Categories: ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନରେ ଖଲିସ୍ତାନୀ ପତାକା ପ୍ରଦର୍ଶନ ପାଇଁ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନକୁ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଉଗ୍ରବାଦୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ ପକ୍ଷରୁ ଆନ୍ଦୋଳନ ସମୟରେ ଖଲିସ୍ତାନୀ ପତାକା ପ୍ରଦର୍ଶନ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସଂଗଠନ ପଞ୍ଜାବ ହରିୟାଣା ସୀମାରେ ଥିବା ଶମ୍ଭୁ ଗାଁରେ ଲୋକଙ୍କୁ ଉସୁକାଇବା କାର୍ଯ୍ୟ କରୁଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆନ୍ଦୋଳନରେ ଖଲିସ୍ତାନ ପତାକା ପ୍ରଦର୍ଶନ କରିଥିବା ଲୋକଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂଗଠନ କହିଛି। କେତେକ ସ୍ଥାନରେ ସଂଗଠନର ପୋଷ୍ଟର ମଧ୍ୟ ଲଗାଯାଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ଏନ୍‌ଆଇଏ ପକ୍ଷରୁ ଏହି ସଂଗଠନର ୧୬ ଜଣ ବିଦେଶୀ ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସେମାନଙ୍କ ମଧ୍ୟରେ ପରମଜିତ୍‌ ସିଂ ପମ୍ମା, ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଜେ.ଏସ୍‌. ଧାଲିଓ୍ବାଲ ପ୍ରମୁଖ ରହିଛନ୍ତି।

Share