Posted inଜାତୀୟ

ଶପଥ ପୂର୍ବରୁ ପୁଣି ସର୍ତ୍ତ ରଖିଦେଲେ ଶିନ୍ଦେ, ହରଡ଼ଘଣାରେ ଭାଜପା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ମହା ସସପେନ୍ସ ଶେଷ ହୋଇଛି। ଗୁରୁବାର ଦେବେନ୍ଦ୍ର ଫଡନଭିସ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କକିନ୍ତୁ ଶପଥ ଗ୍ରହଣ ପୂର୍ବରୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ପୁଣି ଚିନ୍ତା ବଢାଇଛନ୍ତି। ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି, ହେଲେ ଗୃହ ମନ୍ତ୍ରଣାଳୟର ଦାବି ଉପରେ ସେ ଏପର୍ଯ୍ୟନ୍ତ ଅଡି ବସିଛନ୍ତି। ଫଡନଭିସ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ତାଙ୍କର ଏହି ବିଭାଗ ଥିଲା।

ଗତକାଲି ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାର ଘୋଷଣା କରାଯାଇଥିଲା, କିନ୍ତୁ ସରକାରରେ ତାଙ୍କର ଭୂମିକା କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଶିବସେନା ଏକ ଚିଠି ଦେଇ ଫଡନଭିସ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସମର୍ଥନ କରିଛି। ଦୀର୍ଘ ଦିନ ଧରି ଗୃହ ମନ୍ତ୍ରଣାଳୟର ଦାବି ଉପରେ ଏକନାଥ ଶିନ୍ଦେ ଜିଦ ଧରିଛନ୍ତି।

ଏକ ଜାତୀୟ ଗରମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ସହିତ ଶିବସେନାକୁ ୧୨ଟି ମନ୍ତ୍ରଣାଳୟ ଦେବାକୁ ସେ ଦାବି କରୁଛନ୍ତି। ଶିବସେନା ନେତାମାନେ କହିଛନ୍ତି ଯେ ସିଏମ ପଦବୀ ପାଇ ନ ଥିବାରୁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ହେଉଛି ଏକମାତ୍ର ଦାୟିତ୍ୱ ଯାହା ଶିନ୍ଦେଙ୍କ ପାଇଁ ଉପଯୁକ୍ତ ହେବ। ଯଦି ଫଡନଭିସ ଗୃହ ମନ୍ତ୍ରଣାଳୟ ଛାଡିବେ ନାହିଁ, ତେବେ ଶିନ୍ଦେଙ୍କୁ ସହରୀ ବିକାଶ, ରାଜସ୍ବ କିମ୍ବା ଶକ୍ତି ପୋର୍ଟଫୋଲିଓ ଦିଆଯାଇପାରେ। ଏହି କାରଣରୁ ଶିନ୍ଦେ ଗୃହ ବିଭାଗ ଚାହୁଁଛନ୍ତି।

ଜଣେ ଶିବସେନା ନେତା ଗଣମାଧ୍ୟମକୁ କହିଛନ୍ତି, ଶିନ୍ଦେ ପୂର୍ବରୁ ପୋଲିସ, ସିଭିଲ ଆଡମିନିଷ୍ଟ୍ରେସନ ଏବଂ ନଗର ଉନ୍ନୟନର ପୋର୍ଟଫୋଲିଓ ରଖିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଫଡନଭିସ ଶକ୍ତିହୀନ ରହିଥିଲେ। ବର୍ତ୍ତମାନ ଫଡନଭିସ ମୁଖ୍ୟମନ୍ତ୍ରୀ ହୋଇ ସରକାରରେ ପ୍ରାଧାନ୍ୟ ବିସ୍ତାର କରିବେ। ତେଣୁ ଶିନ୍ଦେ ଗୃହ ମନ୍ତ୍ରଣାଳୟ ପରି ଏକ ବଡ ବିଭାଗ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?