ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଇଂ. ସିଦ୍ଧାର୍ଥ ସ୍ୱରୂପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ଭୋଟ ଚୋରି ଅଭିଯୋଗ ଆଣିବା ସହ ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏଥିସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।
କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ (ପଛୁଆ ବର୍ଗ) ବେଣୁଧର ସାହୁ, ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରମୋଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା, ଜିଲ୍ଲା କଂଗ୍ରେସ ଓବିସି ସଭାପତି ରାଜକିଶୋର ପ୍ରଧାନ ଏବଂ ନିରାକାର ଜେନା ପ୍ରମୁଖ ଯୋଗଦେଇ ଅଭିଯାନକୁ ସମର୍ଥନ ଜଣାଇଥିଲେ। ଏହି ଅଭିଯାନରେ ୨୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗଦେଇଥିଲେ।