ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୨।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରୁଛନ୍ତି। ଅପରପକ୍ଷରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସମୟରେ ସଚେତନତା ଅଭିଯାନ ଚଳାଇ ଆସୁଛି। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କୁ ‘ଅପ୍‌ ଟୁ’ ଅଥବା ‘ପର୍ଯ୍ୟନ୍ତ’ ସ୍କାମ୍‌ ଏବଂ ସର୍ତ୍ତମୂଳକ ଅଫରରୁ ବିରତ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ମଧ୍ୟ ସଚେତନ କରାଉଛି। ଆଗକୁ ବି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଥିବା ସମସ୍ତ ପ୍ରତିଷ୍ଠାନର ପର୍ଦ୍ଦାଫାଶ କରିବାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପ୍ରତିଶ୍ରୁତିବଦ୍ଧ ବୋଲି ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷର କାରବାର ୨୫ରୁ ୫୦% ବିକ୍ରୟ ଅଭିବୃଦ୍ଧି ବଢ଼ିପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ଯୋଗୁ ନିବେଶକମାନେ ଅଧିକ ପରିମାଣରେ ସୁନା କିଣୁଛନ୍ତି। ଆଗକୁ ବିବାହ ଋତୁ ଆସୁଥିବାରୁ ଗ୍ରାହକମାନେ ଧନ୍‌ତେରସ୍‌ ଓ ଦୀପାବଳି ଅବସରରେ ଚାଲିଥିବା ଅଫରର ସୁଯୋଗ ନେଇ କିଣାକିଣି କରିବେ। ଉଲ୍ଲେଖଯୋଗ୍ୟ, ଆଲୋକର ପର୍ବ ଦୀପାବଳି ଏବଂ ଧନତେରସ୍‌ର ଶୁଭ ଅବସରରେ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର୍‌ ଦିଆଯାଉଛି, ଏପରିକି ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ ୬୨୫ ଟଙ୍କା ଏବଂ ହୀରା ମୂଲ୍ୟ ଉପରେ ପ୍ରତି କ୍ୟାରେଟ୍‌ ପିଛା ଫ୍ଲାଟ୍‌ ୨୦,୦୦୦ ଟଙ୍କା ରିହାତି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?