ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର

ରାଉରକେଲା ଅଫିସ, ୮।୨: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହି ବ୍ରିଜ୍‌ କାମ ଅସମ୍ପୂର୍ଣ୍ଣ ଯୋଗୁ କୁଆଁରମୁଣ୍ଡା ବ୍ଲକ ଅଧୀନ ୨୦ଟି ଗ୍ରାମପଞ୍ଚାୟତର ପ୍ରାୟ ୮୦ ହଜାର ଲୋକଙ୍କୁ ଯାତାୟାତ ସୁବିଧା ମିଳିପାରୁନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢିବାରେ ଲାଗିଛି।
ସୂଚନା ଅନୁସାରେ, ୨୦୧୭ରେ ଜିଲା ଖଣିଜ ପାଣ୍ଠିରୁ ଯମୁନାନାକି ବ୍ରିଜ୍‌ ନିର୍ମାଣ ପାଇଁ ୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ କଟକର ରାଜଲକ୍ଷ୍ମୀ କନଷ୍ଟ୍ରକଶନ ନାମକ ଏକ ଠିକାସଂସ୍ଥା ଏହି ବ୍ରିଜ୍‌ ନିର୍ମାଣ ଦାୟିତ୍ୱରେ ରହିଲା। ଏହାର ନିର୍ମାଣ କାମ ୨୦୧୯-୨୦ ଆର୍ଥିକ ବର୍ଷରେ ଆରମ୍ଭ କରି ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ କରିବାର ଥିଲା। ମାତ୍ର ଆଜିସୁଦ୍ଧା ବ୍ରିଜ୍‌ର ୫ଶହ ମିଟର କାର୍ଯ୍ୟ ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୫ବର୍ଷ ବିତିସାରିଥିଲେ ସୁଦ୍ଧା ଏଯାଏ ବ୍ରିଜ୍‌ର ୬ ପ୍ୟାନେଲରୁ କେବଳ ୨ଟି ପ୍ୟାନେଲ ନିର୍ମାଣ ହୋଇଛି। ଗୋଟିଏ ପ୍ୟାନେଲ ଅର୍ଦ୍ଧନିର୍ମିତ ଏବଂ ଅବଶିଷ୍ଟ ଫାଉଣ୍ଡେଶନ ଅବସ୍ଥାରେ ରହିଛି।
ଯମୁନାନାକି ବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେଲେ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକଙ୍କ ରାଉରକେଲା ଯିବାଆସିବା ସୁଗମ ହେବ। ଏହି ଅଞ୍ଚଳରୁ ଦୈନିକ ଆର୍‌ଜିଏଚ୍‌ ଓ ରାଉରକେଲା ରେଳ ଷ୍ଟେଶନକୁ ଲୋକେ ଆସୁଛନ୍ତି। କୁଆଁରମୁଣ୍ଡାରେ କୌଣସି ସରକାରୀ କଲେଜ ନାହିଁ। ଏଠାରେ ଏକମାତ୍ର ପ୍ରାଇଭେଟ୍‌ କଲେଜ ଥିବାବେଳେ ସିଟ୍‌ ସଂଖ୍ୟା ମାତ୍ର ୬୪। ସେହିପରି ଦୈନିକ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦୈନିକ ରାଉରକେଲା ମ୍ୟୁନିସିପାଲ ସରକାରୀ କଲେଜକୁ ଅଧ୍ୟୟନ ପାଇଁ ଆସିଥାନ୍ତି। ସେହିପରି ନୂଆଗାଁ ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତ, ବୀରମିତ୍ରପୁର ମ୍ୟୁନିସିପାଲିଟି ଓ ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳର ଲୋକମାନଙ୍କୁ ଆରଜିଏଚ୍‌ ଓ ରାଉରକେଲା ରେଳ ଷ୍ଟେଶନକୁ ଆସିବାରେ ସୁବିଧା ହେବ। ଜମୁନାନାକି ବ୍ରିଜ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷେ କୁଆଁରମୁଣ୍ଡା ବ୍ଲକ ନାଗରିକ କମିଟି ସଂଯୋଜକ ରାଜେଶ କେରକେଟା, ଘନଶ୍ୟାମ ଦେବତା, ରାଜୁ ଜୁଆରୀ ପ୍ରମୁଖ ସୁନ୍ଦରଗଡ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଥିଲେ। ତେବେ ବ୍ରିଜ୍‌ ନିର୍ମାଣ ତ୍ୱରାନ୍ବିତ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ରାଜଲକ୍ଷ୍ମୀ କନଷ୍ଟ୍ରକଶନର ସୁପରଭାଇଜର ଅମୀୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଆମେ ୨୦୨୦ ମସିହାରୁ କାମ ଆରମ୍ଭ କଲୁ। ବର୍ତ୍ତମାନ ଫାଉଣ୍ଡେଶନ କାମ ଚାଲିଛି । ପାଣି ପାଇଁ ୬ମାସ କାମ ବନ୍ଦ ରହିଲା। କାମ କରିବା ଆଗରୁ ସାଇଡ୍‌ କ୍ଲିୟରାନ୍ସ ଆଣିବାରେ ଏକ ବର୍ଷ ବିତିଲା। ଯେହେତୁ ଏହା କାନ୍ଥ ବେଷ୍ଟିତ ବ୍ରିଜ୍‌, ଏଣୁ ପାଣିରେ ରହି କାମ କରିବାକୁ ପଡୁଛି ବୋଲି ସେ କହିଥିଲେ। ବିଭାଗୀୟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଭାଗରଥୀ ସାହୁଙ୍କୁ ପଚାରିବାରୁ କାମ ଆଗେଇ ଚାଲିଛି। ଆଗକୁ କାମ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗରପଡ଼ା ବିଦ୍ୟୁତ୍‌ ଉପକେନ୍ଦ୍ର ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବନ୍ତ,୨୮।୧୨(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାଠାରେ ନିର୍ମାଣାଧୀନ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌ ଉପକେନ୍ଦ୍ରକୁ ଶନିବାର ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଛି। ଷ୍ଟାଣ୍ଡିଂ...

ମଞ୍ଜି ବିକାଳିଙ୍କ ବଡ଼ ହୃଦୟ: -ସ୍ବତନ୍ତ୍ର ଦିନରେ ବଡ଼ଦାଣ୍ଡରେ ବୁଲି ବାଣ୍ଟନ୍ତି ଚା, ପାନ

ପୁରୀ ଅଫିସ, ୧୪।୧୧- କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହାକୁ ଯିଏ ଭଲ ଭାବେ ବୁଝିଛି ତା’ ପାଇଁ ବୟସ କି...

ବରଗଡ଼ରୁ ୨ ଲକ୍ଷ ଟଙ୍କାର ଜାଲନୋଟ ଜବତ କଲା ଏସ୍‌ଟିଏଫ୍‌, ୩ ଗିରଫ

ବରଗଡ଼ ଅଫିସ,୬।୩- କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶୁକ୍ରବାର ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ,...

ଶୀତଳ ଭଣ୍ଡାରରେ ଜିଲାର ଶତାଧିକ ସଙ୍ଗଠନ

ଜଗତସିଂହପୁର ଅଫିସ, ୧୨।୧୨: ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା, ସଭା, ୟୁନିୟନ ଆଦି ସୃଷ୍ଟି କରାଯାଏ। ଏସବୁ...

ଅବାଧରେ ଚାଲିଛି ବାଲି ଚୋରାଚାଲାଣ

ଖଡ଼ିଆଳ,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଥିବା ସୁନ୍ଦରନଦୀର ଅନେକ ସ୍ଥାନରେ ସରକାରୀ ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି। ହେଲେ ସେହି ବାଲିଘାଟଗୁଡିକ ୨୦୨୧-୨୨ ମସିହା ପାଇଁ...

ଆମପାଣି ଘାଟିରେ ପୁଣି ଓଲଟିଲା ଟ୍ରକ

କୋକସରା,୧୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତ ଗୁରୁବାର ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ...

ହୀରାକୁଦରେ ଖୋଲିଲା ୫ ଗେଟ୍‌

ସମ୍ବଲପୁର,୧୧।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲିଲା। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପର୍ଯ୍ୟାୟ କ୍ରମେ ବୁଧବାର ୫ଟି ଗେଟ୍‌ ଖୋଲାଯାଇଛି। ଏ ନେଇ ହୀରାକୁଦ...

ପଟାଙ୍ଗୀ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧୮ା୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀ ସମେତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ...

Advertisement
Archives

Model This Week