ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ ଉପସ୍ବାସ୍ଥ୍ୟକେନ୍ଦ୍ର କେସିଙ୍ଗାର ଜନୈକ ଠିକାଦାରଙ୍କ ଦ୍ୱାରା ନିର୍ମାଣ ଚାଲିଛି। ଉକ୍ତ କେନ୍ଦ୍ରର ଫାଉଣ୍ଡେଶନଠାରୁ ଛାତର ସ୍ଲାପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ନିମ୍ନମାନର କାମ କରାଯାଉଥିବାରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପୂର୍ବରୁ ବିଦ୍ୟୁତ୍‌ ସଂଯୋଗ କରିବା କଥା, ନଳକୂପ ଖନନ କରାଯାଇଛି, କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ସ୍ଥାନୀୟ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ବିଦ୍ୟୁତ୍‌ ଚୋରାରେ ସଂଯୋଗ କରି ନିର୍ମାଣ କାମରେ ଚୋରାରେ ପାଣି ଦିଆଯାଉଛି। ଆଜକୁ ଛାତ ପଡ଼ି ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ଉକ୍ତ ଉପସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ସିଞ୍ଚନ କରାଯାଇ ନ ଥିବାରୁ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସ୍ଥାନୀୟ ସରପଞ୍ଚ, ଓ୍ବାର୍ଡ୍‌ମେମ୍ବରଙ୍କ ଅଜାଣତରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ୫୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ଉପସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ସିଞ୍ଚନ କରାଯାଉନାହିଁ। ଫଳରେ କିଛି ଦିନ ପରେ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। ନିମ୍ନମାନର ସିମେଣ୍ଟ, ଲୁହା ରଡ୍‌ ଏଠାରେ ବ୍ୟବହାର କରାଯାଇଛି। ଠିକାଦାର ଓ ମୁନ୍ସି ଦ୍ୱାରା କାମ ଚାଲିଛି। କେତେବେଳେ କେମିତି ବିଭାଗୀୟ ଜେଇ ଭବାନୀପାଟଣା ଆସି ଦେଖି ପଳାଇ ଯାଆନ୍ତି।

ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ଝରଣା ବାଗଙ୍କୁ ପଚାରିବାରୁ ମୋ’ ପଞ୍ଚାୟତରେ ଉପସ୍ବାସ୍ଥ୍ୟକେନ୍ଦ୍ର ହେଉଛି ଅଥଚ ମୋତେ କେହି ବି ସୂଚନା ଦେଇ ନାହାନ୍ତି। ବିନା ସୂଚନାଫଳକରେ କାମ ଚାଲିଥିବାରୁ ପଞ୍ଚାୟତ ପକ୍ଷରୁ ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ ଏନ୍‌ଆର୍‌ଏଚ୍‌ଏମ୍‌ର ଜଣେ ଅଧିକାରୀ ପି.କେ ଦାଶ ଙ୍କୁ ପଚାରିବାରୁ ମୋତେ କେହି ଅଭିଯୋଗ କରି ନାହାନ୍ତି, ଏହି ଉପସ୍ବାସ୍ଥ୍ୟକେନ୍ଦ୍ର ୫୫ଲକ୍ଷ ବ୍ୟୟ ଅଟକଳ କାମ ଚାଲିଛି, ମୁଁ ତଥାପି ତଦନ୍ତ କରି ଠିକ୍‌ ଭାବେ କାମ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri