ମୋବାଇଲ୍‌ ସିମ୍‌ ଭଳି ବିଦ୍ୟୁତ୍‌ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ମୁଖରେ ଅନୁମୋଦନ ପାଇଁ ଏହାକୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଛି। ଏହାଦ୍ୱାରା ଉପଭୋକ୍ତାମାନେ ଏଣିକି ମୋବାଇଲ ସଂଯୋଗକୁ ପୋର୍ଟ କରିବା ଭଳି ବିଦ୍ୟୁତ୍ ସଂଯୋଗକୁ ମଧ୍ୟ ପରିବର୍ତ୍ତନ କରିପାରିବେ। ଫଳରେ ବିଦ୍ୟୁତ୍  ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ସୁଯୋଗ ମିଳିବା ସହିତ ବିତରଣକାରୀ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇପାରିବ। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୧ ଉପରେ ବିଚାର ଏବଂ ଅନୁମୋଦନ ପାଇଁ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ ଆଣିବାକୁ ସରକାର ଚାହୁଁଛନ୍ତି। ୧୩ ଅଗଷ୍ଟରେ ମୌସୁମୀ ଅଧିବେଶନ ଶେଷ ହେବ। ୨୦୨୧ ଜୁଲାଇ ୧୨ରେ ଜାରି ହୋଇଥିବା ଲୋକସଭାର ବୁଲେଟିନ ଅନୁଯାୟୀ, ବିଦ୍ୟୁତ୍‌ ସଂଶୋଧନ ବିଲକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ୧୭ଟି ବିଲ୍‌ ମଧ୍ୟରେ ତାଲିକାଭୁକ୍ତ କରାଯାଇଛି।
ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି ଯେ, ପ୍ରସ୍ତାବିତ ସଂଶୋଧନ ବିଦ୍ୟୁତ୍‌ ଆଇନର ବଣ୍ଟନ ବ୍ୟବସାୟରୁ ଲାଇସେନ୍ସକୁ ହଟାଇବ ଏବଂ ପ୍ରତିଯୋଗିତା ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ସହିତ ପ୍ରତ୍ୟେକ କମିଶନରେ ଆଇନ ପେଶା ସହିତ ସମ୍ପର୍କ ରଖିଥିବା ସଦସ୍ୟଙ୍କୁ ନିଯୁକ୍ତ କରାଯିବ। ଏହା ବ୍ୟତୀତ ବିଦ୍ୟୁତ୍‌ ଅପିଲ ଟ୍ରିବ୍ୟୁନାଲ (ଏପିଟିଇଏଲ୍‌)କୁ ସଶକ୍ତ କରିବା ଏବଂ ବିକଳ୍ପ ଶକ୍ତି ଉତ୍ସ କ୍ରୟ ପ୍ରତିଶ୍ରୁତି ବଦ୍ଧତା (ଆର୍‌ପିଓ) ପୂରଣ ନ କରାଗଲେ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri