ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର

ରାଉରକେଲା ଅଫିସ, ୮।୨: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହି ବ୍ରିଜ୍‌ କାମ ଅସମ୍ପୂର୍ଣ୍ଣ ଯୋଗୁ କୁଆଁରମୁଣ୍ଡା ବ୍ଲକ ଅଧୀନ ୨୦ଟି ଗ୍ରାମପଞ୍ଚାୟତର ପ୍ରାୟ ୮୦ ହଜାର ଲୋକଙ୍କୁ ଯାତାୟାତ ସୁବିଧା ମିଳିପାରୁନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢିବାରେ ଲାଗିଛି।
ସୂଚନା ଅନୁସାରେ, ୨୦୧୭ରେ ଜିଲା ଖଣିଜ ପାଣ୍ଠିରୁ ଯମୁନାନାକି ବ୍ରିଜ୍‌ ନିର୍ମାଣ ପାଇଁ ୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ କଟକର ରାଜଲକ୍ଷ୍ମୀ କନଷ୍ଟ୍ରକଶନ ନାମକ ଏକ ଠିକାସଂସ୍ଥା ଏହି ବ୍ରିଜ୍‌ ନିର୍ମାଣ ଦାୟିତ୍ୱରେ ରହିଲା। ଏହାର ନିର୍ମାଣ କାମ ୨୦୧୯-୨୦ ଆର୍ଥିକ ବର୍ଷରେ ଆରମ୍ଭ କରି ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ କରିବାର ଥିଲା। ମାତ୍ର ଆଜିସୁଦ୍ଧା ବ୍ରିଜ୍‌ର ୫ଶହ ମିଟର କାର୍ଯ୍ୟ ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୫ବର୍ଷ ବିତିସାରିଥିଲେ ସୁଦ୍ଧା ଏଯାଏ ବ୍ରିଜ୍‌ର ୬ ପ୍ୟାନେଲରୁ କେବଳ ୨ଟି ପ୍ୟାନେଲ ନିର୍ମାଣ ହୋଇଛି। ଗୋଟିଏ ପ୍ୟାନେଲ ଅର୍ଦ୍ଧନିର୍ମିତ ଏବଂ ଅବଶିଷ୍ଟ ଫାଉଣ୍ଡେଶନ ଅବସ୍ଥାରେ ରହିଛି।
ଯମୁନାନାକି ବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେଲେ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକଙ୍କ ରାଉରକେଲା ଯିବାଆସିବା ସୁଗମ ହେବ। ଏହି ଅଞ୍ଚଳରୁ ଦୈନିକ ଆର୍‌ଜିଏଚ୍‌ ଓ ରାଉରକେଲା ରେଳ ଷ୍ଟେଶନକୁ ଲୋକେ ଆସୁଛନ୍ତି। କୁଆଁରମୁଣ୍ଡାରେ କୌଣସି ସରକାରୀ କଲେଜ ନାହିଁ। ଏଠାରେ ଏକମାତ୍ର ପ୍ରାଇଭେଟ୍‌ କଲେଜ ଥିବାବେଳେ ସିଟ୍‌ ସଂଖ୍ୟା ମାତ୍ର ୬୪। ସେହିପରି ଦୈନିକ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦୈନିକ ରାଉରକେଲା ମ୍ୟୁନିସିପାଲ ସରକାରୀ କଲେଜକୁ ଅଧ୍ୟୟନ ପାଇଁ ଆସିଥାନ୍ତି। ସେହିପରି ନୂଆଗାଁ ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତ, ବୀରମିତ୍ରପୁର ମ୍ୟୁନିସିପାଲିଟି ଓ ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳର ଲୋକମାନଙ୍କୁ ଆରଜିଏଚ୍‌ ଓ ରାଉରକେଲା ରେଳ ଷ୍ଟେଶନକୁ ଆସିବାରେ ସୁବିଧା ହେବ। ଜମୁନାନାକି ବ୍ରିଜ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷେ କୁଆଁରମୁଣ୍ଡା ବ୍ଲକ ନାଗରିକ କମିଟି ସଂଯୋଜକ ରାଜେଶ କେରକେଟା, ଘନଶ୍ୟାମ ଦେବତା, ରାଜୁ ଜୁଆରୀ ପ୍ରମୁଖ ସୁନ୍ଦରଗଡ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଥିଲେ। ତେବେ ବ୍ରିଜ୍‌ ନିର୍ମାଣ ତ୍ୱରାନ୍ବିତ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ରାଜଲକ୍ଷ୍ମୀ କନଷ୍ଟ୍ରକଶନର ସୁପରଭାଇଜର ଅମୀୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଆମେ ୨୦୨୦ ମସିହାରୁ କାମ ଆରମ୍ଭ କଲୁ। ବର୍ତ୍ତମାନ ଫାଉଣ୍ଡେଶନ କାମ ଚାଲିଛି । ପାଣି ପାଇଁ ୬ମାସ କାମ ବନ୍ଦ ରହିଲା। କାମ କରିବା ଆଗରୁ ସାଇଡ୍‌ କ୍ଲିୟରାନ୍ସ ଆଣିବାରେ ଏକ ବର୍ଷ ବିତିଲା। ଯେହେତୁ ଏହା କାନ୍ଥ ବେଷ୍ଟିତ ବ୍ରିଜ୍‌, ଏଣୁ ପାଣିରେ ରହି କାମ କରିବାକୁ ପଡୁଛି ବୋଲି ସେ କହିଥିଲେ। ବିଭାଗୀୟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଭାଗରଥୀ ସାହୁଙ୍କୁ ପଚାରିବାରୁ କାମ ଆଗେଇ ଚାଲିଛି। ଆଗକୁ କାମ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?