୧୪୪ ଧାରା ସତ୍ତ୍ୱେ ସାମପୁରରେ ଚାଲିଛି ନିର୍ମାଣ

ଭୁବନେଶ୍ୱର, ୧୫।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଥିବା ସରକାରୀ ଜମିକୁ ଜମି ମାଫିଆ କବ୍‌ଜା କରି ନେଉଛନ୍ତି। ନିଜର ମାଲିକାନା ସ୍ବତ୍ୱ ଦେଖାଇ ଅନ୍ୟକୁ ବିକ୍ରି ମଧ୍ୟ କରି ଦେଉଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ନାକ ତଳେ ବର୍ଷବର୍ଷ ଧରି ଏଭଳି ଜବରଦଖଲ ସହ ବେଆଇନ କାରବାର ଚାଲିଥିଲେ ବି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଜବରଦଖଲ ନେଇ ଅଭିଯୋଗ ପାଇବା ବେଳକୁ ସମ୍ପୃକ୍ତ ଜମିରେ ନିର୍ମାଣ କାର୍ଯ୍ୟ ସରି ଯାଉଛି, ନଚେତ୍‌ ହାଇକୋର୍ଟରୁ ରହିତାଦେଶ ମିଳିଯାଉଛି। ଫଳରେ ବେଆଇନ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ବିଡିଏ ପକ୍ଷେ କଷ୍ଟକର ହୋଇପଡୁଛି। ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏବେ ସହରର ଅଧିକାଂଶ ସରକାରୀ ଜମି ଜବରଦଖଲରେ ରହିଥିବା ଦେଖାଯାଉଛି। ବିଡିଏର ତଥ୍ୟ ଅନୁଯାୟୀ ଗତ ୬ମାସ ମଧ୍ୟରେ ପ୍ରାୟ ୧୫ଏକର ଜମି ଜବରଦଖଲ ମୁକ୍ତ କରାଯାଇଥିବବେଳେ ଏବେ ମଧ୍ୟ ବହୁ ଜମି ଜବରଦଖଲରେ ରହିଛି। ଆଗକୁ ନିର୍ବାଚନ ଆସୁଥିବାରୁ ଉଚ୍ଛେଦ କାର୍ଯ୍ୟ କିଛିଟା ଧିମା ପଡି ଯାଇଥିବା ସୂଚନା ଦିଆଯାଇଛି। ହେଲେ ସାମ୍‌ପୁର ମୌଜାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିଡିଏ ଅଧିକାରୀମାନେ ପ୍ରଶ୍ରୟ ଦେବାଭଳି ଲାଗୁଛି। ୧୪୪ ଧାରା ସତ୍ତ୍ୱେ ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ମାମଲା କରି ବିଡିଏ ଦୋଷ ଖସାଉଥିବା ମଧ୍ୟ ଅଭିଯୋଗ ଉଠୁଛି।
ସାମପୁର ମୌଜାରେ ଥିବା ୬୮ ଏକର ୪୪୫ ଡିସିମିଲି ଜମି ଉପରେ ଏବେ ଜମି ମାଫିଆଙ୍କ ରାଜ୍‌ ଚାଲିଛି। ଏଠାରେ ଆଫୋର୍ଡେବୁଲ ହାଉସିଂ ପ୍ରୋଜେକ୍ଟ (ଏଏଚ୍‌ପି) ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ (ଜିଏ) ବିଡିଏକୁ ଜମି ଦେଇଥିଲା। ମାତ୍ର ଉକ୍ତ ଜମିକୁ ନିଜର ଦର୍ଶାଇ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରାଯାଉଥିବା ବିଡିଏ ଅଧିକାରୀ ଖବର ପାଇଥିଲେ। ଡିସେମ୍ବର ୨୧ରେ ବିଡିଏ ବିଡିଏ ଯୁଗ୍ମ କମିଶନର ରଞ୍ଜନ କୁମାର ଜେନାଙ୍କ ନେତୃତ୍ୱରେ ୨ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସାମପୁର ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲେ। ପୁରୁଣା ୧୬ଟି ଘର ସମେତ ଆଉ ୨୦ଟି ଘର ନିର୍ମାଣ ଚାଲିଥିବା ନେଇ ରିପୋର୍ଟ ଦେବାପରେ ୨୭ ତାରିଖରେ ଇଓଡବ୍ଲ୍ୟୁରେ ବିଡିଏ ଅତିରିକ୍ତ ଜମି ଅଧିକାରୀ ଦେବରାଜ ସେଠୀ ଏତଲା ଦେଇଛନ୍ତି। ଏଥିସହ ୧୬ଜଣଙ୍କ ନାମରେ ଓଡିଶା ପ୍ରିଭେନ୍‌ସନ୍‌ ଅଫ୍‌ ଲ୍ୟାଣ୍ଡ ଏନ୍‌କ୍ରୋଚ୍‌ମେଣ୍ଟ ଆକ୍ଟ ଅନୁଯାୟୀ କେସ୍‌ କରାଯାଇଛି। ଏପରିକି ସମ୍ପୃକ୍ତ ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ଏହାସତ୍ତ୍ୱେ ଜମି ଦଲାଲ ବେଧଡକ ନିର୍ମାଣ ଜାରି ରଖିଥିବାରୁ ବିଡିଏର ଉପରଠାଉରିଆ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଯେପରି କାହାକୁ ନୂଆ ବିଦ୍ୟୁତ୍‌ ସଂଯୋଗ ନ ଦିଆଯାଏ ସେ ନେଇ ବିଡିଏ ୨ଦିନ ତଳେ ଟିପିସିଓଡିଏଲ୍‌କୁ ଚିଠି କରିଛି। ତେବେ ୨୭ରୁ ଏତଲା ଦେବା ପରେ ମଧ୍ୟ ନୂତନ ବିଦ୍ୟୁତ୍‌ ସଂଯୋଗ ନ ଦେବା ପାଇଁ ପୂର୍ବରୁ କାହିଁକି ଚିଠି କରାଯାଇ ନ ଥିଲା, ସମ୍ପୃକ୍ତ ଅଞ୍ଚଳରେ ୧୬ଟି ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ମଧ୍ୟ ତାହାକୁ କାଟିବା ପାଇଁ କାହିଁକି ଚିଠିରେ ଉଲ୍ଲେଖ ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅପରପକ୍ଷେ ବିଡିଏର ଏହି ୬୮.୪୪୫ ଏକରର ଜମିରୁ ପ୍ରାୟ ୧୦ ଏକର ଜମିରେ ହାଇକୋର୍ଟର ସ୍ଥଗିତାଦେଶ ରହିଥିବା ସୂଚନା ମିଳିଛି। ତେଣୁ ବିଡିଏ ଉକ୍ତ ସ୍ଥାନରୁ ଉଚ୍ଛେଦ କରିପାରୁ ନ ଥିବା ଦର୍ଶାଇଛି। ମାତ୍ର ମୋଟ୍‌ ଜମିରୁ ଜବରଦଖଲକାରୀଙ୍କୁ କେଉଁ ଜମିରେ ସ୍ଥଗିତାଦେଶ ମିଳିଛି ତାହା ବିଡିଏ ଅଧିକାରୀ ଜାଣିପାରୁନାହାଁନ୍ତି। ଫଳରେ ଶୁକ୍ରବାରଠାରୁ ସମ୍ପୃକ୍ତ ସ୍ଥାନରେ ଡିମାର୍କେଶନ ଓ ସର୍ଭେ କାମ ଆରମ୍ଭ ହୋଇଛି। ବିଡିଏର ଅମିନ, ଲ୍ୟାଣ୍ଡ୍‌ ଅଫିସର ଓ ଟିମ୍‌ ଏହି କାମରେ ନିୟୋଜିତ ଅଛନ୍ତି। ଅନ୍ୟପଟେ ଇଓଡବ୍ଲ୍ୟୁରେ ଅଭିଯୋଗ କରିବାର ୨ସପ୍ତାହରୁ ଊଦ୍ଧର୍‌ବ ହୋଇଥିଲେ ମଧ୍ୟ ଏଯାଏ ମାମଲା ଇଓଡବ୍ଲ୍ୟୁ ଲିଗାଲ ସେଲ୍‌ରୁ ଆଗକୁ ବଢୁନାହିଁ। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ କେବଳ ତଦନ୍ତ ଚାଲିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri