ଖାଦ୍ୟ ମାନ ଗ୍ରାହକଙ୍କୁ ଅଜଣା

ଭୁବନେଶ୍ୱର,୨୮ା୧୨(ଅନିଲ ଦାସ): ସପ୍ତାହକୁ ଥରେ କିମ୍ବା ଦୁଇଥର ପରିବାର ସହ ଲୋକମାନେ ନିଜ ପସନ୍ଦର ହୋଟେଲ କିମ୍ବା ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ବିଶେଷକରି ଯୁବବର୍ଗଙ୍କ ଘର ଖାଦ୍ୟ ଅପେକ୍ଷା ରେଷ୍ଟୁରାଣ୍ଟ କିମ୍ବା ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ ଖାଇବା ଏକ ଟ୍ରେଣ୍ଡ୍‌ ହୋଇଗଲାଣି। ତେବେ ପାଟିକୁ ସୁଆଦିଆ ଲାଗୁଥିବା ସେହି ଖାଦ୍ୟର ମାନ କ’ଣ ତାହା ଗ୍ରାହକଙ୍କ ପାଇଁ ଅଜଣା। ନିୟମ ଅନୁଯାୟୀ ଖାଦ୍ୟ ମାନ ଯାଞ୍ଚ ହେଉ ନ ଥିବାରୁ ତାହା ସ୍ବାସ୍ଥ୍ୟୋପଯୋଗୀ କି ନୁହେଁ, ଗ୍ରାହକ ଜାଣିବା ସମ୍ଭବ ହୋଇ ନ ଥାଏ। ଆଗକୁ ନୂଆବର୍ଷ ଆସୁଥିବାରୁ ହାଟବଜାର, ଶପିଂମଲ୍‌, ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିବ। ବହୁସଂଖ୍ୟକ ଲୋକ ବାହାର ଖାଦ୍ୟ ଖାଇବେ। ତେବେ ସେହି ଖାଦ୍ୟପଦାର୍ଥର ମାନକୁ ନେଇ ଗ୍ରାହକଙ୍କ ଚିନ୍ତା ବଢୁଛି।

ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ପୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଆକ୍ଟ, ରୁଲ୍ସ ଓ ରେଗୁଲେଶନ ୨୦୧୧ ଅଗଷ୍ଟ ୫ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ମାତ୍ର ଠିକ୍‌ ଢଙ୍ଗରେ ଖାଦ୍ୟର ମାନ ଯାଞ୍ଚ ହେଉ ନ ଥିବାରୁ ଅନେକ ସମୟରେ ଭେଜାଲ ଖାଦ୍ୟ ସାମଗ୍ରୀ ରାଜ୍ୟରେ କାୟାବିସ୍ତାର କରିଚାଲିଛି। ବିଭିନ୍ନ ସହରରେ ରାସ୍ତାକଡ଼ ଷ୍ଟଲ୍‌ ଓ ହୋଟେଲରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥର ମାନ ପରୀକ୍ଷା ନିରୁତ୍ସାହଜନକ। ଏନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଓଡ଼ିଶା ମହାନଗର ନିଗମ ନିୟମ ଧାରା-୫୭୬ ଅନୁଯାୟୀ, ନିଗମ ଅଞ୍ଚଳରେ ଅପମିଶ୍ରତ ଖାଦ୍ୟ କ୍ରୟ କିମ୍ବା ବିକ୍ରୟ ନିଷେଧକୁ ସୁନିଶ୍ଚିତ କରିବା ମହାନଗର ନିଗମଗୁଡ଼ିକର ପ୍ରାଥମିକ ଦାୟିତ୍ୱ। ଖାଦ୍ୟ ନିରାପତ୍ତା ଏବଂ ମାନକ(ଏଫ୍‌ଏସ୍‌ଏସ୍‌) ଅଧିନିୟମ-୨୦୦୬ର ବ୍ୟବସ୍ଥା ଅନୁଯାୟୀ, ଖାଦ୍ୟ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଆବେଦନ କରିବା ବ୍ୟବସ୍ଥା ରହିଛି। ଖାଦ୍ୟ ନିରାପତ୍ତା କମିଶନରଙ୍କ ଅଧୀନରେ ଥିବା ଫୁଡ୍‌ ସେଫ୍ଟି ଅଫିସର ଖାଦ୍ୟ ନମୁନା ସଂଗ୍ରହ କରିବା ସହିତ ଯାଞ୍ଚ ଓ ଜବତ କରିପାରିବେ। ଏଥିସହିତ ଏଫ୍‌ଏସ୍‌ଏସ୍‌ ନିୟମ ଅନୁଯାୟୀ, ଫୁଡ୍‌ ସେଫ୍ଟି ଅଫିସରମାନେ ନିଜ ଅଧୀନରେ ଥିବା ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କ ଡାଟାବେସ୍‌ ରଖିବେ। ଯେଉଁ ବ୍ୟବସାୟୀ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ତୁରନ୍ତ ନୋଟିସ କରିବା କଥା। ମାତ୍ର ଆଶ୍ଚର୍ଯ୍ୟର କଥା, ଫୁଡ୍‌ ସେଫ୍ଟି ଅଫିସରଙ୍କ ପାଖରେ ଖାଦ୍ୟ ବ୍ୟବସାୟୀମାନଙ୍କ ତଥ୍ୟ ରହୁନାହିଁ। ଏପରି କି ରାସ୍ତାକଡ଼ ବିକ୍ରେତାମାନଙ୍କ ସଂଖ୍ୟା ବିଷୟରେ ମଧ୍ୟ ମହାନଗର ନିଗମ ନିକଟରେ କୌଣସି ସୂଚନା ରହୁନାହିଁ।

ଖାଦ୍ୟ ସୁରକ୍ଷା କମିଶନରଙ୍କ ଦ୍ୱାରା ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ, ୨୦୧୮-୧୯ରୁ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକବର୍ଷ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍‌ସି) ଏବଂ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି)ରେ ଯଥାକ୍ରମେ ମାସକୁ ୧୫, ୧୦ ଓ ୭ଟି ନମୁନା ଯାଞ୍ଚ କରାଯିବା କଥା। ସେହିପରି ମାସକୁ ଯଥାକ୍ରମେ ୪, ୪ ଓ ୫ଟି ଆଇନଗତ ନମୁନା ସଂଗ୍ରହ ହେବା କଥା। ମାତ୍ର ତାହା କରାଯାଇ ନାହିଁ। ସେହିପରି ଉଭୟ ମହାନଗର ନିଗମ ରାଜ୍ୟ ଜନସ୍ବାସ୍ଥ୍ୟ ଲାବୋରେଟୋରିକୁ ବିଶ୍ଳେଷଣ ପାଇଁ ୭୬୮ଟି ଖାଦ୍ୟ ନମୁନା ପଠାଇବାକୁ ଥିବାବେଳେ ମାତ୍ର ୫୧୮ଟି ପଠାଇଥିଲେ। ସେଥିରୁ ୪୬୮ଟି ନମୁନା ପରୀକ୍ଷା ହୋଇଥିବା ସିଏଜି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ। ତନ୍ମଧ୍ୟରୁ ୧୦୯ଟି ନମୁନା ଅପମିଶ୍ରିତ ହୋଇଥିଲା। ଏହାସତ୍ତ୍ୱେ ଅପମିଶ୍ରିତ ଖାଦ୍ୟ ବିକ୍ରୟ କରୁଥିବା ଷ୍ଟଲ୍‌ଗୁଡ଼ିକୁ କୌଣସି ନୋଟିସ ଜାରି କରାଯାଇ ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଏଥିସହିତ ଅଧିକାଂଶ ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖାଦ୍ୟ ନମୁନା ସଂଗ୍ରହ ପାଇଁ କୌଣସି ଫୁଡ୍‌ ସେଫ୍ଟି ଅଫିସର ନିଯୁକ୍ତ କରାଯାଇ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି ।

ଖାଦ୍ୟ ନିରାପତ୍ତା କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨-୨୩ରେ ରାଜ୍ୟରୁ ମୋଟ ୨୩୩୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୨୧୫୩ଟି ବିଶ୍ଳେଷଣ କରାଯାଇଛି। ୪୬୮ଟି ନମୁନାରେ ଖାଦ୍ୟ ଅପମିଶ୍ରଣ ହୋଇଥିବା ଜଣାପଡ଼ିଛି। ସେହିପରି ୨୦୨୩ ଏପ୍ରିଲରୁ ଏ ଯାଏ ରାଜ୍ୟରେ ୨୩୬୫ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ୨୨୯୫ଟିର ବିଶ୍ଳେଷଣ କରାଯାଇଛି। ସେଥିରୁ ୩୬୫ଟି ଖାଦ୍ୟ ନମୁନା ଅପମିଶ୍ରିତ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ୧୧୧ ପୌରସଂସ୍ଥା ଥିବାବେଳେ ମାତ୍ର ୬୨ ଜଣ ଫୁଡ୍‌ ସେଫ୍ଟି ଅଫିସର ୩୦ ଜିଲାରେ କାର୍ଯ୍ୟରତ ଅଛନ୍ତି। କର୍ମଚାରୀ ଅଭାବ ମଧ୍ୟ ଖାଦ୍ୟ ନମୁନା ସଂଗ୍ରହରେ ବାଧକ ହୋଇଛି।

ଭୁବନେଶ୍ୱର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ବିଶୋଇ କହିଛନ୍ତି ଯେ ଦୈନିକ ୪ରୁ ୫ଟି ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଉଛି। ପର୍ବପର୍ବାଣି ସମୟରେ ମୋଇବାଲ ଫୁଡ୍‌ ଟେଷ୍ଟିଂ ଲାବୋରେଟୋରି ଦ୍ୱାରା ଖାଦ୍ୟ ନମୁନା ସଂଗ୍ରହ କରାଯାଇ ତତ୍‌କ୍ଷଣାତ ଯାଞ୍ଚ କରାଯାଉଛି। ଅପମିଶ୍ରଣ ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଫୌଜଦାରି ମକଦ୍ଦମା କରାଯିବା ସହ ଜରିମାନା ମଧ୍ୟ କରାଯାଉଛି। ଅପମିଶ୍ରିତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri