ଖାକିରେ ଲାଗିଲା ଦାଗ: ଗଞ୍ଜେଇ ଚାଲାଣ କରି କନଷ୍ଟେବଳ ଗିରଫ

ମାଲକାନଗିରି,୨୦ା୩(ଡି.ଏନ୍‌.ଏ.): ପୁଣି ଜଣେ ଖାକି ବର୍ଦ୍ଧିଧାରୀ ପୋଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଜବତ କରି ଶରତଙ୍କୁ ଗିରଫ କରିଥିଲେ। ତେବେ ଶରତଙ୍କ ବୟାନ ଅନୁଯାୟୀ, ଏହି ଗଞ୍ଜେଇକୁ ମାଲକାନଗିରି ପୋଲିସ କନଷ୍ଟେବଳ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଚାଲାଣ ହେଉଥିବା ପ୍ରକାଶ କରିଥିଲେ। ଏହାପରେ ଏସ୍‌ଡିପିଓ ଘଟଣାର ତଦନ୍ତ କରି ମନୋଜଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏନେଇ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବୀକାର କରିଛନ୍ତି।