ନୂଆ ବାଇପାସ୍‌ ରାସ୍ତା ନିର୍ମାଣରେ ପଙ୍କ ବ୍ୟବହାର

ପଟ୍ଟାମୁଣ୍ଡାଇ,୫ା୬(ସ୍ବ.ପ୍ର୍ର.): ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ଅଧୀନରେ ଥିବା ବାଇପାସ୍‌ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧର ଦକ୍ଷିଣପାର୍ଶ୍ୱରେ ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଜଣାପଡ଼ିଛି। ରାସ୍ତା ନିର୍ମାଣ କରୁଥିବା ଠିକାଦାର ସରକାରୀ ନିୟମକୁ ନ ମାନି ମନମୁଖି ଭାବେ ପୋଖରୀରୁ ପଙ୍କମାଟି ପକାଇ କାର୍ଯ୍ୟ କରୁଛନ୍ତି। ନୂତନ ବାଇପାସ ରାସ୍ତା ନିର୍ମାଣ କାମ ନିମ୍ନମାନର କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ଏପ୍ରିଲ ୧୮ରେ ୧୯ କୋଟି ଟଙ୍କା ବ୍ୟୟରେ ନୂତନ ବାଇପାସ୍‌ ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ଏହି କେନାଲ ବନ୍ଧ ରାସ୍ତାଟି ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ବେଳେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ମାତ୍ର କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ପକ୍ଷରୁ ମେମୋ ନଂ.୨୫୪(୨), ୧୨ା୫ା୨୩ରେ ପୂର୍ତ୍ତ ବିଭାଗକୁ ଚିଠି କରି ଜଣାଇ ଦିଆଯାଇଛି ଯେ, ପଟ୍ଟାମୁଣ୍ଡାଇ କେନାଲର ୭୫.୫୦୦ କିମି ବାଇପାସ୍‌ଠାରୁ ୭୯.୫୦୦ କିମି କଖାରୁଣୀ ପୋଲ ପର୍ଯ୍ୟନ୍ତ ୪ କି.ମି. ଦକ୍ଷିଣ ପାର୍ଶ୍ୱ କେନାଲ ବନ୍ଧକୁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ ହୋଇଛି। ଠିକାଦାର କାମ ଆରମ୍ଭ କରିଥିବା ବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ ନୟନଯୋରି, କଲଭର୍ଟ ଓ କେନାଲ ବନ୍ଧକୁ ସୁରକ୍ଷା ଦେବା ସହ ସରକାରୀ ନିୟମ ଅନୁଯାୟୀ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ହସ୍ତାନ୍ତର କରିବା ଉଚିତ ବୋଲି ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ମାତ୍ର ପୂର୍ତ୍ତ ବିଭାଗ ଜଳସେଚନ ପ୍ରତି ଧ୍ୟାନ ନ ଦେଇ ନୟନଯୋରିରୁ ମାଟି ତାଡି ରାସ୍ତାରେ ପକାଉଛି। ଯାହାଦ୍ୱାରା ଜମି ପାଣି ନିଷ୍କାସନରେ ବାଧା ଉପୁଜିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଥିବାରୁ ନୂତନ ବାଇପାସ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଜଣେ ଠିକାଦାରଙ୍କୁ କାର୍ଯ୍ୟଦେଶ ମିଳିଛି। ମାତ୍ର ଠିକାଦାର ଏହି ରାସ୍ତାରେ କେତେ ମିଟର ଓସାର ପିଚୁ କରାଯିବ, କେତେ ମାଟି ବାଲି ପଡ଼ିବ, କେତେ ମୋରମ ରାସ୍ତା କରାଯିବ, ରାସ୍ତା ନିର୍ମାଣ ସମୟରେ କେତେ କଲଭର୍ଟ ନିର୍ମାଣ ହେବ ବିଭାଗରେ ଏଗ୍ରିମେଣ୍ଟ ନ କରି ମନମୁଖି ୨୦ ପ୍ରତିଶତ ମାଟିପକା କାମ ଶେଷ କରାଯାଇଛି। ରାସ୍ତା କାର୍ଯ୍ୟରେ ପଙ୍କ ମାଟି ପଡୁଥିବା ଅଭିଯୋଗ ଆସିଛି। ଏ ବାବଦରେ ଉପରିସ୍ଥ ଅଫିସରଙ୍କୁ ଜଣାଇଛି, ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହା: ବରଗଡ଼ରେ…

ଭୁବନେଶ୍ୱର,୨୯।୬: ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାହା ଜୁଲାଇ ୪ରେ…

ବ୍ୟାଙ୍କ ଆକାଉଣ୍ଟକୁ ସିଧା ଯିବ ୫୦,୦୦୦ ପର୍ଯ୍ୟନ୍ତ ସବସିଡି ଟଙ୍କା! ଘୋଷଣା ହେଲା ସରକାରଙ୍କ ନୂଆ ଇଭି ଗାଇଡଲାଇନ୍‌

ଦିଲ୍ଲୀ ସରକାର ପ୍ରଦୂଷଣ କମାଇବା ଏବଂ ଇଲେକ୍ଟ୍ରିକ୍ ଯାନ (EV) କୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ଇଭି ପଲିସି ୨୦୨୬-୩୦ (EV Policy 2026-30) ର…

ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

ବାଇକକୁ ପିଟିଲା ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ, ଜଣେ ମୃତ

କେସିଙ୍ଗା,୨୯।୬(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମରୁ କୋକୋଡମାଲକୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ…

ଦଧିବାମନ ଜୀଉଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ

ପାଟଣା, ୨୯।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରସ୍ଥିତ ପ୍ରାଚୀନ ଶ୍ରୀଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା…

୫ ବର୍ଷ ଦୂରର କଥା….ବିଜୟଙ୍କ ଉପରେ ବର୍ଷିଲେ ଷ୍ଟାଲିନ, ୩ରୁ୬ ମାସରେ ଖେଳ ଶେଷ

ଚେନ୍ନାଇ,୨୯।୬: ତାମିଲନାଡୁ ରାଜନୀତିରେ ବୟାନବାଜି ତୀବ୍ର ହୋଇଛି । ରବିବାର ଦିନ ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରର ସ୍ଥିରତା ଉପରେ ପ୍ରଶ୍ନ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri