ମଣ୍ଡପ ବସ୍ତି ନିର୍ମାଣ କାର୍ଯ୍ୟ ସରୁନି

ଭୁବନେଶ୍ୱର,୧୧।୭(ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ବସ୍ତିଗୁଡିକର ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ହିତାଧିକାରୀମାନେ ଲାଭବାନ ହୋଇପାରୁ ନାହାନ୍ତି। ରାଜୀବ ଆବାସ ଯୋଜନା (ଇନ୍‌-ସିଟୁ ରିଡେଭେଲେପମେଣ୍ଟ) ଅଧୀନରେ ମଣ୍ଡପ ବସ୍ତିରେ ୪୦୦ ୟୁନିଟ୍‌ ବିଶିଷ୍ଟ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲିଛି। ମାତ୍ର ଯେଉଁ କ୍ରମରେ ନିର୍ମାଣ କାର୍ଯ୍ୟ ସରିବା କଥା ଏ ଯାଏ ତାହା ହୋଇପାରିନାହିଁ। ଏଠାରେ ମୋଟ୍‌ ୫ଟି ବ୍ଲକ୍‌ ନିର୍ମାଣ କରାଯିବାକୁ ଥିବାବେଳେ ଏଯାବତ୍‌ ମାତ୍ର ୨ଟି ବ୍ଲକ୍‌ ନିର୍ମାଣ ହୋଇଛି। ତେଣୁ ନିର୍ମାଣ ଦାୟିତ୍ୱରେ ଥିବା ‘ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌’ ସଂସ୍ଥାକୁ ତୁରନ୍ତ କାମ ସାରିବାକୁ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର କମିଶନର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ପ୍ରମୁଖ ସମ୍ପୃକ୍ତ ବସ୍ତି ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ପୃକ୍ତ ସଂସ୍ଥା ଠିକ୍‌ ଭାବେ କାମ କରୁ ନ ଥିବାରୁ ତାକୁ ତାଗିଦ୍‌ କରାଯାଇଥିଲା। ଏହାପରେ ଅକ୍ଟୋବର ଶେଷ ସୁଦ୍ଧା ଗୋଟିଏ ବ୍ଲକ୍‌ ଏବଂ ଡିସେମ୍ବର ସୁଦ୍ଧା ବାକି ଆଉ ୨ଟି ବ୍ଲକ୍‌ ନିର୍ମାଣ ଶେଷ କରିବା ପାଇଁ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ସେହିପରି ସେଠାରେ ରହୁଥିବା ପରିବାର ବ୍ୟବହାର କରୁଥିବା ବିଦ୍ୟୁତ୍‌ ପାଇଁ ଗୋଟିଏ ମିଟର ବସିଛି। ମାସ ଶେଷକୁ ଯେତିକି ବିଦ୍ୟୁତ୍‌ ବିଲ୍‌ ଆସୁଛି ତାହା ୟୁନିଟ୍‌ ପିଛା ୮ରୁ ୯ଟଙ୍କା ପଡୁଛି। ତେଣୁ ବିଏମ୍‌ସି ପକ୍ଷରୁ ତୁରନ୍ତ ସେଠାରେ ଟ୍ରାନ୍ସଫରର୍ମର ବସାଇବା ପାଇଁ ମେ’ ମାସରେ ଦାବି କରାଯାଇଥିଲା। ବିଭାଗୀୟ ଅଧିକାରୀ ଆସନ୍ତା ୧ମାସ ମଧ୍ୟରେ ଏନେଇ ପଦକ୍ଷେପ ନେବା ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ମଧ୍ୟ ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ ଆସନ୍ତା ୧୦ଦିନ ଭିତରେ ସେଠାରେ ଟ୍ରାନ୍ସଫରର୍ମର ବସାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବିଲ୍ଡିଂରେ ମୋଟ୍‌ ୫ଟି ବ୍ଲକ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ବ୍ଲକ୍‌-୪ ଓ ବ୍ଲକ୍‌-୫ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ବ୍ଲକ୍‌-୧, ବ୍ଲକ୍‌-୨, ବ୍ଲକ-୩ର କାର୍ଯ୍ୟ ନିର୍ମାଣଧୀନ ରହିଛି। ନିର୍ମାଣ ହୋଇଥିବା ୧୬୦ ୟୁନିଟ୍‌ ମଧ୍ୟରୁ ୧୫୩ଟି ପରିବାର ବସବାସ କରୁଛନ୍ତି। ଆହୁରି ୨୪୭ଟି ଯୋଗ୍ୟ ପରିବାର ଏଠାରେ ରହିବା ପାଇଁ ଚାହିଁ ବସିଥିବାବେଳେ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି। ୬ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ ବୋଲି ମେ’ ମାସରେ ସୂଚନା ଦିଆଯାଇଥିବାବେଳେ ଏବେ ଏହାକୁ ଆଉ ୨ମାସ ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri