ବଳାତ୍କାର ଅଭିଯୋଗରେ ଗିରଫ ହେଲେ କନଷ୍ଟେବଳ

ଜୟପୁର,୧୫ା୧(ନି.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ସେ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡାବୁଗୁଡା ଗ୍ରାମର ସଦାନନ୍ଦ ମାଣ୍ଡିଆ (୩୦)।

ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳଙ୍କୁ ସେ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୨୨୪/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଘଟଣା ପରେ କନଷ୍ଟେବଳ ଜଣକ ଫେରାର ହୋଇଯାଇଥିଲେ। ହେଲେ ପୋଲିସର ଏକ ଟିମ୍‌ ମାଲକାନଗିରିରୁ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପରେ ଅଭିଯୁକ୍ତ କନଷ୍ଟେବଳଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ କହିଛନ୍ତି।