କରୋନା ଟିକାକୁ ପେଟେଣ୍ଟ୍‌ ମୁକ୍ତ ପାଇଁ ସହମତି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୩ : ଭାରତ, ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା ଉତ୍ପାଦନକୁ ପେଟେଣ୍ଟମୁକ୍ତ କରିବାକୁ ରାଜି ହୋଇଛନ୍ତି। ଡବ୍ଲ୍ୟୁଟିଏଚଓ ଏହି ଚୁକ୍ତିନାମାକୁ ଅଭିନନ୍ଦନ ଚୁକ୍ତିନାମା ଭାବରେ ବର୍ଣ୍ଣନା କରିଛି। ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ଡକ୍ଟର ନଗୋଜି ଓକୋଞ୍ଜୋ-ଇୱେଲା କହିଛନ୍ତି ଯେ ଏକ ପ୍ରମୁଖ ପ୍ରତିବନ୍ଧକ ହଟାଇବା ପାଇଁ ଏହି ଚୁକ୍ତି ଏକ ବଡ ପଦକ୍ଷେପ।

ତଥାପି, ସେ କହିଛନ୍ତି ଯେ ବୌଦ୍ଧିକ ସମ୍ପତ୍ତି ଅଧିକାର ସହ ଜଡିତ ଡବ୍ଲୁଟିଏଚଓ ନିୟମକୁ ବଦଳାଇବା ଦିଗରେ ଅନେକ କାର୍ଯ୍ୟ କରିବାକୁ ବାକି ଅଛି ଏବଂ ଏହି ଚୁକ୍ତିରେ ସମସ୍ତ ସଦସ୍ୟ ଦେଶର ଅନୁମୋଦନ ଆବଶ୍ୟକ ହେବ। ଓକୋଞ୍ଜୋ କହିଛନ୍ତି, ଏହା ଏକ ବଡ ପଦକ୍ଷେପ ଏବଂ ଏହି ଚୁକ୍ତିନାମା ହେଉଛି ଦୀର୍ଘ ଦିନର ବୁଝାମଣାର ଫଳାଫଳ ଯାହାକି ଘଣ୍ଟା ଘଣ୍ଟା ଧରି ଚାଲିଥିଲା।

କିନ୍ତୁ ଆମେ ଏପର୍ଯ୍ୟନ୍ତ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନାହୁଁ। ସମ୍ମତି ପାଇବା ପାଇଁ ଆମକୁ ଅନେକ କାମ କରିବାକୁ ପଡିବ। ଅକ୍ଟୋବର ୨୦୨୦ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା, ଚିକିତ୍ସା ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣକୁ ପେଟେଣ୍ଟ ମୁକ୍ତ କରିବାକୁ କହିଥିଲେ। ସେତେବେଳେ ଅନେକ ଫାର୍ମାସ୍ୟୁଟିକାଲ କମ୍ପାନୀ କରେନା ଟିକାକୁ ପେଟେଣ୍ଟରୁ ମୁକ୍ତ କରିବା ପ୍ରସ୍ତାବକୁ ବିରୋଧ କରିଥିଲେ।

ଏହି କମ୍ପାନୀଗୁଡିକ ଯୁକ୍ତି କରିଥିଲେ ଯେ ଟିକା ଉତ୍ପାଦନରେ ପେଟେଣ୍ଟଗୁଡିକ ପ୍ରତିବନ୍ଧକ ନୁହେଁ ଏବଂ ନିୟମ ପରିବର୍ତ୍ତନ କରିବାର ପ୍ରଭାବ ଓଲଟା ହୋଇପାରେ। କିନ୍ତୁ ଧୀରେ ଧୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିଭିନ୍ନ ଦେଶକୁ ସେମାନଙ୍କ ସପକ୍ଷରେ ଆଣିବାକୁ ସକ୍ଷମ ହେଲେ। ଗତ ବର୍ଷ ଆମେରିକା ସେମାନଙ୍କ ଚାହିଦାକୁ ସମର୍ଥନ କରିବା ପରେ ଅନେକ ଦେଶ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଥିଲେ। ବୁଧବାର ଆମେରିକାର ବାଣିଜ୍ୟ ପ୍ରତିନିଧୀ କ୍ୟଥଟିର ଟାଇ ଘୋଷଣା କରିଛନ୍ତି ଯେ ଦୀର୍ଘ ଦିନର ଆଲୋଚନା ପରେ ଏକ ଚୁକ୍ତିନାମା ହୋଇଛି। ନାଇଜେରିଆର ପୂର୍ବତନ ଅର୍ଥମନ୍ତ୍ରୀ ଓକୋଞ୍ଜୋ-ଇୱେଲା କହିଛନ୍ତି ଯେ ଡବ୍ଲୁଟିଏଚଓର ୧୬୪ ସଦସ୍ୟ ଦେଶକୁ ଏହି ଚାରି ଦଳ ମଧ୍ୟରେ ଆଲୋଚନାକୁ ତୁରନ୍ତ ଆରମ୍ଭ କରିବାକୁ ପଡିବ। ଏହା ସହଜ ହେବ ନାହିଁ କାରଣ ଅନେକ ବଡ ପ୍ରମୁଖ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକର ମୁଖ୍ୟାଳୟ ଥିବା ସ୍ବିଜରଲାଣ୍ଡ ସମେତ ଅନ୍ୟ ଦେଶଗୁଡିକ ଟିକାକୁ ପେଟେଣ୍ଟ ମୁକ୍ତ କରିବାକୁ ବିରୋଧ କରୁଛନ୍ତି।

ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକର ଏକ ସଂଗଠନ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଫାର୍ମାସ୍ୟୁଟିକାଲ ଉତ୍ପାଦକ ଏବଂ ଆସୋସିଏସନ ଏହି ଚୁକ୍ତିନାମାକୁ ସମାଲୋଚନା କରିଛି। ସଂଗଠନ କହିଛି ଯେ ଏହି ଚୁକ୍ତି ପେଟେଣ୍ଟର ନିୟମକୁ ଦୁର୍ବଳ କରିବ। ସଂଗଠନ କହିଛି ଯେ ପ୍ରଥମ ଟିକା ଅନୁମୋଦନ ହେବାର ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧୨ ବିଲିୟନ ଡୋଜ ପ୍ରସ୍ତୁତ ହୋଇଛି ଏବଂ ପ୍ରତି ମାସରେ ଏକ ବିଲିୟନରୁ ଅଧିକ ଡୋଜ ପ୍ରସ୍ତୁତ କରୁଛି। ପେଟେଣ୍ଟ ହଟାଇବା କେବଳ ଭୁଲ ସମାଧାନ।

ସଂଗଠନ ପିପୁଲ୍ସ୍‌ ଭାକ୍ସିନ୍‌ ଆଲାଏନ୍ସ୍‌ର ଅଧ୍ୟକ୍ଷ ମ୍ୟାକ୍ସ ଲସନ କହିଛନ୍ତି ଯେ ଏହି ଜରୁରୀ ଟିକା ଏବଂ ଚିକିତ୍ସା ପାଇଁ ସମସ୍ତ ପ୍ରତିବନ୍ଧକ ହଟାଯିବା ଆବଶ୍ୟକ।

Share