ବଇଣ୍ଡାରେ ବହୁ ବିଳମ୍ବ

ବଇଣ୍ଡା, ୧୬ା୧୦ (ଡି.ଏନ.ଏ.): ଚାରି ଲେନ୍‌ ହେବ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ। ଏଥିପାଇଁ ୪ ବର୍ଷ ତଳୁ ହୋଇଛି ଉଚ୍ଛେଦ କାର୍ଯ୍ୟ। ବହୁ ବାସଗୃହ, ବଜାର ଆଦିକୁ ଭାଙ୍ଗି ଦିଆଯାଇଛି। ଡ୍ରେନ୍‌, ଓଭରବ୍ରିଜ୍‌ ନିର୍ମାଣ ପାଇଁ ରାସ୍ତା ପାର୍ଶ୍ୱ ଖୋଳାଯାଇଛି। ଇତିମଧ୍ୟରେ ପୁରୁଣା ଠିକା ସଂସ୍ଥା ସ୍ଥାନରେ ନୂଆ କମ୍ପାନୀ କାର୍ଯ୍ୟ ହାତେଇସାରିଛି। ହେଲେ ଅନୁଗୋଳ ଜିଲା ବଇଣ୍ଡାଠାରେ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହୋଇଚାଲିଛି। କିଛି ମାସ ତଳେ ଆରମ୍ଭ ହୋଇଥିବା କାମ ଅତି ମନ୍ଥର ଗତିରେ ହେଉଛି। ଅସ୍ଥାୟୀ ରାସ୍ତାକୁ ମଧ୍ୟ ମରାମତି କରାଯାଉ ନାହିଁ। ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେହିପରି ୧୦ଟି ସ୍ଥାନରେ ନୂତନ ରାସ୍ତା ଫାଟି ଯାଇଥିବା ବଇଣ୍ଡାବାସୀ ଶୁକ୍ରବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପ୍ରଥମେ ଠିକା ସଂସ୍ଥା ଗାୟତ୍ରୀ ନେଇଥିଲା। ନିର୍ମାଣ କାମ ଆରମ୍ଭ ହେବ ବୋଲି କହି ୨୦୧୮ ମେ ୧୭ ଓ ୧୮ ତାରିଖରେ କିଶୋରନଗର ବ୍ଲକର ବଇଣ୍ଡାରୁ ଉଚ୍ଛେଦ କାର୍ଯ୍ୟ କରିଥିଲା। କ୍ଷତିଗ୍ରସ୍ତଙ୍କୁ ଠିକ୍‌ ପରିମାଣର କ୍ଷତିପୂରଣ ନ ଦେଇ ବହୁ ଘର, ଦୋକାନ ଆଦି ଭାଙ୍ଗି ଦେଇଥିବା ସେତେବେଳେ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ କରାଯାଇଥିଲା। ତେବେ ଉଚ୍ଛେଦର ୪ ବର୍ଷ ପରେ ଓ ଗାୟତ୍ରୀ ସ୍ଥାନରେ ନୂଆ ଠିକା ସଂସ୍ଥା ଏଆଇପିଏଲ ଦାୟିତ୍ୱ ନେଇଥିଲେ ମଧ୍ୟ କାର୍ଯ୍ୟ ଜୋର୍‌ ଧରିବା ପରିବର୍ତ୍ତେ ଅଧିକ ବିଳମ୍ବ ହୋଇଚାଲିଛି। ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୧୭ରେ ପୁଣି ଉଠାଦୋକାନୀକୁ ଉଚ୍ଛେଦ କରାଯାଇଛି। କିନ୍ତୁ ନିର୍ମାଣ କାମ ସନ୍ତୋଷଜନକ ଭାବେ ଆଗେଇପାରୁ ନାହିଁ। ନୂଆ ଠିକାସଂସ୍ଥା କାମ କରିବା ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। ଅସ୍ଥାୟୀ ରାସ୍ତାକୁ ଶୀଘ୍ର ପିଚୁ କରିବା ସହ ଡ୍ରେନ୍‌ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଡ୍ରେନ ନିର୍ମାଣ ହେଉ ନ ଥିବାରୁ ବର୍ଷା ବେଳେ ଲୋକଙ୍କ ଘରେ ପାଣି ପଶିଯାଉଛି। ସେହିପରି ଅସ୍ଥାୟୀ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଠିକାସଂସ୍ଥା ଏଆଇପିଏଲ ପରିଚାଳକ ଆର୍‌. ପଟ୍ଟନାୟକ କହିଛନ୍ତି, ସମ୍ପ୍ରସାରଣ କାର୍ଯ୍ୟ କମ୍ପାନୀ ପକ୍ଷରୁ ଦ୍ରୁତଗତିରେ କରାଯାଉଛି। ଅସ୍ଥାୟୀ ରାସ୍ତା ମରାମତି କରିବା ଉପରେ ଦୃଷ୍ଟି ଦିଆଯିବ।

ବ୍ୟବସାୟ ହରାଇଛନ୍ତି ଉଠା ଦୋକାନୀ
ବଇଣ୍ଡା ଅଞ୍ଚଳରେ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ଉଠା ଦୋକାନୀଙ୍କୁ ଥଇଥାନ କରାଯାଉ ନାହିଁ। ରାଜପଥ କାମ ସରୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏଣେ ବ୍ୟବସାୟ ହରାଇ ଉଠା ଦୋକାନୀ ବେରୋଜଗାର ହୋଇଯାଇଛନ୍ତି।
-ଉଗ୍ରସେନ ସେଠୀ, ଆଇନଜୀବୀ

ନୂଆ ରାସ୍ତା ଫାଟି ଗଲାଣି
ରାସ୍ତା କାର୍ଯ୍ୟ ଶେଷ ହେଉ ନ ଥିବାବେଳେ ନୂତନ ରାସ୍ତା ମଧ୍ୟ ଫାଟି ଗଲାଣି। ଠିକାସଂସ୍ଥା ପକ୍ଷରୁ ଠିକ୍‌ ଭାବେ କାମ କରାଯାଉ ଥିବା ଯୋଗୁ ରାସ୍ତା ଅଳ୍ପ ଦିନରେ ଫାଟିଯାଉଛି। କାର୍ଯ୍ୟ ତ୍ୱରାନ୍ବିତ ସହ ଅଧିକ ଯତ୍ନବାନ ହେବା ଦିଗରେ ପଦକ୍ଷେପ ନିଆଯାଉ।
-ଭାଗୀରଥି ପ୍ରଧାନ, ଭଜପା ନେତା

୨୦ ପ୍ରତିଶତ କାମ ହୋଇନି
ରାସ୍ତା ପାଇଁ ୪ ବର୍ଷ ତଳୁ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏଯାଏ ୨୦ ପ୍ରତିଶତ କାମ କରାଯାଇ ନାହିଁ। ଡ୍ରେନ୍‌ ନିର୍ମାଣ ହେଉ ନ ଥିବାରୁ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶିଯାଉଛି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।
-ପାପୁନା ମହାପାତ୍ର, ବଇଣ୍ଡା

ପ୍ରଶାସନର ଅବହେଳା ଦାୟୀ
ପ୍ରଶାସନର ଅବହେଳା ଯୋଗୁ ଠିକାସଂସ୍ଥା ଏପରି ବିଳମ୍ବ କରୁଛି। ବିଶେଷକରି ଅସ୍ଥାୟୀ ରାସ୍ତାଗୁଡିକ ପିଚୁ କରାଯାଉ ନ ଥିବା ବେଳେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଦୈନିକ ଦୁର୍ଘଟଣା ଘଟୁଛି। ସମସ୍ତ ଅସ୍ଥାୟୀ ରାସ୍ତାକୁ ପ୍ରଥମେ ପିଚୁ କରାଯାଉ।
-ଅମିତ ବିକ୍ରମ ନାୟକ

ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ
ଜାତୀୟ ରାଜପଥ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା କିପରି ଅସ୍ଥାୟୀ ରାସ୍ତା ମରାମତି କରିବ, ସେ ନେଇ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ। ଏଥିସହ ଠିକ୍‌ ଭାବେ ନିର୍ମାଣ କାମ କରିବାକୁ ପରାମର୍ଶ ଦିଆଯିବ।
-ତରଣୀ ସୁନା, ଆଠମଲ୍ଲିକ ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri