ଓ୍ବାଚ୍‌ ଟାଓ୍ବାର ନିର୍ମାଣ ଅଧାପନ୍ତରିଆ: ପର୍ଯ୍ୟଟକ ନିରାଶ, ଅନୁଦାନ ପାଇଁ ଚିଠି

ଦାରିଙ୍ଗବାଡ଼ି,୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ଡିସେମ୍ବର ୨୦ରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ହେଲେ କିଛି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଥିବାରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ହିଲଭିୟୁ ପାର୍କର ଅର୍ଦ୍ଧ ନିର୍ମିତ ଓ୍ବାଚ୍‌ ଟାଓ୍ବାର କ୍ଷେତ୍ରରେ। ଉକ୍ତ ଟାଓ୍ବାର ହେଲେ ପର୍ଯ୍ୟଟକମାନେ ସେଠାରୁ ଇକୋ ରିଟ୍ରିଟ୍‌ର ଦୃଶ୍ୟ ସମେତ ପାଇନ ଜଙ୍ଗଲ, ପାହାଡ଼ର ସୌନ୍ଦର୍ଯ୍ୟ ଦେଖିବାକୁ ପାରିପାରିବେ। ଏହା ପୁରୁଣା ଓ୍ବାଚ୍‌ ଟାଓ୍ବାରଠାରୁ ଦୁଇଗୁଣ ବଡ଼ ଆକାର ଓ ଉଚ୍ଚତା ରହିବ। ଯାହାକି ଅଧିକ ଦୂର ଭିୟୁ ଦେଖିବାକୁ ପର୍ଯ୍ୟଟକଙ୍କୁ ମିଳିବ। ତେବେ ଅନୁଦାନ ଆସିବାରେ ବିଳମ୍ବ ଯୋଗୁ ଉକ୍ତ ଟାଓ୍ବାରଟିକୁ ସମ୍ପୂର୍ଣ୍ଣ କରିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଛି।

ପ୍ରକାଶ ଯେ, ୨୦୦୦ ମସିହାରେ ହିଲ୍‌ଭିୟୁ ପାର୍କ ନିର୍ମାଣ କରାଯିବା ସହ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ିର ଭିୟୁ ଦେଖିବା ପାଇଁ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଥିଲା। ପରେ ୨୦୧୫ରେ ପୂର୍ବତନ ଜିଲାପାଳ ଏନ. ତିରୁମାଲା ନାଏକ ଏବଂ ପୂର୍ବତନ ବାଲିଗୁଡ଼ା ଉପଜିଲାପାଳ ଅନୁପମ ସାହାଙ୍କ ତତ୍ତ୍ୱାବଧାନରେ ହିଲ୍‌ଭିୟୁ ପାର୍କର ରୂପାନ୍ତର କରାଯିବା ସହ ଏହାକୁ ପରିଚାଳନା କରିବାକୁ ଏକ ଟ୍ରଷ୍ଟ୍‌ ରେଜିଷ୍ଟ୍ରେଶନ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ଟ୍ରଷ୍ଟ ଜରିଆରେ ପାର୍କର ତଦାରଖ କରାଯାଉଛି ହେଲେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ କମ୍‌ ଉଚ୍ଚତା ବିଶିଷ୍ଟ ଓ୍ବାଚ୍‌ ଟାଓ୍ବାରକୁ ପର୍ଯ୍ୟଟକମାନେ ଦୀର୍ଘ ୨୪ ବର୍ଷ ହେଲା ଦେଖି ଆସୁଛନ୍ତି। ତେବେ ପର୍ଯ୍ୟଟକମାନେ ବର୍ତ୍ତମାନ ଏହାର ପରିବର୍ତ୍ତନ ଚାହୁଁଛନ୍ତି କିନ୍ତୁ ବିଳମ୍ବ ଯୋଗୁ ନିରାଶ ହେଉଥିବା ଜଣାପଡ଼ିଛି।

ନୂଆ ଟାଓ୍ବାର ପାଇଁ ଇତିମଧ୍ୟରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ଆହୁରି ଅନୁଦାନର ଆବଶ୍ୟକ ପଡୁଛି। ଯାହାକି ଅନୁଦାନ ଅଭାବରୁ ଅର୍ଦ୍ଧନିର୍ମିତ ହୋଇ ଉକ୍ତ ଓ୍ବାଚ୍‌ ଟାଓ୍ବାରଟି ରହିଛି। ପୁରୁଣା ଓ୍ବାଚ୍‌ ଟାଓ୍ବାରଟି ୧୦ ଫୁଟ ଉଚ୍ଚତା ରହିଥିବାବେଳେ ନୂତନ ଓ୍ବାଚ୍‌ ଟାଓ୍ବାରଟି ପ୍ରାୟ ୨୪ ଫୁଟ ଉଚ୍ଚତା ବିଶିଷ୍ଟ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର କହିଛନ୍ତି। ସେ କହିଛନ୍ତି, ଆହୁରି ୮ ଲକ୍ଷ ଟଙ୍କା ଅନୁଦାନ ପାଇଁ ଚିଠି କରାଯାଇଛି। ଏଥିସହ ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକ୍ଷେତ୍ର ପାଇଁ ୪ କୋଟି ୫୪ ଲକ୍ଷ ର ଅଟକଳ କରାଯାଇଥିବାବେଳେ ଅନୁଦାନ ଅପେକ୍ଷାରେ ସ୍ଥାନୀୟ ପ୍ରଶାସନ ରହିଥିବା ଜଣାପଡ଼ିଛି। ଅନୁଦାନ ଆସିଲେ ପର୍ଯ୍ୟଟନକ୍ଷେତ୍ରର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଆଉ କିଛିଦିନ ପରେ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ହେବାକୁ ଜିଲା ଓ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ହେଉଛି। ଏହି ମହୋତ୍ସବ ପୂର୍ବରୁ ପର୍ଯ୍ୟଟନକ୍ଷେତ୍ରର ବିକାଶ ହେବା ନିହାତି ଜରୁରୀ। ସେହି ସମୟରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ସଂଖ୍ୟା  ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri