ବିଲୁପ୍ତପ୍ରାୟ ଘରଚଟିଆଙ୍କ ସଂରକ୍ଷଣ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୩:ଦିନ ଥିଲା ବ୍ରହ୍ମପୁର ସହର ସମେତ ଉପକଣ୍ଠ ଗ୍ରାମଗୁଡ଼ିକରେ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପରିବେଶରେ ଏକ ନୂତନ ସଞ୍ଚାର ଆଣିଦେଉଥିଲା। ଏପରିକି ସେମାନଙ୍କ ଆଗମନରେ ବର୍ଷା ହେବା ନେଇ ଆଗୁଆ ସୂଚନା ଦେଉଥିବା କେହି କେହି କହୁଥିଲେ। ଏଭଳି ଏକ ପକ୍ଷୀ ହେଉଛି ଘରଚଟିଆ, ଯାହା ବର୍ତ୍ତମାନ ବିଲୁପ୍ତପ୍ରାୟ। ଏହି ପକ୍ଷୀଙ୍କ ସଂଖ୍ୟା ୧୯୯୯ ମହାବାତ୍ୟା ସମୟରେ ଅଧାରୁ ଅଧିକ ଲୋପ୍‌ ପାଇଯାଇଥିବା ଶୁଣିବାକୁ ମିଳେ। ଫଳରେ ଗଁା ଗହଳିରେ ମଧ୍ୟ ଆଉ ଘରଚଟିଆ ଦେଖିବାକୁ ମିଳୁନାହାନ୍ତି। ସେହିଭଳି ସହରଗୁଡିକରେ ଆଧୁନିକ ଚାଲିଚଳଣି, ଉତ୍ତାପ ବୃଦ୍ଧି ଓ କଂକ୍ରିଟ ଜଙ୍ଗଲ ଯୋଗୁ ସମୟକ୍ରମେ ଏମାନେ ଦୃଶ୍ୟମାନ ହେଉନାହାନ୍ତି। ଏହି ପକ୍ଷୀ ସାଧାରଣତଃ ଅନୁକୂଳ ପରିବେଶ ଓ କାଠିକୁଟା ମାଧ୍ୟମରେ ବସାଘର କରି ନିଜର ପ୍ରଜାତିକୁ ବଞ୍ଚାଇ ରଖିଥାନ୍ତି। କିନ୍ତୁ ସମୟକ୍ରମେ ଗଁାଗୁଡିକରେ ଚାଳ ଘର ପରିବର୍ତ୍ତେ କୋଠାଘର ଗଢ଼ିଉଠିଲା। ଯାହାଦ୍ୱାରା ଗଁାମାନଙ୍କରେ ବି ଘରଚଟିଆଙ୍କ ସଂଖ୍ୟା ଲୋପ୍‌ ପାଇଲା। କିନ୍ତୁ କେତେକ ସ୍ବେଚ୍ଛାସେବୀ ସଂଗଠନର ସହଯୋଗ କ୍ରମେ ଆଜି ସହର ଉପକଣ୍ଠ ଗ୍ରାମଗୁଡିକରେ ଘରଚଟିଆ ଜୀବିତ ଅଛନ୍ତି। ସେଥିରୁ ସହରର ଧର୍ମନଗର, ଗୁଡ୍‌ସରୋଡ୍‌ସ୍ଥିତ ଶାସ୍ତ୍ରୀନଗର ସମେତ ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ, ବିରିବାଡିଆ, ବାଘଝରି, ଲାଞ୍ଜିଆ ଓ ବାଳକୃଷ୍ଣପୁର ଆଦି ଅଞ୍ଚଳର ପ୍ରତି ଘରେ ଘରେ ଘରଚଟିଆଙ୍କ ବସା ଦେଖିବାକୁ ମିଳୁଛି। ବିଶେଷକରି ଗୁଣ୍ଠବନ୍ଧ ଗ୍ରାମରେ ବର୍ତ୍ତମାନ ୪୦ରୁ ୫୦ ଘରଚଟିଆ ରହିଛନ୍ତି।
ଗ୍ରାମରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପ୍ରଥମକରି ୨୦୧୧ରେ ଘରଚଟିଆ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫଳରେ ପ୍ରଥମ କରି ପରିଷଦ ପକ୍ଷରୁ ୨ଟି ଘରଚଟିଆ ଗୁଣ୍ଠବନ୍ଧ ଅଣାଯାଇଥିଲା। ଏହାପରେ ସଂଘ ପକ୍ଷରୁ ପ୍ରଥମେ ମାଟିପାତ୍ରରେ କୃତ୍ରିମ ବସା କରାଯାଇଥିଲା। କିନ୍ତୁ ଏହା ଭାଙ୍ଗିଯିବା ଆଶଙ୍କା ଥିବାରୁ ଗ୍ରାମବାସୀ ଘର ସମ୍ମୁଖରେ ରଖିବାକୁ ଅମଙ୍ଗ ହୋଇଥିଲେ। ଫଳରେ ନଡିଆ କତା, ପ୍ଲାଏ ବୋର୍ଡ ଓ ଲାଉଖୋଳ ମାଧ୍ୟମରେ ଘରଗୁଡିକରେ ବସା ନିର୍ମାଣ କରାଯାଇଥିଲା। ଲାଉଖୋଳରେ ଘରଚଟିଆ ଅଧିକ ମାତ୍ରାରେ ରହୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଘରଚଟିଆ ନିଜେ ନିର୍ମାଣ କରୁଥିବା ବସାଗୁଡ଼ିକରେ ବାହାର ତାପମାତ୍ରା ଓ ଭିତର ତାପମାତ୍ରା ମଧ୍ୟରେ ବିଶେଷ ପାର୍ଥକ୍ୟ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବସାଗୁଡିକରେ ଧାନ ଓ ପାଣି ରଖାଯାଇଥିଲା। ଫଳରେ ସମୟକ୍ରମେ ଘରଚଟିଆଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଗ୍ରାମବାସୀ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ନେଇ ଗ୍ରାମର ପଦ୍ମାବତୀ ସାମଲ କହିଛନ୍ତି, ଆମ ସମୟରେ ବହୁତ ଘରଚଟିଆ ରହୁଥିଲେ। କିନ୍ତୁ ମହାବାତ୍ୟା ପରେ ଆଉ ସେମାନେ ଦେଖିବାକୁ ମିଳିଲେ ନାହିଁ। ଯାହାଦ୍ୱାରା ସକାଳ ଓ ସନ୍ଧ୍ୟାରେ ଆଉ କିଚିରିମିଚିରି ଶବ୍ଦ ଶୁଣିବାକୁ ମିଳୁନାହିଁ। କିନ୍ତୁ ବର୍ତ୍ତମାନ ଗ୍ରାମର କେତେକ ଯୁବକଙ୍କ ଉଦ୍ୟମରୁ ପୁଣିଥରେ ଘରଚଟିଆ ଦେଖିବାକୁ ମିଳୁଛି। ଆମେ ମଧ୍ୟ ସେମାନଙ୍କ ନିମନ୍ତେ ବସା ଓ ଖାଇବା ଜିନିଷ ରଖୁଥିବା ସେ କହିଛନ୍ତି। ପୂର୍ବକାଳରେ ଘରଚଟିଆ ମାଟିରେ ଗାଧୋଇଲେ ବର୍ଷାହେବାର ଆଗୁଆ ସୂଚନା ଦେଇଥାଏ ବୋଲି ସେ କହିଛନ୍ତି। ସେହିଭଳି ଉକ୍ତ ଗ୍ରାମର ଆଉ ଜଣେ ମହିଳା ରାଜଲକ୍ଷ୍ମୀ ମହାନ୍ତି କହିଛନ୍ତି, ଆମେ ଘରେ ବସା କରିବା ପରେ ଘରଚଟିଆ ଅଣ୍ଡା ଦେଇଥିଲା। ସେଥିରୁ ଛୁଆ ମଧ୍ୟ ଜନ୍ମ ହୋଇଥିଲା, ଯାହାକୁ ନେଇ ଆମେ ବହୁତ ଖୁସି ଥିଲୁ। ଆଗକୁ ମଧ୍ୟ ଘରଚଟିଆଙ୍କ ସଂଖ୍ୟା ବୃଦ୍ଧିଲାଗି ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି। ତେବେ ଗୁଣ୍ଠବନ୍ଧ ସମେତ ଲାଞ୍ଜିଆରେ ବର୍ତ୍ତମାନ ୨୦୦ରୁ ୩୦୦ ଘରଚଟିଆ ରହିଛନ୍ତି। ଏମାନେ ନିଜେ ବସାକରି ନିଜର ବଂଶ ବିସ୍ତାର କରୁଥିବା ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର ଓ ସମ୍ପାଦକ ବିଜେନ୍ଦ୍ର ମାଝି କହିଛନ୍ତି। ଘରଚଟିଆଙ୍କ ସୁରକ୍ଷା ପାଇଁ ସଂଘ ପକ୍ଷରୁ ଉକ୍ତ ଗ୍ରାମ ଗୁଡ଼ିକରେ ସ୍ବେଚ୍ଛାସେବୀମାନେ ମଧ୍ୟ ରହିଛନ୍ତି। ଯେଉଁମାନେ ଘରଚଟିଆଙ୍କୁ ସୁରକ୍ଷା ଦେଉଥିବା ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଜିଲାର ପ୍ରତି ବ୍ଲକରେ ଘରେ ଘରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଥିବା ପରିଷଦ ପକ୍ଷରୁ କୁହାଯାଇଛି।
ପରିଷଦ ସଭାପତି ସାଗର ପାତ୍ର ଏହି ଘରଚଟିଆ କିଭଳି ପରିବେଶରେ ବାସ କରିପାରିବେ ସେନେଇ ଏକ କର୍ମଶାଳାରେ ଯୋଗଦେବାକୁ ଆମେରିକା ଗସ୍ତ କରିଛନ୍ତି। ତାଙ୍କ ସହ ଯୋଗାଯୋଗ ବେଳେ ଆଗାମୀ ଦିନରେ ଏମାନଙ୍କ ସୁରକ୍ଷା ନେଇ ଉଦ୍ୟମ ଓ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍ମୃତି ରଞ୍ଜନ ମହାଲିକ


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri