Categories: ଜାତୀୟ

ଜ୍ଞାନବାପି ମାମଲା ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ଆଜି

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଜ୍ଞାନବାପି-କାଶୀ ବିଶ୍ୱନାଥ ମାମଲାର ଶୁଣାଣି ନିମନ୍ତେ ଶୁକ୍ରବାର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ମସ୍‌ଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ପକ୍ଷ ଅନୁରୋଧ କରିଥିଲା। ଗତ ମେ’ ୧୭ରେ ସୁପ୍ରିମକୋର୍ଟ ଶିବଲିଙ୍ଗର ସୁରକ୍ଷା ପାଇଁ ଦେଇଥିବା ନିର୍ଦ୍ଦେଶ ନଭେମ୍ବର ୧୨ରେ ଶେଷ ହେଉଥିବାବେଳେ ଏହାକୁ ଅଧିକ ଦିନ ବଢ଼ାଇବା ଲାଗ ହିନ୍ଦୁ ପକ୍ଷଙ୍କ ତରଫରୁ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଆବେଦନ କରିଥିଲେ। ଏଥିପାଇଁ ଶୁକ୍ରବାର ଅପରାହ୍ନ ୩ଟାରେ ଏକ ଖଣ୍ଡପୀଠ ଗଠନ କରାଯିବ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।

Share