ଜୀବନସାଥୀ ବାଛିବା ପୂର୍ବରୁ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

ଆଜିକାଲି ସମୟରେ ଭଲ ଜୀବନସାଥୀଟିଏ ମିଳିବା ବହୁତ କଷ୍ଟସାଧ୍ୟ। କାରଣ ଏହାର ପ୍ରଭାବ ଆପଣଙ୍କ ପୂରା ଜୀବନ ଉପରେ ପଡ଼ିଥାଏ। ବିଶେଷକରି ଆରେଞ୍ଜ ମ୍ୟାରେଜ ବା ପ୍ରସ୍ତାବିତ ବିବାହ କରୁଥିଲେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ସେ ଝିଅ ହୁଅନ୍ତୁ କି ପୁଅ। ଆମ ଦେଶରେ ଦେଖାଯାଏ ପୁଅମାନଙ୍କ ପରିବାର ଝିଅ କେମିତିକା ଜାଣିବା ବହୁତ ଜରୁରୀ ଅଟେ। ଏହା ପରେ ପୁଅ କିମ୍ବା ଝିଅଙ୍କ ପସନ୍ଦ ବିଷୟରେ ପଚରା ଯାଇଥାଏ। ଆରେଞ୍ଜ ମ୍ୟାରେଜରେ ଜଣେ ଭଲ ଜୀବନସାଥୀ ମିଳିଲେ ଜୀବନ ପୂରା ବଦଳି ଯାଇଥାଏ ଉଭୟ ଝିଅ ଆଉ ପୁଅ ଖୁସିରେ ରହିଥାନ୍ତି। ମାତ୍ର ବେଳେବେଳେ ଏହି ମ୍ୟାରେଜ ଯୋଗୁ ସାରା ଜୀବନ ପସ୍ତାଇବାକୁ ବି ପଡ଼ିଥାଏ। ତେଣୁ ଆରେଞ୍ଜ ମ୍ୟାରେଜ କରୁଥିଲେ କିଛି କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ…

ଆରେଞ୍ଜ ମ୍ୟାରେଜରେ ଲୋକମାନେ ବିଶେଷକରି ପାରିବାରିକ ସ୍ଥିତି, ସାମାଜିକ ସ୍ଥିତି ଏବଂ ପରିବାରର ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ଦେଇଥାନ୍ତି। ମାତ୍ର ଭାବପ୍ରବଣ, ସୁସଙ୍ଗତତା ଜୀବନଶୈଳୀକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ। କାରଣ ଏହି କଥାଗୁଡ଼ିକ ଭବିଷ୍ୟତରେ ଅନେକ ଚ୍ୟାଲେଞ୍ଜର କାରଣ ହୋଇପାରେ।

କିଛି ଲୋକ ପାରିବାରିକ ଚାପ ଯୋଗୁ ନିଜର ପ୍ରାଥମିକତାକୁ ଅଣଦେଖା କରିଥାନ୍ତି। ଅର୍ଥାତ ନିଜର ଇଚ୍ଛାକୁ ଅବହେଳା କରନ୍ତି। ଜୀବନସାଥୀ ବାଛିବା ପୂର୍ବରୁ ଆପଣଙ୍କ ପରିବାର ପ୍ରଥମେ ନିଜର ପ୍ରାଥମିକତା ଏବଂ ଇଚ୍ଛା ସମ୍ପର୍କରେ ଜଣାଇ ଦିଅନ୍ତୁ। ପରବର୍ତ୍ତୀ ସମୟରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ଏହି କଥାର ଧ୍ୟାନ ରଖିବେ।

ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସେ ଝିଅ ଦେଖି ହେଉ କି ପୁଅ । ଲଭ୍‌ ମ୍ୟାରେଜରେ ଝିଅ-ପୁଅ ଆଗରୁ କଥା ହୋଇ ପରସ୍ପରକୁ ଜାଣିଥାନ୍ତି। ମାତ୍ର ଆରେଞ୍ଜ ମ୍ୟାରେଜରେ ଟିକେ ଭିନ୍ନ ହୋଇଥାଏ। ତେଣୁ କିଛିଦିନ ଝିଅ-ପୁଅ କଥା ହେବା ଜରୁରୀ। ଏହାଦ୍ୱାରା ପରସ୍ପରକୁ ଜାଣିପାରିବେ।

ଆରେଞ୍ଜ ମ୍ୟାରେଜରେ ଝିଅ ହୁଅନ୍ତୁ କି ପୁଅ ଜୀବନସାଥୀ ବାଛିବା ଅଧିକାର ପରିବାରକୁ ଦେଇଥାନ୍ତି। ବିବାହ ପରେ ଯଦି କିଛି ଅସୁବିଧା ହୁଏ ତେବେ ସେମାନେ ସମ୍ପୂର୍ଣ୍ଣ ଦୋଷ ପରିବାର ଲୋକଙ୍କୁ ଦେଇଥାନ୍ତି। ତେଣୁ ଆପଣ ଏସବୁ ସବୁଥିରୁ ବଞ୍ଚିବାକୁ ଚାହୁଁଥିଲେ ବା ଆରେଞ୍ଜ ମ୍ୟାରେଜକୁ ସଫଳ କରିବାକୁ ଚାହୁଁଥିଲେ ଉପରୋକ୍ତ କଥା ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନ ହସଖୁସିରେ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri