ମଦ ପଇ ଟ୍ରେନ୍‌ରେ ମହିଳାଙ୍କୁ କନଷ୍ଟେବଳଙ୍କ ଦୁର୍ବ୍ୟବହାର

ଟିକିରି,୯ା୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ବୁଧବାର ରାତିରେ ଜଣେ କନଷ୍ଟେବଳ ଅତ୍ୟଧିକ ମଦ୍ୟପାନ ରାଉରକେଲା ଯାଉଥିବା ଟ୍ରେନରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ କନଷ୍ଟେବଳଙ୍କୁ ଲକ୍ଷ୍ମୀପୁର ରେଳ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଏହା ପରେ ପୁଣି ଥରେ ସେହି କନଷ୍ଟେବଳ ହୀରାଖଣ୍ଡ ଟ୍ରେନ୍‌ରେ ଚଢ଼ିଥିଲେ। ଏଥିରେ ମଧ୍ୟ ସେ ମହିଳାମାନଙ୍କୁ ଖରାପ ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ ତାଙ୍କୁ ପ୍ରବଳ ମାଡ଼ ମାରି ଟିକିରି ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଟିକିରି ଷ୍ଟେଶନ ସେ ପଡ଼ିରହିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହା ପରେ ପୋଲିସ ତାଙ୍କ ପକେଟ ଯାଞ୍ଚ କରିବାରୁ ସେ ଓଡ଼ିଶା ପୋଲିସର ଜଣେ କନଷ୍ଟେବଳ ଥିବା ଜଣାପଡ଼ିଥିଲା। ବହୁ କଷ୍ଟରେ ପୋଲିସ ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏହି କନଷ୍ଟେବଳ ଜଣଙ୍କ। ଏହାପରେ ତାଙ୍କୁ ତୁରନ୍ତ ଉଷାପଡ଼ାସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଟିକିରି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ସକାଳୁ ତାଙ୍କ ପରିବାର ଲୋକେ ଟିକିରି ଥାନାରେ ପହଞ୍ଚି ନିଜ ଘରକୁ ନେବା ପାଇଁ ଆସିଛନ୍ତି। କନଷ୍ଟେବଳଙ୍କ ନାମ କାହ୍ନୁ କୈବର୍ତ୍ତ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri