ଖାଦ୍ୟ ମାନ ଗ୍ରାହକଙ୍କୁ ଅଜଣା

ଭୁବନେଶ୍ୱର,୨୮ା୧୨(ଅନିଲ ଦାସ): ସପ୍ତାହକୁ ଥରେ କିମ୍ବା ଦୁଇଥର ପରିବାର ସହ ଲୋକମାନେ ନିଜ ପସନ୍ଦର ହୋଟେଲ କିମ୍ବା ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ବିଶେଷକରି ଯୁବବର୍ଗଙ୍କ ଘର ଖାଦ୍ୟ ଅପେକ୍ଷା ରେଷ୍ଟୁରାଣ୍ଟ କିମ୍ବା ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ ଖାଇବା ଏକ ଟ୍ରେଣ୍ଡ୍‌ ହୋଇଗଲାଣି। ତେବେ ପାଟିକୁ ସୁଆଦିଆ ଲାଗୁଥିବା ସେହି ଖାଦ୍ୟର ମାନ କ’ଣ ତାହା ଗ୍ରାହକଙ୍କ ପାଇଁ ଅଜଣା। ନିୟମ ଅନୁଯାୟୀ ଖାଦ୍ୟ ମାନ ଯାଞ୍ଚ ହେଉ ନ ଥିବାରୁ ତାହା ସ୍ବାସ୍ଥ୍ୟୋପଯୋଗୀ କି ନୁହେଁ, ଗ୍ରାହକ ଜାଣିବା ସମ୍ଭବ ହୋଇ ନ ଥାଏ। ଆଗକୁ ନୂଆବର୍ଷ ଆସୁଥିବାରୁ ହାଟବଜାର, ଶପିଂମଲ୍‌, ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିବ। ବହୁସଂଖ୍ୟକ ଲୋକ ବାହାର ଖାଦ୍ୟ ଖାଇବେ। ତେବେ ସେହି ଖାଦ୍ୟପଦାର୍ଥର ମାନକୁ ନେଇ ଗ୍ରାହକଙ୍କ ଚିନ୍ତା ବଢୁଛି।

ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ପୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଆକ୍ଟ, ରୁଲ୍ସ ଓ ରେଗୁଲେଶନ ୨୦୧୧ ଅଗଷ୍ଟ ୫ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ମାତ୍ର ଠିକ୍‌ ଢଙ୍ଗରେ ଖାଦ୍ୟର ମାନ ଯାଞ୍ଚ ହେଉ ନ ଥିବାରୁ ଅନେକ ସମୟରେ ଭେଜାଲ ଖାଦ୍ୟ ସାମଗ୍ରୀ ରାଜ୍ୟରେ କାୟାବିସ୍ତାର କରିଚାଲିଛି। ବିଭିନ୍ନ ସହରରେ ରାସ୍ତାକଡ଼ ଷ୍ଟଲ୍‌ ଓ ହୋଟେଲରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥର ମାନ ପରୀକ୍ଷା ନିରୁତ୍ସାହଜନକ। ଏନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଓଡ଼ିଶା ମହାନଗର ନିଗମ ନିୟମ ଧାରା-୫୭୬ ଅନୁଯାୟୀ, ନିଗମ ଅଞ୍ଚଳରେ ଅପମିଶ୍ରତ ଖାଦ୍ୟ କ୍ରୟ କିମ୍ବା ବିକ୍ରୟ ନିଷେଧକୁ ସୁନିଶ୍ଚିତ କରିବା ମହାନଗର ନିଗମଗୁଡ଼ିକର ପ୍ରାଥମିକ ଦାୟିତ୍ୱ। ଖାଦ୍ୟ ନିରାପତ୍ତା ଏବଂ ମାନକ(ଏଫ୍‌ଏସ୍‌ଏସ୍‌) ଅଧିନିୟମ-୨୦୦୬ର ବ୍ୟବସ୍ଥା ଅନୁଯାୟୀ, ଖାଦ୍ୟ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଆବେଦନ କରିବା ବ୍ୟବସ୍ଥା ରହିଛି। ଖାଦ୍ୟ ନିରାପତ୍ତା କମିଶନରଙ୍କ ଅଧୀନରେ ଥିବା ଫୁଡ୍‌ ସେଫ୍ଟି ଅଫିସର ଖାଦ୍ୟ ନମୁନା ସଂଗ୍ରହ କରିବା ସହିତ ଯାଞ୍ଚ ଓ ଜବତ କରିପାରିବେ। ଏଥିସହିତ ଏଫ୍‌ଏସ୍‌ଏସ୍‌ ନିୟମ ଅନୁଯାୟୀ, ଫୁଡ୍‌ ସେଫ୍ଟି ଅଫିସରମାନେ ନିଜ ଅଧୀନରେ ଥିବା ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କ ଡାଟାବେସ୍‌ ରଖିବେ। ଯେଉଁ ବ୍ୟବସାୟୀ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ତୁରନ୍ତ ନୋଟିସ କରିବା କଥା। ମାତ୍ର ଆଶ୍ଚର୍ଯ୍ୟର କଥା, ଫୁଡ୍‌ ସେଫ୍ଟି ଅଫିସରଙ୍କ ପାଖରେ ଖାଦ୍ୟ ବ୍ୟବସାୟୀମାନଙ୍କ ତଥ୍ୟ ରହୁନାହିଁ। ଏପରି କି ରାସ୍ତାକଡ଼ ବିକ୍ରେତାମାନଙ୍କ ସଂଖ୍ୟା ବିଷୟରେ ମଧ୍ୟ ମହାନଗର ନିଗମ ନିକଟରେ କୌଣସି ସୂଚନା ରହୁନାହିଁ।

ଖାଦ୍ୟ ସୁରକ୍ଷା କମିଶନରଙ୍କ ଦ୍ୱାରା ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ, ୨୦୧୮-୧୯ରୁ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକବର୍ଷ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍‌ସି) ଏବଂ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି)ରେ ଯଥାକ୍ରମେ ମାସକୁ ୧୫, ୧୦ ଓ ୭ଟି ନମୁନା ଯାଞ୍ଚ କରାଯିବା କଥା। ସେହିପରି ମାସକୁ ଯଥାକ୍ରମେ ୪, ୪ ଓ ୫ଟି ଆଇନଗତ ନମୁନା ସଂଗ୍ରହ ହେବା କଥା। ମାତ୍ର ତାହା କରାଯାଇ ନାହିଁ। ସେହିପରି ଉଭୟ ମହାନଗର ନିଗମ ରାଜ୍ୟ ଜନସ୍ବାସ୍ଥ୍ୟ ଲାବୋରେଟୋରିକୁ ବିଶ୍ଳେଷଣ ପାଇଁ ୭୬୮ଟି ଖାଦ୍ୟ ନମୁନା ପଠାଇବାକୁ ଥିବାବେଳେ ମାତ୍ର ୫୧୮ଟି ପଠାଇଥିଲେ। ସେଥିରୁ ୪୬୮ଟି ନମୁନା ପରୀକ୍ଷା ହୋଇଥିବା ସିଏଜି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ। ତନ୍ମଧ୍ୟରୁ ୧୦୯ଟି ନମୁନା ଅପମିଶ୍ରିତ ହୋଇଥିଲା। ଏହାସତ୍ତ୍ୱେ ଅପମିଶ୍ରିତ ଖାଦ୍ୟ ବିକ୍ରୟ କରୁଥିବା ଷ୍ଟଲ୍‌ଗୁଡ଼ିକୁ କୌଣସି ନୋଟିସ ଜାରି କରାଯାଇ ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଏଥିସହିତ ଅଧିକାଂଶ ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖାଦ୍ୟ ନମୁନା ସଂଗ୍ରହ ପାଇଁ କୌଣସି ଫୁଡ୍‌ ସେଫ୍ଟି ଅଫିସର ନିଯୁକ୍ତ କରାଯାଇ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି ।

ଖାଦ୍ୟ ନିରାପତ୍ତା କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨-୨୩ରେ ରାଜ୍ୟରୁ ମୋଟ ୨୩୩୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୨୧୫୩ଟି ବିଶ୍ଳେଷଣ କରାଯାଇଛି। ୪୬୮ଟି ନମୁନାରେ ଖାଦ୍ୟ ଅପମିଶ୍ରଣ ହୋଇଥିବା ଜଣାପଡ଼ିଛି। ସେହିପରି ୨୦୨୩ ଏପ୍ରିଲରୁ ଏ ଯାଏ ରାଜ୍ୟରେ ୨୩୬୫ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ୨୨୯୫ଟିର ବିଶ୍ଳେଷଣ କରାଯାଇଛି। ସେଥିରୁ ୩୬୫ଟି ଖାଦ୍ୟ ନମୁନା ଅପମିଶ୍ରିତ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ୧୧୧ ପୌରସଂସ୍ଥା ଥିବାବେଳେ ମାତ୍ର ୬୨ ଜଣ ଫୁଡ୍‌ ସେଫ୍ଟି ଅଫିସର ୩୦ ଜିଲାରେ କାର୍ଯ୍ୟରତ ଅଛନ୍ତି। କର୍ମଚାରୀ ଅଭାବ ମଧ୍ୟ ଖାଦ୍ୟ ନମୁନା ସଂଗ୍ରହରେ ବାଧକ ହୋଇଛି।

ଭୁବନେଶ୍ୱର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ବିଶୋଇ କହିଛନ୍ତି ଯେ ଦୈନିକ ୪ରୁ ୫ଟି ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଉଛି। ପର୍ବପର୍ବାଣି ସମୟରେ ମୋଇବାଲ ଫୁଡ୍‌ ଟେଷ୍ଟିଂ ଲାବୋରେଟୋରି ଦ୍ୱାରା ଖାଦ୍ୟ ନମୁନା ସଂଗ୍ରହ କରାଯାଇ ତତ୍‌କ୍ଷଣାତ ଯାଞ୍ଚ କରାଯାଉଛି। ଅପମିଶ୍ରଣ ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଫୌଜଦାରି ମକଦ୍ଦମା କରାଯିବା ସହ ଜରିମାନା ମଧ୍ୟ କରାଯାଉଛି। ଅପମିଶ୍ରିତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri