Posted inଜାତୀୟ

ଓ୍ବାୟନାଡ଼ରେ କଂଗ୍ରେସର ଅଡ଼ୁଆ ବଢ଼ିଲା, ୨ଜଣଙ୍କ ଆତ୍ମହତ୍ୟାକୁ ନେଇ କାହିଁକି…

ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିଧାନସଭା କ୍ଷେତ୍ର ଓ୍ବାୟନାଡ଼ରେ କଂଗ୍ରେସର ଅଡୁଆ ବଢ଼ିଛି। ଏହାର କାରଣ ହେଉଛି ଓ୍ବାୟନାଡ଼ରେ ଜଣେ ସ୍ଥାନୀୟ କଂଗ୍ରେସ ନେତା ଏବଂ ତାଙ୍କ ପୁଅ ଆତ୍ମହତ୍ୟା କରିବା। ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ଏନ୍‌ ଏମ୍‌ ବିଜୟନ ଏବଂ ତାଙ୍କ ପୁଅଙ୍କ ନାମ ଜିଜେଶ। ସିପିଏମ୍‌ ଏବଂ ଭାଜପା ଏହି ଆତ୍ମହତ୍ୟା ପ୍ରସଙ୍ଗକୁ ଉଠାଇଛନ୍ତି। ଉଭୟ ରାଜନୈତିକ ଦଳ କଂଗ୍ରେସ ନେତାଙ୍କ ଉପରେ ସହକାରୀ ବ୍ୟାଙ୍କରୁ କଥିତ ଭାବେ ଚାକିରି ବଦଳରେ ଟଙ୍କା ନେବାର ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି।

ଭାଜପା ଏବଂ ସିପିଏମ୍‌ର ଅଭିଯୋଗ ଜବାବରେ ଓ୍ବାୟନାଡ଼ ଜିଲା କଂଗ୍ରେସର ଅଧ୍ୟକ୍ଷ କହିଛନ୍ତି ଯେ ସେ ଦଳର ନେତୃବୃନ୍ଦଙ୍କୁ ଅପିଲ କରିଛି ଯେ ଏହି ଘଟଣାରେ ଲାଗିଥିବା ଅଭିଯୋଗର ଯାଞ୍ଚ ହେବା ଉଚିତ।

କହିରଖୁଛୁ, ପ୍ରିୟଙ୍କା ଗାନ୍ଧୀ ଓ୍ବାୟନାଡ଼ରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ନଭେମ୍ବରରେ ହୋଇଥିବା ଲୋକ ସଭା ଉପ ନିର୍ବାଚନରେ ସେ ଏଠାରୁ ୪ ଲକ୍ଷରୁ ଅଧିକ ଭୋଟରେ ବିଜେତା ହୋଇଛନ୍ତି।

ତେବେ ବିଜୟନ ଏବଂ ପୁଅ ଜିଜେଶ ଗତ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିନେଇଥିଲେ। ଜିଜେଶ ଏକ ଦୁର୍ଘଟଣା ପରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ପୋଲିସ କହିଛି ଯେ ଏହି ମାମଲାରେ କୌଣସି ସୁଇସାଇଡ୍‌ ନୋଟ ମିଳିନାହିଁ। ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ।

ବିଜୟନ ଓ୍ବାୟନାଡ଼ ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଥିଲେ। ସେ ଦୀର୍ଘ ୧ ଦଶକରୁ ଅଧିକ ସମୟ ଧରି କଂଗ୍ରେସର ଜିଲା ପଦାଧିକାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri