Posted inଜାତୀୟ

କାଳିନ୍ଦୀ ଏକ୍ସପ୍ରେସ ଉଡ଼ାଇବାକୁ ଷଡ଼ଯନ୍ତ୍ର

କାନପୁର,୧୦।୯(ପି.ଟି.): ଉତ୍ତରପ୍ରଦେଶର କାନପୁରରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି। ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡଯନ୍ତ୍ର ପଛରେ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ କରଯାଉଥିବାବେଳେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ତଦନ୍ତ ଆରମ୍ଭ କରିଛି। ରାତି ୮ଟା ୨୦ ସମୟରେ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ବେଗରେ ଯାଉଥିବାବେଳେ ରେଳଲାଇନ୍‌ରେ ରଖାଯାଇଥିବା ଏଲ୍‌ପିଜି ସିଲିଣ୍ଡରରେ ଧକ୍କା ହୋଇ ଅଟକିଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରେଳଲାଇନରେ ଏଲ୍‌ପିଜି ସିଲିଣ୍ଡର ସମେତ ପେଟ୍ରୋଲ ବୋତଲ, ଦିଆସିଲି ଆଦି ରଖାଯାଇଥିଲା। ସୌଭାଗ୍ୟବଶତଃ ସିଲିଣ୍ଡରଟି ବିସ୍ଫୋରଣ ହୋଇ ନ ଥିବା ପୋଲିସ କହିଛି।
ତଦନ୍ତ ବେଳେ ଘଟଣା ଘଟିଥିବା ରେଳ ଟ୍ରାକ୍‌ ନିକଟସ୍ଥ ବୁଦା ମଧ୍ୟରୁ ପେଟ୍ରୋଲ ବୋତଲ, ବାରୁଦ, ଦିଆସିଲକୁ ପୋଲିସ ଜବତ କରିଛି। ଏହି ଷଡ଼ଯନ୍ତ୍ରରେ ୬ ଜଣ ସାମିଲ ଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି। କାନପୁର ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଏବଂ ଅନ୍ୟାନ୍ୟ ଏଜେନ୍ସି ମାମଲାର ତଦନ୍ତ ଜାରି ରଖିଛନ୍ତି। ପୋଲିସର ସୂଚନା ଅନୁଯାୟୀ ରବିବାର ରାତିରେ କାନପୁରର ଅନଓ୍ବରଗଞ୍ଜ ଏବଂ କାସଗଞ୍ଜ ଷ୍ଟେଶନ ମଧ୍ୟରେ କାଳିନ୍ଦୀ ଏକ୍ସପ୍ରେସ ଏକ ସିଲିଣ୍ଡର ସହ ଧକ୍କା ହୋଇଥିଲା। କାନପୁର ଅତିରିକ୍ତ ପୋଲିସ କମିଶନର (ଏସିପି) ହରିଶ ଚନ୍ଦ୍ରା କହିଛନ୍ତି, ଏକ ସନ୍ଦିଗ୍ଧ ଉପକରଣ ରେଳଲାଇନରେ ଦେଖାଯିବାରୁ ଲୋକୋ ପାଇଲଟ୍‌ ବ୍ରେକ୍‌ ମାରିଥିଲେ। ତେବେ ବେଗ ବେଶି ଥିବାରୁ ଟ୍ରାକ୍‌ରେ ରଖାଯାଇଥିବା ସିିଲିଣ୍ଡର ସହ କାଳିନ୍ଦୀ ଏକ୍ସପ୍ରେସ ଧକ୍କା ହୋଇଥିଲା। ଲୋକୋ ପାଇଲଟ୍‌ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏକ ବଡ଼ ଧରଣର ରେଳ ଦୁର୍ଘଟଣାରୁ ରୋକାଯାଇପାରିଥିବା ଏସିପି କହିଛନ୍ତି। ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇନାହିଁ।
ଘଟଣା ସମ୍ପର୍କରେ ସୂଚନା ପାଇ ଅନଓ୍ବରଗଞ୍ଜ ଷ୍ଟେଶନର ରେଳ ଅଧୀକ୍ଷକ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍‌) ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଦିଗ୍ଧ ଉପକରଣଗୁଡ଼ିକୁ ଯାଞ୍ଚ ପାଇଁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଘଟଣାସ୍ଥଳରେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌)ର କାନପୁର ଏବଂ ଲକ୍ଷ୍ମୌ ୟୁନିଟ୍‌ ଏବଂ ଜାତୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ)ର ୫ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାନପୁର ଏସିପି କହିଛନ୍ତି। ରେଲଓ୍ବେ ପକ୍ଷରୁ ଶିବରାଜପୁରରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ବିସ୍ଫୋରକ ସାମଗ୍ରୀ ଆଇନ ଏବଂ ରେଲଓ୍ବେ ଆକ୍ଟ ଅନୁଯାୟୀ ଏତଲା ଦାଏର ହୋଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri