Posted inଜାତୀୟ

ସଂସଦରେ ‘ସମ୍ବିଧାନ’ ବିତର୍କ

ନୂଆଦିଲ୍ଲୀ,୧୪ା୧୨: କଂଗ୍ରେସ ସବୁବେଳେ ସମ୍ବିଧାନ ଅପେକ୍ଷା କ୍ଷମତାକୁ ବାଛିଆସିଛି। ଏପରି କି ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସ୍ବାୟତ୍ତତାକୁ ମଧ୍ୟ ବିରୋଧୀ ଦଳ ବରଦାସ୍ତ ନ କରି ସିଦ୍ଧାନ୍ତଗୁଡ଼ିକୁ ଧ୍ୱଂସ କରିବାକୁ ଉଦ୍ୟମ ଚଳାଇଆସିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସମାଲୋଚନା କରିଛନ୍ତି। ସମ୍ବିଧାନର ୭୫ ବର୍ଷ ଯାତ୍ରା ସମ୍ପର୍କରେ ଲୋକ ସଭାରେ ୨ ଦିନିଆ ବିତର୍କର ଆରମ୍ଭକରି ବରିଷ୍ଠ ଭାଜପା ସଦସ୍ୟ ରାଜନାଥ କହିଛନ୍ତି, କଂଗ୍ରେସ ସମ୍ବିଧାନକୁ ନିଜ ଅବଦାନ ବୋଲି ଦର୍ଶାଇବା ସହ ଏହାର ପ୍ରଣୟନରେ ଅନ୍ୟ ଅନେକ ନେତାଙ୍କ ଭୂମିକାକୁ ଅସ୍ବୀକାର କରିଛି। ଅନେକ ବିରୋଧୀ ନେତା ସମ୍ବିଧାନକୁ ପକେଟରେ ପୂରାଇ ଏହାର ସୁରକ୍ଷା ଉପରେ ଭାଷଣ ଦେଉଛନ୍ତି। ବାସ୍ତବରେ ସେମାନେ ସମ୍ବିଧାନକୁ ପକେଟରେ ପୂରାଇବା ପିଲାବେଳୁ ନିଜ ପରିବାରରୁ ଶିଖିଛନ୍ତି ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାଜନାଥ ତେରଛା ବାଣ ଛାଡ଼ିଛନ୍ତି। ଏହାର ଜବାବରେ ଓ୍ବାୟନାଡ୍‌ର କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମ୍ବିଧାନକୁ ବୁଝିପାରି ନାହାନ୍ତି। ସେ ସଂଘର ସମ୍ବିଧାନକୁ ମାନନ୍ତି। ନିର୍ବାଚିତ ହେବା ପରେ ନିଜ ଆଦ୍ୟ ଭାଷଣରେ ପ୍ରିୟଙ୍କା ଆହୁରି କହିଛନ୍ତି, ଲୋକ ସଭା ନିର୍ବାଚନର ଫଳ ଝଟ୍‌କା ଦେଇ ନ ଥିଲେ ଶାସକ ଦଳ ସମ୍ବିଧାନକୁ ବଦଳାଇବା ଆରମ୍ଭ କରିସାରନ୍ତାଣି। ଗତ ୧୦ ବର୍ଷ ମଧ୍ୟରେ ଭାଜପା ନେତୃତ୍ୱାଧୀନ ଏହି ସରକାର ନ୍ୟାୟ, ଏକତା ଓ ଅଭିବ୍ୟକ୍ତି ସ୍ବାଧୀନତାର ‘ସୁରକ୍ଷା କବଚ’କୁ ଭାଙ୍ଗିଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରିଛି। ପ୍ରିୟଙ୍କା ନିଜ ୩୨ ମିନିଟର ଭାଷଣରେ ଆଦାନୀ, ମଣିପୁର, ସମ୍ଭଲ ଓ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଦେଶରେ ସଂଖ୍ୟାଲଘୁ ମୁସଲିମ୍‌ଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର କରାଯାଉଛି। ସେମାନଙ୍କ ଅଧିକାର ଓ ସମ୍ପତ୍ତିକୁ ବ୍ୟବସ୍ଥିତ ରୂପେ ଛଡ଼ାଇ ନିଆଯାଉଛି। ଏଭଳି ସ୍ଥିତିରେ ଆମ ସମ୍ବିଧାନକୁ ପଛୁଆ, ଦଳିତ ଓ ଅଳ୍ପସଂଖ୍ୟକ(ପିଡିଏ)ଙ୍କ ଉନ୍ନତି ପରିବର୍ତ୍ତେ ସେମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିବା ଅଖିଳେଶ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri