ଅକ୍ସିଜେନ ସ୍ତର ୯୪ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ: ଫାବିପିରାଭିର ମନଇଚ୍ଛା ଖାଆନ୍ତୁ ନାହିଁ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଛି। ସଂକ୍ରମଣ ଯେତିକି ଭୟଙ୍କ ହେଉଛି ମୃତ୍ୟୁ ମଧ୍ୟ ସେତିକି ଚିନ୍ତାଜନକ ରହିଛି। ରୋଗୀ ସଂଖ୍ୟା ଅଧିକ ଥିବାରୁ ଓ ମନଇଚ୍ଛା ଅକ୍ସିଜେନ ବ୍ୟବହାର ହେଉଥିବାରୁ ଏହାର ଘୋର ସଙ୍କଟ ଦେଖାଦେଇଛି। ତେଣୁ କେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶକତା ରହିଛି, ସେ ସଂକ୍ରାନ୍ତରେ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲ୍‌ଥ ନିର୍ଦ୍ଦେଶକ ଡା. କ୍ଷୀରୋଦ କୁମାର ରାଉତ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନ ଥାଏ। ଯଦି ରୋଗୀଙ୍କ ଅକ୍ସିଜେନ ସ୍ତର ୯୪ରୁ ତଳକୁ ଖସିବ, ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଅକ୍ସିଜେନ୍‌ ମାପିବା ପାଇଁ ଅକ୍ସିମିଟରକୁ ଠିକ୍‌ ଭାବେ ଲଗାଇବା ଉଚିତ। ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଦରକାର। ନ ହେଲେ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଅକ୍ସିମିଟର ଲଗାଇ ପାରିବେ। ତେବେ ଅକ୍ସିମିଟର ଭିତରେ ଆଙ୍ଗୁଠି ଠିକ୍‌ ଭାବେ ଖାପିବା ଦରକାର। ଆଙ୍ଗୁଠିରେ ନେଲ୍‌ପଲିସ ନ ଥିବା ଉଚିତ। ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଡା. ରାଉତ ଉପସ୍ଥିତ ରହି ଏହି ପରାମର୍ଶ ଦେଇଛନ୍ତି। ଏଥିସହିତ ସେ ଅକ୍ସିଜେନ ସ୍ତର ବଢ଼ାଇବା ପାଇଁ କେତେକ ଉପାୟ କହିଛନ୍ତି, କିଛି ବ୍ୟାୟାମ କରିବା ଦ୍ୱାରା ଶରୀରରେ ଅକ୍ସିଜେନ ମାତ୍ରାକୁ ପୁଣିଥରେ ବଢ଼ାଇହେବ। ପ୍ରୋନିଂ ବା ପେଟ ମାଡ଼ି ଶୋଇବା ଦ୍ୱାରା ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ। ନ ହେଲେ ଅନୁଲୋମ ବିଲୋମ, ଜୋର୍‌ରେ ନିଃଶ୍ୱାସ ନେଇ ଛାଡ଼ିବା ଦ୍ୱାରା ବହୁତ ଉପକାର ମିଳିଥାଏ ବୋଲି ଡା. ରାଉତ କହିଛନ୍ତି।

 

ଫାବିପିରାଭିର ମନଇଚ୍ଛା ଖାଆନ୍ତୁ ନାହିଁ
ସବୁ କରୋନା ରୋଗୀ ମନ ଇଚ୍ଛା ଫାବିପିରାଭିର ଔଷଧ ଖାଇବା ଉଚିତ ନୁହେଁ ବୋଲି କହିଛନ୍ତି କଟକ ଏସ୍‌ସିବିର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା। ହୋମ୍‌ ଆଇସୋଲେଶନରେ ଥିବା ରୋଗୀ କେଉଁ ମେଡିସିନ କିପରି ଖାଇବା ଦରକାର ତାହା ଉପରେ ସେ ପରାମର୍ଶ ଦେଇଥିଲେ। ମନ ଇଚ୍ଛା ଯଦି ଦୋକାନରୁ ଫାବିପିରାଭିର କିଣି ଖାଇବ ତେବେ ଲାଭ ଅପେକ୍ଷା ଅଧିକ କ୍ଷତି ହେବ। କେଉଁ ରୋଗୀଙ୍କୁ ଫାବିପିରାଭିର ଦିଆଯିବ ତାହା ଡାକ୍ତର ନିଷ୍ପତ୍ତି ନେବେ। ଅଧିକ ଔଷଧ ଖାଇବାର କୌଣସି ଆବଶକତା ନାହିଁ। ଡାକ୍ତରଙ୍କ ପରାମର୍ଶ ବିନା ଷ୍ଟିରଏଡ୍‌ ନେଲେ ଭାଇରାଲ ଲୋଡ୍‌ ବଢ଼ିପାରେ ବୋଲି ଡା. ପଣ୍ଡା ସତର୍କ କରାଇଛନ୍ତି। ସେ କହିଛନ୍ତି, କରୋନା ଏକ ଭୂତାଣୁ ଜନିତ ରୋଗ। ଜ୍ୱର ହେଲେ ୬୫୦ ମିଗ୍ରା ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ଜ୍ୱର ନ କମିଲେ ନେପ୍ରକ୍ସିନ ବଟିକା ୨୫୦ ମିଗ୍ରା ଦିନକୁ ୨ଟି ଖାଇପାରିବେ। ସେହିପରି ହୋମ୍‌ ଆଇସୋଲେଶନରେ ରୋଗୀ ଆଇଭରମେକଟିନ ଔଷଧ ଖାଇପାରିବେ। ବଡ଼ମାନଙ୍କୁ ୧୨ମିଗ୍ରା ଓ ଛୋଟମାନଙ୍କୁ ୬ମିଗ୍ରା ଆଇଭରମେକଟିନ ଦିଆଯାଇପାରିବ। ୩ରୁ ୪ ଦିନ ପର୍ଯ୍ୟନ୍ତ ଏହି ଔଷଧ ବ୍ୟବହାର କରାଯାଇଥାଏ। ଠିକ୍‌ ସେମିତି ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ରୋଗୀଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇପାରିବ। ପାରାସିଟାମଲ ଓ ଆଇଭରମେକଟିନ ଔଷଧ ବ୍ୟତୀତ ଅନ୍ୟ ଔଷଧର ଆବଶ୍ୟକ ନ ଥାଏ। ଏଥିସହ ଭିଟାମିନ ଓ ଜିଙ୍କ୍‌ ଔଷଧ ଖାଇପାରିବେ ବୋଲି ଡା. ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri