
ଭୁବନେଶ୍ୱର,୨୩।୬: ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର ଏବଂ ପ୍ରିନ୍ସିପାଲ୍ଙ୍କୁ ଚିଠି କରାଯାଇଛି।
ଭାରତରେ ଲାଗୁ ହୋଇଥିବା ଜରୁରୀ କାଳିନ ସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ସଚେତନ କରାଯିବା ସହ ସମ୍ବିଧାନର ସୁରକ୍ଷା ଏବଂ ଲୋକଙ୍କ ଅଧିକାର ନେଇ ଆଲୋଚନା କରାଯିବ।