ସାଦା ପୋଷାକରେ ଯାଞ୍ଚବେଳେ ମାଡ଼ ଖାଇଲେ ଅବକାରୀ କନ୍‌ଷ୍ଟେବଲ୍‌

କୋଡିଙ୍ଗା,୨୮।୯(ଡି.ଏନ୍‌.ଏ.): ସାଦା ପୋଷାକରେ ଯାଞ୍ଚ କରିବା ୨ ଅବାକରୀ କନଷ୍ଟେବଲଙ୍କୁ ପଡ଼ିଲା ମହଙ୍ଗା। ମଦ ଚୋରାଚାଲାଣ ସନ୍ଦେହରେ ଦମ୍ପତିଙ୍କ ଗାଡିକୁ ପିଛା କରି ଓ ଯାଞ୍ଚ କରିବାବେଳେ ସେମାନେ ମାଡ଼ ମାରିଥିବା ନେଇ କନଷ୍ଟେବଲ ୨ଜଣ କୋଡିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। କନଷ୍ଟେବଳ ୨ଜଣ ଅଯଥାରେ ଗାଡିର ପିଛା ସହ ଯାଞ୍ଚ କରିବା ଏବଂ ଏହି ସମୟରେ ସ୍ବାମୀଙ୍କୁ ମାରିଛନ୍ତି ବୋଲି ମହିଳା ଜଣଙ୍କ କନଷ୍ଟେବଲ ୨ଜଣଙ୍କ ନାମରେ କୋଡିଙ୍ଗା ଥାନାରେ ଏତଲା ଦେଇଛନ୍ତି। କନଷ୍ଟେବଲ ୨ଜଣଙ୍କ ଅଭିଯୋଗ କ୍ରମେ କେସ୍‌ ନଂ. ୧୪୭/୨୨ ଓ ମହିଳାଙ୍କ ଅଭିଯୋଗ କ୍ରମେ ୧୪୮/୨୨ରେ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ କରୁଛି।
ଚିର୍ମା ଗ୍ରାମରୁ ଭୀଷ୍ମ ବିଷୋଇ ସ୍ତ୍ରୀ କଳ୍ପନାଙ୍କ ସହ ଶ୍ୱଶୁର ଘର ବଡ ମସିଗାଁକୁ ଯାଉଥିଲେ। ନବରଙ୍ଗପୁର ଅବକାରୀ ଥାନାରେ କାର୍ଯ୍ୟରତ କନଷ୍ଟେବଲ ଛତର ଗଣ୍ଡ ଓ ଉମେଶ ହରିଜନ ଭଟିଗାଁ ନିକଟରେ ମଦ ଚୋରାଚାଲାଣ ଖବରପାଇ ସାଧା ପୋଷାକରେ ଯାଞ୍ଚ କରୁଥିଲେ। ସେମାନେ ଭୀଷ୍ମଙ୍କୁ ଅଟକାଇ ଥିଲେ ମଧ୍ୟ ସେ ନ ଶୁଣି ଗାଡ଼ି ନେଇ ପଳାଇଥିଲେ। କନଷ୍ଟେବଲ ୨ଜଣ ତାଙ୍କର ପିଛା କରିଥିଲେ। ବଡମସିଗାଁ ପହଞ୍ଚତ୍ବା ପରେ ଭୀଷ୍ମଙ୍କ ଗାଡି ଅଟକାଇ ଛତର ଓ ଉମେଶ ଯାଞ୍ଚ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ବଚସା ପରେ ଗଣ୍ଡଗୋଳ ସହ ମାରପିଟ ହୋଇଥିଲା। ଅବକାରୀ କନଷ୍ଟେବଲ ବୋଲି ପରିଚୟ ଦେବା ପରେ ମଧ୍ୟ ମାଡ଼ ମାରିଥିବା ନେଇ ଛତର ଓ ଉମେଶ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଆମ ପାଖରେ ମଦ ନ ଥିଲା। ବିନା କାରଣରେ କିଛି ନ କହି ଗାଡ଼ିର ପିଛା, ଯାଞ୍ଚ କରିଥିଲେ। ଯାଞ୍ଚବେଳେ କନଷ୍ଟେବଳ ୨ ଜଣ ଭୀଷ୍ମଙ୍କୁ ମାରିଥିବା ନେଇ କଳ୍ପନା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି କୋଡିଙ୍ଗା ଥାନାଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri