯାଇପାରିବ। ଆବଦ୍ଧାଞ୍ଚଳରେ ସ୍ଥାନୀୟ ପ୍ରଶାସନ ରାତ୍ର କର୍ଫ୍ୟୁ ଲଗାଇବା ସହ ଅଧିକ ଲୋକ ଏକାଠି ନ ହେବା ପାଇଁ ସାମାଜିକ ଓ ଜନସମାଗମକୁ ନିଷେଧ କରାଯିବ। ଉକ୍ତ ଅଞ୍ଚଳର ସମସ୍ତ ଶପିଂ କମ୍ପ୍ଲେକ୍ସ, ସିନେମା ହଲ୍‌, ରେଷ୍ଟୁରାଣ୍ଟ ଓ ବାର୍‌, ସ୍ପୋଟର୍‌ସ କମ୍ପ୍ଲେକ୍ସ, ଜିମ୍‌, ସ୍ପା, ସୁଇମିଂ ପୁଲ୍‌, ଧର୍ମସ୍ଥାନ ଆଦିକୁ ବନ୍ଦ ରଖିବା ଲାଗି କୁହାଯାଇଛି। ସେହିପରି ଅଳ୍ପ କର୍ମଚାରୀରେ ଅଫିସ ଚଳାଇବା ସହ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସୀମିତ ଲୋକଙ୍କୁ ଅନୁମତି ଦେବାକୁ କୁହାଯାଇଛି। କଟକଣା ଅନୂ୍ୟନ ୧୪ ଦିନ ଲାଗୁ ହେବା ଆବଶ୍ୟକ। କଣ୍ଟେନମେଣ୍ଟ ଘୋଷଣା କରିବା ପୂର୍ବରୁ ସର୍ବସାଧାରଣରେ ଏ ସମ୍ପର୍କରେ ଘୋଷଣା କରିବାକୁ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri