Posted inଜାତୀୟ

କାଳିନ୍ଦୀ ଏକ୍ସପ୍ରେସ ଉଡ଼ାଇବାକୁ ଷଡ଼ଯନ୍ତ୍ର

କାନପୁର,୧୦।୯(ପି.ଟି.): ଉତ୍ତରପ୍ରଦେଶର କାନପୁରରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି। ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡଯନ୍ତ୍ର ପଛରେ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ କରଯାଉଥିବାବେଳେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ତଦନ୍ତ ଆରମ୍ଭ କରିଛି। ରାତି ୮ଟା ୨୦ ସମୟରେ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ବେଗରେ ଯାଉଥିବାବେଳେ ରେଳଲାଇନ୍‌ରେ ରଖାଯାଇଥିବା ଏଲ୍‌ପିଜି ସିଲିଣ୍ଡରରେ ଧକ୍କା ହୋଇ ଅଟକିଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରେଳଲାଇନରେ ଏଲ୍‌ପିଜି ସିଲିଣ୍ଡର ସମେତ ପେଟ୍ରୋଲ ବୋତଲ, ଦିଆସିଲି ଆଦି ରଖାଯାଇଥିଲା। ସୌଭାଗ୍ୟବଶତଃ ସିଲିଣ୍ଡରଟି ବିସ୍ଫୋରଣ ହୋଇ ନ ଥିବା ପୋଲିସ କହିଛି।
ତଦନ୍ତ ବେଳେ ଘଟଣା ଘଟିଥିବା ରେଳ ଟ୍ରାକ୍‌ ନିକଟସ୍ଥ ବୁଦା ମଧ୍ୟରୁ ପେଟ୍ରୋଲ ବୋତଲ, ବାରୁଦ, ଦିଆସିଲକୁ ପୋଲିସ ଜବତ କରିଛି। ଏହି ଷଡ଼ଯନ୍ତ୍ରରେ ୬ ଜଣ ସାମିଲ ଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି। କାନପୁର ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଏବଂ ଅନ୍ୟାନ୍ୟ ଏଜେନ୍ସି ମାମଲାର ତଦନ୍ତ ଜାରି ରଖିଛନ୍ତି। ପୋଲିସର ସୂଚନା ଅନୁଯାୟୀ ରବିବାର ରାତିରେ କାନପୁରର ଅନଓ୍ବରଗଞ୍ଜ ଏବଂ କାସଗଞ୍ଜ ଷ୍ଟେଶନ ମଧ୍ୟରେ କାଳିନ୍ଦୀ ଏକ୍ସପ୍ରେସ ଏକ ସିଲିଣ୍ଡର ସହ ଧକ୍କା ହୋଇଥିଲା। କାନପୁର ଅତିରିକ୍ତ ପୋଲିସ କମିଶନର (ଏସିପି) ହରିଶ ଚନ୍ଦ୍ରା କହିଛନ୍ତି, ଏକ ସନ୍ଦିଗ୍ଧ ଉପକରଣ ରେଳଲାଇନରେ ଦେଖାଯିବାରୁ ଲୋକୋ ପାଇଲଟ୍‌ ବ୍ରେକ୍‌ ମାରିଥିଲେ। ତେବେ ବେଗ ବେଶି ଥିବାରୁ ଟ୍ରାକ୍‌ରେ ରଖାଯାଇଥିବା ସିିଲିଣ୍ଡର ସହ କାଳିନ୍ଦୀ ଏକ୍ସପ୍ରେସ ଧକ୍କା ହୋଇଥିଲା। ଲୋକୋ ପାଇଲଟ୍‌ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏକ ବଡ଼ ଧରଣର ରେଳ ଦୁର୍ଘଟଣାରୁ ରୋକାଯାଇପାରିଥିବା ଏସିପି କହିଛନ୍ତି। ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇନାହିଁ।
ଘଟଣା ସମ୍ପର୍କରେ ସୂଚନା ପାଇ ଅନଓ୍ବରଗଞ୍ଜ ଷ୍ଟେଶନର ରେଳ ଅଧୀକ୍ଷକ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍‌) ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଦିଗ୍ଧ ଉପକରଣଗୁଡ଼ିକୁ ଯାଞ୍ଚ ପାଇଁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଘଟଣାସ୍ଥଳରେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌)ର କାନପୁର ଏବଂ ଲକ୍ଷ୍ମୌ ୟୁନିଟ୍‌ ଏବଂ ଜାତୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ)ର ୫ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାନପୁର ଏସିପି କହିଛନ୍ତି। ରେଲଓ୍ବେ ପକ୍ଷରୁ ଶିବରାଜପୁରରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ବିସ୍ଫୋରକ ସାମଗ୍ରୀ ଆଇନ ଏବଂ ରେଲଓ୍ବେ ଆକ୍ଟ ଅନୁଯାୟୀ ଏତଲା ଦାଏର ହୋଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri