ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୧୫।୧: ନକଲି ବାର୍ଷିକ ଦେୟ ରସିଦ ଓ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୫୪ ଲକ୍ଷ ୩୫ ହଜାର ଟଙ୍କା ହଡପ କରାଯାଇଥିବା ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଆୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ତଥ୍ୟ ହାସଲ କରି କଳ୍ପତରୁ ଧଳ ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ଏଥିରେ ଯାଜପୁର ଶ୍ରମ କାର୍ଯ୍ୟାଳୟରୁ ଏକାଧିକ ଅଧିକାରୀ ସଂପୃକ୍ତ ଥିବା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିଯୋଗ ଅନୁସାରେ ଯେଉଁ ବିବାହ ପ୍ରମାଣ ପତ୍ର ପଇଠ କରାଯାଇ ହିତାଧିକାରୀଙ୍କ ନାମରେ ଟଙ୍କା ଉଠାଣ ହୋଇଛି, ସେସବୁ ପ୍ରମାଣ ପତ୍ର ଜାଲ୍‌ ବୋଲି ବ୍ଲକ ସୂତ୍ରରୁ ସୂଚନା ମିଳିଛି। ୨୦୧୮-୧୯ରେ ରସୁଲପୁର ଓ ସୁକିନ୍ଦା ବ୍ଲକର ୧୭୯ ଜଣ ନିର୍ମାଣ ଶ୍ରମିକଙ୍କୁ ବିବାହ ସହାୟତା ରାଶି ପ୍ରଦାନ କରାଯାଇଛି। ୨୫ହଜାର ଟଙ୍କା କରି ୧୭୯ ହିତାଧିକାରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ ୪୪ଲକ୍ଷ ୭୫ ହଜାର ଟଙ୍କା ଦିଆଯାଇଛି। କିନ୍ତୁ ତଥ୍ୟ ହାସଲ କରିବା ପରେ ସୂଚନା କର୍ମୀ ଧଳ ସୁକିନ୍ଦା ଏବଂ ରସୁଲପୁର ବ୍ଲକରୁ ପଞ୍ଜିକୃତ ଶ୍ରମିକଙ୍କ ବିବାହ ପ୍ରମାଣ ପତ୍ରର ରେଜିଷ୍ଟର ଆରଟିଆଇରେ ମାଗିବା ପରେ ବହୁ ଗୁମର ଫିଟିଛି। ତଥ୍ୟ ଅନୁଯାୟୀ ରସୁଲପୁର ଏବଂ ସୁକିନ୍ଦା ବ୍ଲକରୁ ମିଳିଥିବା ବିବାହ ପଞ୍ଜିକୃତ ରେଜିଷ୍ଟରରେ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ହିତାଧିକାରୀଙ୍କ ନଁା ଗନ୍ଧ ନ ଥିଲା। କିନ୍ତୁ ହିତାଧିକାରୀମାନେ ବିବାହ ପ୍ରମାଣ ପତ୍ର ପଇଠ କରି ସହାୟତା ରାଶି ନେଇଥିବା ଶ୍ରମ କାର୍ଯ୍ୟାଳୟ ତଥ୍ୟରେ ଦର୍ଶାଯାଇଥିଲା। କେବଳ ବିବାହ ପ୍ରମାଣ ପତ୍ର ବଳରେ ନୁହେଁ ଜାଲ ରସିଦ୍‌ ବଳରେ ୯ଲକ୍ଷ ୬୦ ହଜାର ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ତଥ୍ୟ ଅନୁଯାୟୀ କୌଣସି ପଞ୍ଜିକୃତ ଶ୍ରମିକ ପ୍ରତିବର୍ଷ ତାଙ୍କ ନାମକୁ ପୁନଃପଞ୍ଜିକରଣ କରି ପାରିବେ। ଏବାବଦରେ ସେହି ଶ୍ରମିକଙ୍କୁ ବାର୍ଷିକ ୫୦ଟଙ୍କା ପଇଠ କରିବାକୁ କୁହାଯାଇଛି। ପଇଠ କରିବା ପରେ ଶ୍ରମିକଙ୍କ ସଦସ୍ୟତା ବୈଧ ରହିବ। ପରେ ସେମାନେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। କିନ୍ତୁ ଶ୍ରମ କାର୍ଯ୍ୟାଳୟରେ ପୁନଃ ପଞ୍ଜିକରଣ କରି ନ ଥିବା ଶ୍ରମିକଙ୍କ ନଁାରେ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଛି। ଏଭଳି ଭାବେ ଅଣପଞ୍ଜିକୃତ ୩୦ଜଣ ନିର୍ମାଣ ଶ୍ରମିକଙ୍କୁ ବିବାହ ସହାୟତା ଏବଂ ୨ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦିଆଯାଇଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ହେଲେ ନାମ ପଞ୍ଜିକରଣରୁ ବାଦ ପଡ଼ିଥିବା ଶ୍ରମିକଙ୍କୁ ବିବାହ ସହାୟତା ଏବଂ ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦେବା ବାବଦରେ ୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଶ୍ରମ କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରିଥିବା ନେଇ ସୂଚନା କର୍ମୀ ଧଳ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri