ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ ପ୍ରହର ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ଏକ ଘରୋଇ ଜମିରେ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିନାରାମ ଜାନା, ଶଙ୍କର ମାଇତି, ଜଗନ୍ନାଥ ମାଇତି, ପ୍ରଫୁଲ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି, ହରେକୃଷ୍ଣ ମନ୍ତ୍ରୀ ଓଗେରଙ୍କ ନାମରେ ପ୍ଲଟ ନମ୍ବର ୪୭/୩୩୭ ମୋଟ ୩ ଏକର ୪୮ ଡିସିମିଲ ଜମି ରହିଛି। ଏହି ଜମିରେ ୨୦୧୪ ମସିହାଠାରୁ ସିଭିଲ କୋର୍ଟରେ ମକଦ୍ଦମା ରୁଜୁ ହୋଇଛି। ଏହା ବିଚାରାଧୀନ ଥିବାବେଳେ ପଞ୍ଚାୟତ ପକ୍ଷରୁ ଏହି ଜମିର ୧୦ଡିସିମିଲ ଜମିରେ ନୂତନ ଗୃହ ନିର୍ମାଣ ପାଇଁ ନାମ ଫଳକ ଲଗାଯାଇଛି। ଏଥିସହିତ ପିଲର ପାଇଁ ଗାତ ଖୋଳାଯାଇଛି। ଏ ସଂକ୍ରାନ୍ତରେ ବିଡ଼ିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି।