Posted inଜାତୀୟ

ଓ୍ବାୟନାଡ଼ରେ କଂଗ୍ରେସର ଅଡ଼ୁଆ ବଢ଼ିଲା, ୨ଜଣଙ୍କ ଆତ୍ମହତ୍ୟାକୁ ନେଇ କାହିଁକି…

ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିଧାନସଭା କ୍ଷେତ୍ର ଓ୍ବାୟନାଡ଼ରେ କଂଗ୍ରେସର ଅଡୁଆ ବଢ଼ିଛି। ଏହାର କାରଣ ହେଉଛି ଓ୍ବାୟନାଡ଼ରେ ଜଣେ ସ୍ଥାନୀୟ କଂଗ୍ରେସ ନେତା ଏବଂ ତାଙ୍କ ପୁଅ ଆତ୍ମହତ୍ୟା କରିବା। ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ଏନ୍‌ ଏମ୍‌ ବିଜୟନ ଏବଂ ତାଙ୍କ ପୁଅଙ୍କ ନାମ ଜିଜେଶ। ସିପିଏମ୍‌ ଏବଂ ଭାଜପା ଏହି ଆତ୍ମହତ୍ୟା ପ୍ରସଙ୍ଗକୁ ଉଠାଇଛନ୍ତି। ଉଭୟ ରାଜନୈତିକ ଦଳ କଂଗ୍ରେସ ନେତାଙ୍କ ଉପରେ ସହକାରୀ ବ୍ୟାଙ୍କରୁ କଥିତ ଭାବେ ଚାକିରି ବଦଳରେ ଟଙ୍କା ନେବାର ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି।

ଭାଜପା ଏବଂ ସିପିଏମ୍‌ର ଅଭିଯୋଗ ଜବାବରେ ଓ୍ବାୟନାଡ଼ ଜିଲା କଂଗ୍ରେସର ଅଧ୍ୟକ୍ଷ କହିଛନ୍ତି ଯେ ସେ ଦଳର ନେତୃବୃନ୍ଦଙ୍କୁ ଅପିଲ କରିଛି ଯେ ଏହି ଘଟଣାରେ ଲାଗିଥିବା ଅଭିଯୋଗର ଯାଞ୍ଚ ହେବା ଉଚିତ।

କହିରଖୁଛୁ, ପ୍ରିୟଙ୍କା ଗାନ୍ଧୀ ଓ୍ବାୟନାଡ଼ରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ନଭେମ୍ବରରେ ହୋଇଥିବା ଲୋକ ସଭା ଉପ ନିର୍ବାଚନରେ ସେ ଏଠାରୁ ୪ ଲକ୍ଷରୁ ଅଧିକ ଭୋଟରେ ବିଜେତା ହୋଇଛନ୍ତି।

ତେବେ ବିଜୟନ ଏବଂ ପୁଅ ଜିଜେଶ ଗତ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିନେଇଥିଲେ। ଜିଜେଶ ଏକ ଦୁର୍ଘଟଣା ପରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ପୋଲିସ କହିଛି ଯେ ଏହି ମାମଲାରେ କୌଣସି ସୁଇସାଇଡ୍‌ ନୋଟ ମିଳିନାହିଁ। ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ।

ବିଜୟନ ଓ୍ବାୟନାଡ଼ ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଥିଲେ। ସେ ଦୀର୍ଘ ୧ ଦଶକରୁ ଅଧିକ ସମୟ ଧରି କଂଗ୍ରେସର ଜିଲା ପଦାଧିକାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri