ନୂଆ ବାଇପାସ୍‌ ରାସ୍ତା ନିର୍ମାଣରେ ପଙ୍କ ବ୍ୟବହାର

ପଟ୍ଟାମୁଣ୍ଡାଇ,୫ା୬(ସ୍ବ.ପ୍ର୍ର.): ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ଅଧୀନରେ ଥିବା ବାଇପାସ୍‌ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧର ଦକ୍ଷିଣପାର୍ଶ୍ୱରେ ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଜଣାପଡ଼ିଛି। ରାସ୍ତା ନିର୍ମାଣ କରୁଥିବା ଠିକାଦାର ସରକାରୀ ନିୟମକୁ ନ ମାନି ମନମୁଖି ଭାବେ ପୋଖରୀରୁ ପଙ୍କମାଟି ପକାଇ କାର୍ଯ୍ୟ କରୁଛନ୍ତି। ନୂତନ ବାଇପାସ ରାସ୍ତା ନିର୍ମାଣ କାମ ନିମ୍ନମାନର କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ଏପ୍ରିଲ ୧୮ରେ ୧୯ କୋଟି ଟଙ୍କା ବ୍ୟୟରେ ନୂତନ ବାଇପାସ୍‌ ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ଏହି କେନାଲ ବନ୍ଧ ରାସ୍ତାଟି ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ବେଳେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ମାତ୍ର କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ପକ୍ଷରୁ ମେମୋ ନଂ.୨୫୪(୨), ୧୨ା୫ା୨୩ରେ ପୂର୍ତ୍ତ ବିଭାଗକୁ ଚିଠି କରି ଜଣାଇ ଦିଆଯାଇଛି ଯେ, ପଟ୍ଟାମୁଣ୍ଡାଇ କେନାଲର ୭୫.୫୦୦ କିମି ବାଇପାସ୍‌ଠାରୁ ୭୯.୫୦୦ କିମି କଖାରୁଣୀ ପୋଲ ପର୍ଯ୍ୟନ୍ତ ୪ କି.ମି. ଦକ୍ଷିଣ ପାର୍ଶ୍ୱ କେନାଲ ବନ୍ଧକୁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ ହୋଇଛି। ଠିକାଦାର କାମ ଆରମ୍ଭ କରିଥିବା ବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ ନୟନଯୋରି, କଲଭର୍ଟ ଓ କେନାଲ ବନ୍ଧକୁ ସୁରକ୍ଷା ଦେବା ସହ ସରକାରୀ ନିୟମ ଅନୁଯାୟୀ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ହସ୍ତାନ୍ତର କରିବା ଉଚିତ ବୋଲି ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ମାତ୍ର ପୂର୍ତ୍ତ ବିଭାଗ ଜଳସେଚନ ପ୍ରତି ଧ୍ୟାନ ନ ଦେଇ ନୟନଯୋରିରୁ ମାଟି ତାଡି ରାସ୍ତାରେ ପକାଉଛି। ଯାହାଦ୍ୱାରା ଜମି ପାଣି ନିଷ୍କାସନରେ ବାଧା ଉପୁଜିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଥିବାରୁ ନୂତନ ବାଇପାସ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଜଣେ ଠିକାଦାରଙ୍କୁ କାର୍ଯ୍ୟଦେଶ ମିଳିଛି। ମାତ୍ର ଠିକାଦାର ଏହି ରାସ୍ତାରେ କେତେ ମିଟର ଓସାର ପିଚୁ କରାଯିବ, କେତେ ମାଟି ବାଲି ପଡ଼ିବ, କେତେ ମୋରମ ରାସ୍ତା କରାଯିବ, ରାସ୍ତା ନିର୍ମାଣ ସମୟରେ କେତେ କଲଭର୍ଟ ନିର୍ମାଣ ହେବ ବିଭାଗରେ ଏଗ୍ରିମେଣ୍ଟ ନ କରି ମନମୁଖି ୨୦ ପ୍ରତିଶତ ମାଟିପକା କାମ ଶେଷ କରାଯାଇଛି। ରାସ୍ତା କାର୍ଯ୍ୟରେ ପଙ୍କ ମାଟି ପଡୁଥିବା ଅଭିଯୋଗ ଆସିଛି। ଏ ବାବଦରେ ଉପରିସ୍ଥ ଅଫିସରଙ୍କୁ ଜଣାଇଛି, ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri