Categories: ଜାତୀୟ

ଭାଜପାରେ ଯୋଗଦେଲେ କଂଗ୍ରେସର ପୋଷ୍ଟର ଗର୍ଲ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା, କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଦେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଏହି କ୍ରମରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ପୋଷ୍ଟର ଗର୍ଲ ତଥା ପ୍ରିୟଙ୍କାଙ୍କ ‘ଲଡ୍‌କି ହୁଁ, ଲଡ୍‌ ଶକ୍ତି ହୁଁ ’ ଅଭିଯାନର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ଗୁରୁବାର ଭାଜପାରେ ଯୋଗଦେଇ କଂଗ୍ରେସକୁ ଅଡୁଆରେ ପକାଇଛନ୍ତି ।

ଅନ୍ୟପକ୍ଷେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସଡୁ ପ୍ରମୋଦ ଗୁପ୍ତା ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଏହା ଏସ୍‌ପିକୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି।

Share