ପେଟ୍ରୋଲ ପମ୍ପରେ ଗ୍ରାହକ ଶୋଷିତ

ନୟାଗଡ଼ ଅଫିସ,୧୨।୪: ନୟାଗଡ଼ ଜିଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲେ ହେଁ ଧରପଗଡ କରାଯାଉନି। ସେହିପରି ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁନି ବୋଲି ଅଭିଯୋଗ ରହିଛି। ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି। ଗ୍ରାହକଙ୍କୁ ଆନୁଷଙ୍ଗିକ ସୁବିଧା ନ ଯୋଗାଇ କେବଳ ପେଟ୍ରୋଲ ଓ ଡିଜେଲ ବିକ୍ରି କରି ରୋଜଗାର କରିବାରେ ଲାଗି ପଡିଛନ୍ତି। ଗ୍ରାହକ ସୁବିଧା ପାଇଲା କି ନାହିଁ ତଦାରଖ ହେଉନି। ପମ୍ପରେ ଗ୍ରାହକଙ୍କ ପାଇଁ କ’ଣ କ’ଣ ସୁବିଧା ରହିଛି ସେନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା କରାଯାଉନାହିଁ। ଜିଲାର ସଦର ମହକୁମାରେ ସେବା ମିଳୁ ନ ଥିବାବେଳେ ଗ୍ରାମାଞ୍ଚଳ ଓ ଅନ୍ୟ ସହରରେ ଅବ୍ୟବସ୍ଥା ଅଧିକ। ଏଭଳିସ୍ଥିତିରେ ଜିଲାର ବିଭିନ୍ନସ୍ଥାନରେ ଗଢ଼ି ଉଠିଥିବା ପେଟ୍ରୋଲ ପମ୍ପର ସ୍ଥିତିକୁ ଅନୁଧ୍ୟାନ କଲେ ଖାଉଟି ସୁରକ୍ଷା ଆଇନ ଅପହଞ୍ଚ ହୋଇରହିଛି ।
ଅଭିଯୋଗ ରେଜିଷ୍ଟର ନାହିଁ
ପେଟ୍ରୋଲ ପମ୍ପରେ ଅଭିଯୋଗ ରେଜିଷ୍ଟର ରଖିବାକୁ ନିୟମ ରହିଛି। ହେଲେ ଜିଲାର କୌଣସି ପେଟ୍ରୋଲ ପମ୍ପରେ ଏହି ସୁବିଧା ନାହିଁ। ଏହାକୁ ପମ୍ପରେ ରଖିଲେ ଗ୍ରାହକ କ’ଣ ଅସୁବିଧାର ସମ୍ମୁଖୀନ ହେଲେ, ସେବା ପାଇଲେ କି ନାହିଁ ସେନେଇ ଉଲ୍ଲେଖ କରି ପାରନ୍ତେ। ତେଲ କମ୍ପାନୀ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରି ଗ୍ରାହକଙ୍କୁ ସେବା ଯୋଗାଇବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଅନ୍ତେ। ତେବେ ଗ୍ରାହକଙ୍କ ଅଭିଯୋଗ ପାଇଁ ବ୍ୟବସ୍ଥା ରଖିଲେ ଠକେଇ କରିବାରେ ଅସୁବିଧା ହେବ। ଏଣୁ ଏ ଦିଗକୁ କେହି ଚିନ୍ତା କରୁ ନ ଥିବା ଅଭିଯୋଗ ରହିଛି।
ଖରାଦିନେ ବି ପାନୀୟ ଜଳ ମିଳୁନି
ପେଟ୍ରୋଲ ପମ୍ପରେ ପାନୀୟ ଜଳ ସୁବିଧା ଯୋଗାଇବାର ବ୍ୟବସ୍ଥା ନିଶ୍ଚିତ ରହିବା ଦରକାର। କେତେଗୋଟି ସ୍ଥାନରେ ପାନୀୟ ଜଳ ସୁବିଧା ରହିଛି। ହେଲେ ଏହା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ। ଗ୍ରାହକଙ୍କ ପାଇଁ ଏହି ସୁବିଧା ଅନେକ ପମ୍ପରେ ନାହିଁ। ଖରାଦିନେ ବି ପାନୀୟଜଳ ମିଳୁନି। ସେହିଭଳି କିଛି ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଯାହା ଅଛି ତାହା କାମ କରୁନି।
ପ୍ରେସର ଚେକ୍‌ ଫାର୍ସ
ପେଟ୍ରୋଲ ପମ୍ପରେ ଗାଡି ଚକା ପ୍ରେସର ଚେକ୍‌ ବ୍ୟବସ୍ଥା ବାଧ୍ୟତାମୂଳକ। ପେଟ୍ରୋଲ ଓ ଡିଜେଲ ପକାଉଥିବା ଗାଡି ଚାଳକମାନେ ମାଗଣାରେ ପ୍ରେସର ଚେକ୍‌ କରିପାରିବେ। ତେବେ ଅଧିକାଂଶ ପେଟ୍ରୋଲ ପମ୍ପରେ ପ୍ରେସର ଦେବା ମେଶିନ ନାହିଁ। କାଁ ଭାଁ ସ୍ଥାନରେ ବ୍ୟବସ୍ଥା ରହିଛି ସତ, ହେଲେ କର୍ମଚାରୀ ନିୟୋଜିତ ନାହାନ୍ତି। କେଉଁଠି କେବଳ ନାମକୁ ମାତ୍ର ପ୍ରେସର ଚେକ୍‌ ମେଶିନ ରଖାଯାଇ ଖରାପ ଅଛି ବୋଲି ସଫେଇ ଦିଆଯାଉଛି।
ବିଲ୍‌ ମିଳୁନି
ପେଟ୍ରୋଲ ପମ୍ପରେ ତେଲ ପକାଇଲେ ବିଲ୍‌ ଦିଆଯାଉନାହିଁ। ବିଲ୍‌ ମାଗିଲେ ହାତ ଲେଖା ବିଲ୍‌ ବହୁ ସମୟ ଅପେକ୍ଷା ପରେ ଧରାଉଛନ୍ତି। ଅଧିକାଂଶ ପେଟ୍ରୋଲ ପମ୍ପରେ ହାତଲେଖା ବିଲ୍‌ ମିଳୁ ନ ଥିବାବେଳେ କମ୍ପ୍ୟୁଟର ବିଲ୍‌ ପାଇବା ଆଶା ରଖିବା ନିରର୍ଥକ। ତେଲ ପକାଉଥିବା ଚାଳକ ଗୋଟିଏ ମାଗଣା ଟେଲିଫୋନ କରିବାର ସୁବିଧା ରହିଛି। ଏହି ସୁବିଧା ଜିଲାରେ ଆଦୌ କୌଣସି ପେଟ୍ରୋଲ ପମ୍ପରେ ନାହିଁ। ଶୌଚାଳୟ ସୁବିଧା ୯୫ ପ୍ରତିଶତ ସ୍ଥାନରେ ନାହିଁ। କେତେକ ସ୍ଥାନରେ ଏହା ରହିଥିଲେ ମଧ୍ୟ ତାହା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏ ନେଇ ଜିଲା ଖାଉଟି ମଞ୍ଚ ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ସରକାରୀ ନୀତିନିୟମକୁ ଜିଲାର କୌଣସି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ମାନୁନାହାନ୍ତି। ଅଭିଯୋଗ କଲେ ଉତ୍ତର ମିଳୁଛି ଗ୍ରାହକଙ୍କୁ ଆନୁଷଙ୍ଗିକ ସେବା ଯୋଗାଇବାକୁ ଆମକୁ କିଛି ନିର୍ଦ୍ଦେଶ ନାହିଁ। ଜିଲା ଖାଉଟି ମଞ୍ଚରେ ଏ ନେଇ ଅଭିଯୋଗ ରଖିଲେ ସୁଫଳ ମିଳୁନି। ଦର୍ପନାରାୟଣପୁରର ଚନ୍ଦନ ରାଉତରା ନାମକ ଜଣେ ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ଅତର୍କିତ ଭାବେ ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଉନି; ଯାହାଦ୍ୱାରା ସେମାନେ ଗ୍ରାହକଙ୍କୁ  ଭୁଆଁ ବୁଲାଉଛନ୍ତି। ଅପମିଶ୍ରଣ ପେଟ୍ରୋଲ, ଡିଜେଲ ପକାଇ ଲାଭବାନ ହେଉଛନ୍ତି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଲେ ଗ୍ରାହକ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri