Categories: ବାଣିଜ୍ୟ

‘କନେକ୍ଟ’ ସ୍କାଏ ଲାଉଞ୍ଜ ଆଣ୍ଡ ରେଷ୍ଟୁରାଣ୍ଟ ଉଦ୍‌ଘାଟିତ

ନୂଆଦିଲ୍ଲୀ,୨୧।୧୨: ସ୍ମାର୍ଟ ସିଟି ଭୁବନେଶ୍ୱର ଧୀରେ ଧୀରେ ତା’ର କାୟା ବିସ୍ତାର କରିଚାଲିଛି। ଏପରିକି ବର୍ତ୍ତମାନର ସମୟକୁ ଆଖି ଆଗରେ ରଖି ରାଜଧାନୀର ଜନଗହିଳ ପୂର୍ଣ୍ଣ ଅଞ୍ଚଳରେ ‘କନେକ୍ଟ’ ସ୍କାଏ ଲାଉଞ୍ଜ ଆଣ୍ଡ ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଫ୍ୟାଶନେବୁଲ ନାଇଟ୍‌ କ୍ଲବ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍‌ ଅଭିନେତ୍ରୀ ତଥା ଡିଜେ ଗାର୍ଲ ଉଦିତା ଗୋସ୍ବାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ, ଲିପ୍ସା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉଦିତା ଗୋସ୍ବାମୀଙ୍କ ଡିଜେ ଉପସ୍ଥିତ ଯୁବବର୍ଗ ଓ କର୍ମଚାରୀଙ୍କୁ ମନୋରଞ୍ଜନ କରାଇଥିଲା। ସେହିଭଳି ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ବିଶେଷକରି ଓଡ଼ିଆ ଡାଲମା ତାଙ୍କର ବେଶ୍‌ ପ୍ରିୟ ବୋଲି ଉଦିତା ମତପ୍ରକାଶ କରିଥିଲେ। ଅପରପକ୍ଷରେ ‘କନେକ୍ଟ’ର ସ୍ବତ୍ୱାଧିକାରୀ ରୁଦ୍ରନାରାୟଣ ବେହେରା କହିଛନ୍ତି, ସହରରେ ଅନେକ ନୂଆ ନୂଆ ଡିଜାଇନ ଓ ମଡେଲର ରେଷ୍ଟୁରାଣ୍ଟ ରହିଥିବା ବେଳେ ଗୋଟିଏ ଛାତ ତଳେ ନାଚ, ଗୀତ, ଖାଦ୍ୟ ଓ ପ୍ରତିଭା ପ୍ରଦର୍ଶନର ଉପଯୁକ୍ତ ସ୍ଥାନର ଅଭାବ ଥିଲା। ଏହାକୁ ପୂରଣ କରିବା ଲକ୍ଷ୍ୟରେ ଏଭଳି ଏକ ମଡେଲର ଶୁଭାରମ୍ଭ କରାଯାଇଛି। ଏପରିକି ଉପରେ ରେଷ୍ଟୁରାଣ୍ଟ ଓ ତଳେ ନାଇଟ୍‌ କ୍ଲବ୍‌ ଏଭଳି ଏକ କନ୍‌ସେପ୍ଟ ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି। ବିଶେଷକରି ସୁସ୍ବାଦୁ ଖାଦ୍ୟ ସହ ମନୋରଞ୍ଜନର ସମ୍ମିଶ୍ରଣ ଲୋକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ବେହେରା ମତପ୍ରକାଶ କରିଛନ୍ତି।

Share