Categories: ଜାତୀୟ

ବିଜୟ ମାଲ୍ୟାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା: ଜାନୁୟାରୀରେ ୧୮ ଶେଷ ଶୁଣାଣି

ନୂଆଦିଲ୍ଲୀ,୩୦।୧୧: ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ହୋଇଥିବା ଅବମାନନା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜାନୁଆରୀ ୧୮ରେ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟ ବିଚାର କରିବେ। ୨୦୧୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ମଙ୍ଗଳବାର କୋର୍ଟ କହିଛନ୍ତି ଯେ, ଦୋଷୀଙ୍କୁ ପ୍ରତ୍ୟର୍ପଣ ହେଉ କିମ୍ବା ନ ହେଉ, ଦଣ୍ଡବିଧାନର ରାୟକୁ ଆଉ ଅପେକ୍ଷା କରାଯିବ ନାହିଁ। ଜଷ୍ଟିସ ୟୁ ୟୁ ଲଲିତଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଦୋଷୀ ତାଙ୍କ ଓକିଲଙ୍କ ମାଧ୍ୟମରେ ମାମଲା ଉପସ୍ଥାପନ କରିପାରିବେ। ଏହି ମାମଲାରେ ସହାୟତା କରିବା ପାଇଁ କୋର୍ଟ ବରିଷ୍ଠ ଆଡଭୋକେଟ ଜୟଦୀପ ଗୁପ୍ତାଙ୍କୁ ଆମିକସ କ୍ୟୁରି ଭାବରେ ନିଯୁକ୍ତ କରିଛନ୍ତି।
ବ୍ୟାଙ୍କଗୁଡିକରୁ ହଜାରେ କୋଟି ଟଙ୍କା ପଠାଇବା ପରେ ସୁପ୍ରିମକୋର୍ଟ ୯ ମେ ୨୦୧୭ରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Share