ନିର୍ମାଣ ଅପେକ୍ଷାରେ ଗଲାଣି ୪ ବର୍ଷ

କେନ୍ଦ୍ରାପଡ଼ା ଅଫିସ, ୧ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ଏହି ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ବନ୍ଦରରେ ବାର୍ଷିକ ୧୮.୪୩ ନିୟୁତ ଟନ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୪ବର୍ଷ ପୂରିବାକୁ ଯାଉଥିବାବେଳେ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଅପରପକ୍ଷରେ ବନ୍ଦର ନିର୍ମାଣକୁ ନେଇ ପରିବେଶବିତ୍‌ ଭିତରକନିକାର ଜୈବବିବିଧତା ନଷ୍ଟ ହେବ ବୋଲି ଆଶଙ୍କା ପ୍ରକାଶ କରିଥିବା ବେଳେ ବୁଦ୍ଧିଜୀବୀମାନେ ଜିଲାର ଅର୍ଥନୈତିକ ବିକାଶ ପାଇଁ ଜରୁରୀ ଥିବା ପ୍ରକାଶ କରିଛନ୍ତି।
ଜିଲା ମତ୍ସ୍ୟଜୀବୀ ସଂଘର ଅର୍ଜୁନ ମଣ୍ଡଳ କହିଛନ୍ତି, ଆଖଡାଶାଳୀଠାରେ ନଦୀ ଭିତ୍ତିକ ବନ୍ଦର ୩୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ଜୀବିକା ନଷ୍ଟ କରିବ। ମହାନଦୀ ଓ ଏହାର ଶାଖା ନାଳରେ ପ୍ରଚୁର ମାତ୍ରାରେ ଲୁଣି ଓ ମଧୁର ମାଛ ମିଳିଥାଏ। ବନ୍ଦର ପ୍ରତିଷ୍ଠା ଫଳରେ ମାଛର ପରିମାଣ କମିବା ଯୋଗୁ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଆର୍ଥିକ ସଙ୍କଟରେ ପଡିବେ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ବନ୍ଦର ନିର୍ମାଣ ହେଲେ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ପ୍ରସ୍ତାବିତ ବନ୍ଦର ଓ ବିଶ୍ୱ ପ୍ରସିଦ୍ଧ ଅଲିଭ ରିଡଲେଙ୍କ ପ୍ରଜନନ ସ୍ଥଳ ଗହୀରମଥାର ଦୂରତ୍ୱ ବହୁତ କମ। ଜାହାଜ ଚଳାଚଳ ଫଳରେ ଏହି ପ୍ରାକୃତିକ ପ୍ରଜନନ ସ୍ଥଳରେ ବିରଳ ଅଲିଭ ରିଡଲେଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ। ଏହା ବ୍ୟତୀତ ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତି ଲାଭ କରିଥିବା ହେନ୍ତାଳ ବଣ ନଷ୍ଟ ହେବ ବୋଲି ମତ ଦେଇଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ସଙ୍ଗଠନର ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଗତ ୭ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ପରିବେଶ, ବନ୍ୟ ସମ୍ପଦ ବିଭାଗ ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଥିବା ୧୯୨ଟି ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଜୋନ ବୋଲି ଘୋଷଣା କରିଛି। ଆଖଡାଶାଳୀଠାରେ ବନ୍ଦର ନିର୍ମାଣ ଫଳରେ ଏହି ଅଞ୍ଚଳର ସାମୁଦ୍ରିକ ଓ ବନ୍ୟପ୍ରାଣୀ ପ୍ରତି ବିପଦ ସୃଷ୍ଟି କରିବ। ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଆଖଡାଶାଳୀ ବନ୍ଦର ନିର୍ମାଣ ଫଳରେ ଜିଲାର ଆର୍ଥିକ ବିକାଶ ହୋଇଥାନ୍ତା। ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ଏକ ନିର୍ବାଚନୀ ଚାଲ ଥିଲା। ନିର୍ବାଚନ ସମୟ ଆସିଲେ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ବନ୍ଦର ଓ ଶିଳ୍ପର ସ୍ବପ୍ନ ଦେଖା ଯାଇଥାଏ। ୨୦୦୯ରେ ବରୁଣେଇ ବନ୍ଦର ଓ ୨୦୧୪ରେ ରାଜଗଡରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ଆଖଡାଶାଳୀରେ ବନ୍ଦର ନିର୍ମାଣକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଅମରବର ବିଶ୍ୱାଳ, ଆଶିଷ କୁମାର ସେନାପତି ପ୍ରମୁଖ କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ବନ୍ଦର ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନୂ୍ୟନ ୧୫ ହଜାର ଲୋକଙ୍କୁ କାମ ମିଳିବ। ବନ୍ଦର ନିର୍ମାଣକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଶୁଣା ଯାଉଥିଲେ ମଧ୍ୟ ଅଦ୍ୟାବଧି କୌଣସି ସଫଳ ବାର୍ତ୍ତା ଜିଲାବାସୀ ନିକଟରେ ପହଞ୍ଚତ୍ ନାହିଁ। ବନ୍ଦର ନିକଟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସୃଷ୍ଟି ହେବାର ସମ୍ଭାବନା ଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri