Categories: ଜାତୀୟ

ମାଓବାଦୀଙ୍କ ପାଇଁ ନିର୍ମାଣ ହେଉଛି ଟାଉନଶିପ୍‌…

ଦନ୍ତେଓ୍ବାଡ଼ା,୧୨।୮: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଲାଗି ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ଟାଉନଶିପ୍‌ ନିର୍ମାଣ କରାଯାଉଛି। ସଂଗଠନ ଛାଡ଼ି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କ ପାଇଁ ଏଠାରେ ୧୦୮ଟି ଗୋଟିଏ ରୁମ୍‌ ବିଶିଷ୍ଟ ଫ୍ଲାଟ୍‌ ରହିଛି। ଏହା ସହିତ ୨୦ଟି ଦୋକାନ ମଧ୍ୟ ରହିବ। ଭାରତରେ ପ୍ରଥମ କରି ଛତିଶଗଡ଼ରେ ଏଭଳି ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି। ଆତ୍ମନିର୍ଭର ହେବା ଲାଗି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଆବଶ୍ୟକ ତାଲିମ ମଧ୍ୟ ପ୍ରଦାନ କରାଯିବ। ଯାହାଦ୍ୱାରା ସେମାନେ ସ୍ବରୋଜଗାର କରିବାକୁ ସକ୍ଷମ ହୋଇପାରିବେ। ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ୩ ୮୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୩୨ ଜଣଙ୍କ ପାଖରେ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ୍‌ ରହିଛି। ଇତିମଧ୍ୟରେ ୨୫୦ ମାଓବାଦୀଙ୍କ ପାଇଁ ଆଧାର କାର୍ଡ ଜାରି କରାଯାଇଛି ବୋଲି ଦନ୍ତେଓ୍ବାଡା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି।

Share