Categories: ଜାତୀୟ

ଭାରତ-ପାକିସ୍ତାନ ସୀମାରେ ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ

ନୂଆଦିଲ୍ଲୀ,୧୦।୨: ଭାରତ ପାକିସ୍ତାନ ସୀମାରେ ଅମୃତସରଠାରେ ୭.୧୮ କିଲୋମିଟର ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ ହୋଇଛି। ଏସମ୍ପର୍କରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ନୂଆ ମଡୁଲାର ତାରବାଡ଼ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରେ ଶେଷ ହୋଇଥିବା ସେ କହିଛନ୍ତି। ଏହି ତାରକୁ କାଟି ହେବ ନାହିଁ ଅଥବା ଏଥିରେ କଳଙ୍କି ମଧ୍ୟ ଲାଗିବ ନାହିଁ। ଏହି ପ୍ରକଳ୍ପକୁ ୨୦୧୯ରେ ମଞ୍ଜୁରୀ ମିଳିଥିଲା। ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି।

Share