ଓ୍ବାଚ୍‌ ଟାଓ୍ବାର ନିର୍ମାଣ ଅଧାପନ୍ତରିଆ: ପର୍ଯ୍ୟଟକ ନିରାଶ, ଅନୁଦାନ ପାଇଁ ଚିଠି

ଦାରିଙ୍ଗବାଡ଼ି,୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ଡିସେମ୍ବର ୨୦ରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ହେଲେ କିଛି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଥିବାରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ହିଲଭିୟୁ ପାର୍କର ଅର୍ଦ୍ଧ ନିର୍ମିତ ଓ୍ବାଚ୍‌ ଟାଓ୍ବାର କ୍ଷେତ୍ରରେ। ଉକ୍ତ ଟାଓ୍ବାର ହେଲେ ପର୍ଯ୍ୟଟକମାନେ ସେଠାରୁ ଇକୋ ରିଟ୍ରିଟ୍‌ର ଦୃଶ୍ୟ ସମେତ ପାଇନ ଜଙ୍ଗଲ, ପାହାଡ଼ର ସୌନ୍ଦର୍ଯ୍ୟ ଦେଖିବାକୁ ପାରିପାରିବେ। ଏହା ପୁରୁଣା ଓ୍ବାଚ୍‌ ଟାଓ୍ବାରଠାରୁ ଦୁଇଗୁଣ ବଡ଼ ଆକାର ଓ ଉଚ୍ଚତା ରହିବ। ଯାହାକି ଅଧିକ ଦୂର ଭିୟୁ ଦେଖିବାକୁ ପର୍ଯ୍ୟଟକଙ୍କୁ ମିଳିବ। ତେବେ ଅନୁଦାନ ଆସିବାରେ ବିଳମ୍ବ ଯୋଗୁ ଉକ୍ତ ଟାଓ୍ବାରଟିକୁ ସମ୍ପୂର୍ଣ୍ଣ କରିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଛି।

ପ୍ରକାଶ ଯେ, ୨୦୦୦ ମସିହାରେ ହିଲ୍‌ଭିୟୁ ପାର୍କ ନିର୍ମାଣ କରାଯିବା ସହ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ିର ଭିୟୁ ଦେଖିବା ପାଇଁ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଥିଲା। ପରେ ୨୦୧୫ରେ ପୂର୍ବତନ ଜିଲାପାଳ ଏନ. ତିରୁମାଲା ନାଏକ ଏବଂ ପୂର୍ବତନ ବାଲିଗୁଡ଼ା ଉପଜିଲାପାଳ ଅନୁପମ ସାହାଙ୍କ ତତ୍ତ୍ୱାବଧାନରେ ହିଲ୍‌ଭିୟୁ ପାର୍କର ରୂପାନ୍ତର କରାଯିବା ସହ ଏହାକୁ ପରିଚାଳନା କରିବାକୁ ଏକ ଟ୍ରଷ୍ଟ୍‌ ରେଜିଷ୍ଟ୍ରେଶନ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ଟ୍ରଷ୍ଟ ଜରିଆରେ ପାର୍କର ତଦାରଖ କରାଯାଉଛି ହେଲେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ କମ୍‌ ଉଚ୍ଚତା ବିଶିଷ୍ଟ ଓ୍ବାଚ୍‌ ଟାଓ୍ବାରକୁ ପର୍ଯ୍ୟଟକମାନେ ଦୀର୍ଘ ୨୪ ବର୍ଷ ହେଲା ଦେଖି ଆସୁଛନ୍ତି। ତେବେ ପର୍ଯ୍ୟଟକମାନେ ବର୍ତ୍ତମାନ ଏହାର ପରିବର୍ତ୍ତନ ଚାହୁଁଛନ୍ତି କିନ୍ତୁ ବିଳମ୍ବ ଯୋଗୁ ନିରାଶ ହେଉଥିବା ଜଣାପଡ଼ିଛି।

ନୂଆ ଟାଓ୍ବାର ପାଇଁ ଇତିମଧ୍ୟରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ଆହୁରି ଅନୁଦାନର ଆବଶ୍ୟକ ପଡୁଛି। ଯାହାକି ଅନୁଦାନ ଅଭାବରୁ ଅର୍ଦ୍ଧନିର୍ମିତ ହୋଇ ଉକ୍ତ ଓ୍ବାଚ୍‌ ଟାଓ୍ବାରଟି ରହିଛି। ପୁରୁଣା ଓ୍ବାଚ୍‌ ଟାଓ୍ବାରଟି ୧୦ ଫୁଟ ଉଚ୍ଚତା ରହିଥିବାବେଳେ ନୂତନ ଓ୍ବାଚ୍‌ ଟାଓ୍ବାରଟି ପ୍ରାୟ ୨୪ ଫୁଟ ଉଚ୍ଚତା ବିଶିଷ୍ଟ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର କହିଛନ୍ତି। ସେ କହିଛନ୍ତି, ଆହୁରି ୮ ଲକ୍ଷ ଟଙ୍କା ଅନୁଦାନ ପାଇଁ ଚିଠି କରାଯାଇଛି। ଏଥିସହ ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକ୍ଷେତ୍ର ପାଇଁ ୪ କୋଟି ୫୪ ଲକ୍ଷ ର ଅଟକଳ କରାଯାଇଥିବାବେଳେ ଅନୁଦାନ ଅପେକ୍ଷାରେ ସ୍ଥାନୀୟ ପ୍ରଶାସନ ରହିଥିବା ଜଣାପଡ଼ିଛି। ଅନୁଦାନ ଆସିଲେ ପର୍ଯ୍ୟଟନକ୍ଷେତ୍ରର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଆଉ କିଛିଦିନ ପରେ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ହେବାକୁ ଜିଲା ଓ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ହେଉଛି। ଏହି ମହୋତ୍ସବ ପୂର୍ବରୁ ପର୍ଯ୍ୟଟନକ୍ଷେତ୍ରର ବିକାଶ ହେବା ନିହାତି ଜରୁରୀ। ସେହି ସମୟରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ସଂଖ୍ୟା  ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri