ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ

ରସୁଲପୁର, ୧୮।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମହିଳା ହାଟଠାରେ ବୁଧବାର ୫୦୦ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଆନ୍ଦୋଳନ କରିଛନ୍ତି। କରୋନାର ସ୍ବତନ୍ତ୍ର ଆର୍ଥତ୍କ ସହାୟତାର ଦ୍ୱିତୀୟ ଦଫାରୁ ବଞ୍ଚତ୍ତ ଶ୍ରମିକ ଏହି ଆନ୍ଦୋଳନ କରିଥିଲେ। ପରେ ଶ୍ରମିକ ନେତା ପ୍ରଦୀପ ନାୟକଙ୍କ ତତ୍ତ୍ୱାବଧାନରେ ଶ୍ରମିକମାନେ ସେମାନଙ୍କ ସମସ୍ୟା ଆଲୋଚନା କରିଥିଲେ। ନାୟକ ଶ୍ରମିକଙ୍କୁ ବୁଝାଶୁଝା କରିବା ସହ ଘଟଣା ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତିଙ୍କୁ ଅବଗତ କରାଇଥିଲେ। ପରେ ଶ୍ରମ ଅଧିକାରୀ ମହାନ୍ତି ପହଞ୍ଚତ୍ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଦ୍ୱିତୀୟ କିସ୍ତିରୁ ବଞ୍ଚତ୍ତ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ୧୫୦୦ଟଙ୍କା ପଠାଯାଇଛି। ଅଧିକାଂଶ ଶ୍ରମିକଙ୍କ ଜମାଖାତା ସହ ଆଧାର ଲିଙ୍କ ହୋଇ ନ ଥିବାରୁ ସେମାନଙ୍କ ଜମାଖାତାକୁ ସହାୟତା ଯାଇପାରି ନ ଥିବା ଜଣାପଡ଼ିଛି। ଶ୍ରମ ଅଧିକାରୀ ହିତାଧିକାରୀଙ୍କୁ ସେମାନଙ୍କ ଜମାଖାତା ସହ ଆଧାର ଲିଙ୍କ କରିବାକୁ ପରାମର୍ଶ ଦେଇଥିଲେ। ଆଧାର ଲିଙ୍କ ପରେ ଶ୍ରମିକଙ୍କ ଜମାଖାତାରେ ଦ୍ୱିତୀୟ କିସ୍ତି ସହାୟତା ଉପଲବ୍ଧ ହେବ ବୋଲି ନାୟକ ସୂଚନା ଦେଇଥିଲେ। ଏହିକ୍ରମରେ ହାଟସ୍ଥଳରେ ଏକତ୍ରିତ ହୋଇଥିବା ୫୩୭ ଶ୍ରମିକଙ୍କଠାରୁ ପ୍ରମାଣପତ୍ର ସଂଗ୍ରହ କରାଯାଇଥିଲା। ପ୍ରକାଶଯୋଗ୍ୟ, ଯାଜପୁର ଜିଲାରେ ୮୪ ହଜାର ପଞ୍ଜୀକୃତ ନିର୍ମାଣ ଶ୍ରମିକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟତଃ ୪୯ହଜାର ଶ୍ରମିକ ପରିବାରକୁ ଦ୍ୱିତୀୟ କିସ୍ତି ଆର୍ଥିକ ସହାୟତା ମିଳି ସାରିଛି। ସହାୟତାରୁ ବଞ୍ଚତ୍ତ ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ଜିଲା ଶ୍ରମ ବିଭାଗ ପ୍ରତ୍ୟେକ ବ୍ଲକରେ ପହଞ୍ଚତ୍ ଶ୍ରମିକଙ୍କଠାରୁ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯାଉଛି ବୋଲି ଶ୍ରମ ଅଧିକାରୀ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri