Posted inଜାତୀୟ

ଶପଥ ପୂର୍ବରୁ ପୁଣି ସର୍ତ୍ତ ରଖିଦେଲେ ଶିନ୍ଦେ, ହରଡ଼ଘଣାରେ ଭାଜପା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ମହା ସସପେନ୍ସ ଶେଷ ହୋଇଛି। ଗୁରୁବାର ଦେବେନ୍ଦ୍ର ଫଡନଭିସ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କକିନ୍ତୁ ଶପଥ ଗ୍ରହଣ ପୂର୍ବରୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ପୁଣି ଚିନ୍ତା ବଢାଇଛନ୍ତି। ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି, ହେଲେ ଗୃହ ମନ୍ତ୍ରଣାଳୟର ଦାବି ଉପରେ ସେ ଏପର୍ଯ୍ୟନ୍ତ ଅଡି ବସିଛନ୍ତି। ଫଡନଭିସ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ତାଙ୍କର ଏହି ବିଭାଗ ଥିଲା।

ଗତକାଲି ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାର ଘୋଷଣା କରାଯାଇଥିଲା, କିନ୍ତୁ ସରକାରରେ ତାଙ୍କର ଭୂମିକା କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଶିବସେନା ଏକ ଚିଠି ଦେଇ ଫଡନଭିସ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସମର୍ଥନ କରିଛି। ଦୀର୍ଘ ଦିନ ଧରି ଗୃହ ମନ୍ତ୍ରଣାଳୟର ଦାବି ଉପରେ ଏକନାଥ ଶିନ୍ଦେ ଜିଦ ଧରିଛନ୍ତି।

ଏକ ଜାତୀୟ ଗରମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ସହିତ ଶିବସେନାକୁ ୧୨ଟି ମନ୍ତ୍ରଣାଳୟ ଦେବାକୁ ସେ ଦାବି କରୁଛନ୍ତି। ଶିବସେନା ନେତାମାନେ କହିଛନ୍ତି ଯେ ସିଏମ ପଦବୀ ପାଇ ନ ଥିବାରୁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ହେଉଛି ଏକମାତ୍ର ଦାୟିତ୍ୱ ଯାହା ଶିନ୍ଦେଙ୍କ ପାଇଁ ଉପଯୁକ୍ତ ହେବ। ଯଦି ଫଡନଭିସ ଗୃହ ମନ୍ତ୍ରଣାଳୟ ଛାଡିବେ ନାହିଁ, ତେବେ ଶିନ୍ଦେଙ୍କୁ ସହରୀ ବିକାଶ, ରାଜସ୍ବ କିମ୍ବା ଶକ୍ତି ପୋର୍ଟଫୋଲିଓ ଦିଆଯାଇପାରେ। ଏହି କାରଣରୁ ଶିନ୍ଦେ ଗୃହ ବିଭାଗ ଚାହୁଁଛନ୍ତି।

ଜଣେ ଶିବସେନା ନେତା ଗଣମାଧ୍ୟମକୁ କହିଛନ୍ତି, ଶିନ୍ଦେ ପୂର୍ବରୁ ପୋଲିସ, ସିଭିଲ ଆଡମିନିଷ୍ଟ୍ରେସନ ଏବଂ ନଗର ଉନ୍ନୟନର ପୋର୍ଟଫୋଲିଓ ରଖିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଫଡନଭିସ ଶକ୍ତିହୀନ ରହିଥିଲେ। ବର୍ତ୍ତମାନ ଫଡନଭିସ ମୁଖ୍ୟମନ୍ତ୍ରୀ ହୋଇ ସରକାରରେ ପ୍ରାଧାନ୍ୟ ବିସ୍ତାର କରିବେ। ତେଣୁ ଶିନ୍ଦେ ଗୃହ ମନ୍ତ୍ରଣାଳୟ ପରି ଏକ ବଡ ବିଭାଗ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରେ ବଳାତ୍କାର ଉଦ୍ୟମ, ବଗିରୁ ଡେଇଁପଡ଼ିଲେ ମହିଳା

ହାଇଦ୍ରାବାଦ,୨୪।୩: ହାଇଦ୍ରାବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ମହିଳା ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯେତେବେଳେ ଜଣେ ପୁରୁଷ ତାଙ୍କୁ...

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

ଉପ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଫସିଗଲେ କୁନାଲ କାମରା

ମୁମ୍ବାଇ,୨୪।୩: ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ସେ ଶିବସେନା ନେତା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ...

‘ଔରଙ୍ଗଜେବଙ୍କ ମସଜିଦ ଭାଙ୍ଗିଲେ କିଛି ମିଳିବ ନାହିଁ’, ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୩: ଔରଙ୍ଗଜେବଙ୍କ ସମାଧିକୁ ନେଇ ମହାରାଷ୍ଟ୍ରର ରାଜନୈତିକ ପରିବେଶ ଉଷ୍ମ ରହିଛି। ଗୋଟିଏ ଗୋଷ୍ଠୀ କବରକୁ ହଟାଇବା ପାଇଁ ଦାବି କରୁଛି। ଏହି ପ୍ରସଙ୍ଗକୁ ନେଇ...

ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର,୨୪।୩: ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ...

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri