Categories: ଜାତୀୟ

ସଂଯୋଗ: ମୋଦିଙ୍କ ଜନ୍ମଦିନରେ ମହିଳା ସଂରକ୍ଷଣ ବିଲ ପାରିତ

ନୂଆଦିଲ୍ଲୀ,୨୨।୯: ରାଜ୍ୟ ସଭାରେ ଆଲୋଚନା ପରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଏହାର ସପକ୍ଷରେ ୨୧୪ ଭୋଟ ଦିଆଯାଇଥିବାବେଳେ ଏହା ବିରୋଧରେ ଗୋଟିଏ ବି ଭୋଟ ଦିଆଯାଇ ନାହିଁ। ରାଜ୍ୟ ସଭାରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ପାରିତ ହେବାପରେ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। ଆଜି ସଂଯୋଗବଶତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ହିନ୍ଦୁ ରୀତିନୀତି ଅନୁଯାୟୀ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।
ପ୍ରଧାନମନ୍ତ୍ରୀ ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଥିଲେ। ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ ଉପରେ ହୋଇଥିବା ଆଲୋଚନାରେ କଂଗ୍ରେସ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରିତା ବିଳମ୍ବରେ ପ୍ରଶ୍ନ ଉଠାଇଛି, ଯାହାକୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭାଜପା ସଭାପତି ଜେପି ନଡା ଉତ୍ତର ଦେଇଛନ୍ତି।

Share