Categories: ଜାତୀୟ

ଷଡ଼ଯନ୍ତ୍ର ମୋତେ ରୋକି ପାରିବ ନାହିଁ: ମମତା

କୋଲକାତା,୧୬।୩: କୌଣସି ଷଡ଼ଯନ୍ତ୍ର ତାଙ୍କୁ ରାଜ୍ୟରେ ନିର୍ବାଚନ ପ୍ରଚାରରୁ ଅଟକାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କହିଛନ୍ତି। ହୃଦ୍‌ସ୍ପନ୍ଦନ ଚାଲୁଥିବାଯାଏ ଭାଜପା ବିରୋଧରେ ଲଢ଼େଇ ଜାରି ରଖିବେ। ନିର୍ବାଚନ ଜିତିବାକୁ ଭାଜପା ଦିଲ୍ଲୀରୁ ନେତା ଆଣିଛି। ହେଲେ ସେମାନେ କଦାପି ପଶ୍ଚିମବଙ୍ଗରେ ଜିତିପାରିବେ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର ରାଜ୍ୟରେ ଅନେକ ବିକାଶ ଓ ଜନହିତକର କାର୍ଯ୍ୟ କରିଛି। ଭାଜପା ପ୍ରଧାନମନ୍ତ୍ରୀ ଦେଶ ଚଳାଇପାରୁ ନାହାନ୍ତି। ସେ ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି ମମତା କହିଥିଲେ।
ପୁରୁଲିଆ ରାଲିରେ ମମତା କହିଥିଲେ, ଲୋକଙ୍କ ଯନ୍ତ୍ରଣା ତାଙ୍କ ଯନ୍ତ୍ରଣାଠାରୁ ଅଧିକ। ଭଙ୍ଗାଗୋଡ଼ରେ ପ୍ରଚାର ପାଇଁ ସେ ବାହାରି ପାରିବେ ନାହିଁ ବୋଲି କେତେଜଣ ଭାବିଥିଲେ। ଭାଗ୍ୟ ଭଲ ସେ ବଞ୍ଚତ୍ୟାଇଛନ୍ତି। ହୁଇଲ୍‌ ଚେୟାରରେ ପ୍ରଚାର ଜାରି ରଖିବେ ବୋଲି ମମତା କହିଛନ୍ତି।

Share