Categories: ଜାତୀୟ

କଂଗ୍ରେସର ପ୍ରତିଶ୍ରୁତି କେବଳ ପାଣିର ଗାର: ଭାଜପାର କଟାକ୍ଷ…

ଭୋପାଳ,୮।୬ : ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସବୁବେଳେ ପ୍ରତିଶ୍ରୁତି ପୂରଣରେ ବିଫଳ ରହିଆସିଛି ଏବଂ ପୁଣି ଥରେ ସମାନ କାର୍ଯ୍ୟ କରିଛି। କର୍ନାଟକରେ ବିଦ୍ୟୁତ ହାର ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି ଏହାଠାରୁ ଅଧିକ କିଛି ନିନ୍ଦନୀୟ ହୋଇପାରିବ ନାହିଁ। ନିର୍ବାଚନରେ ଜିତିବା ପରେ କଂଗ୍ରେସର ପ୍ରକୃତ ଚେହେରା ସାମ୍ନାକୁ ଆସିଛି।

ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ନେତୃତ୍ୱାଧୀନ କର୍ନାଟକ ସରକାର ନିର୍ବାଚନ ପୂର୍ବରୁ ଦିଆଯାଇଥିବା ମାଗଣା ବିଦ୍ୟୁତ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ୨୦୦ ରୁ ଅଧିକ ୟୁନିଟ ବିଦ୍ୟୁତ ବ୍ୟବହାର ପାଇଁ ବିଲ ବର୍ତ୍ତମାନ ବୃଦ୍ଧି ହାରରେ ଆସିବ। ଯଦି ସ୍ଲାବ ୨୦୦ ୟୁନିଟ ମାଗଣା ବିଦ୍ୟୁତ ଅତିକ୍ରମ କରେ, ତେବେ ଜୁନ ମାସରୁ ୟୁନିଟ ପିଛା ଅତିରିକ୍ତ ୨.୮୯ ଟଙ୍କା ଦେବାକୁ ପଡିବ। ନରୋତ୍ତମ ମିଶ୍ର ଏନେଇ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି କଂଗ୍ରେସର ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି।

କଂଗ୍ରେସର ପ୍ରତିଶ୍ରୁଚି ପ୍ରବଞ୍ଚନା ପାଲଟିଛି। କର୍ନାଟକରେ କଂଗ୍ରେସ ବିଦ୍ୟୁତ ଛାଡ ବିଷୟରେ କହୁଥିଲା ଏବଂ ଏବେ ବିଲ ବୃଦ୍ଧି କରିଛି। ଦେଶର ଲୋକଙ୍କୁ ବୁଝାଇବା ପାଇଁ ଏହାଠାରୁ ଅଧିକ କିଛି କୁହାଯାଇପାରିବ ନାହିଁ। ଲୋକମାନଙ୍କୁ, କୃଷକ ଏବଂ ଯୁବବର୍ଗମାନଙ୍କୁ ନିରନ୍ତର ପ୍ରତାରଣା କରିବା କଂଗ୍ରେସର ଅଭ୍ୟାସ। ମଧ୍ୟପ୍ରଦେଶରେ ମଧ୍ୟ ରାହୁଲ ଗାନ୍ଧୀ କହିଥିଲେ ସେ କର୍ନାଟକରେ ୧୦ ଦିନ ମଧ୍ୟରେ ଦୁଇ ଲକ୍ଷ ଋଣ ଛାଡ଼ କରିବେ, ନଚେତ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବେ। ଋଣ ଛାଡ କରାଯାଇ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ନାହାନ୍ତି।

ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ହ୍ରାସ କରିବ ବୋଲି କଂଗ୍ରେସ ନିଜର ଇସ୍ତାହାରରେ କହିଥିଲା। ଯୁବବର୍ଗଙ୍କୁ ବେକାରୀ ଭତ୍ତା ଏବଂ କନ୍ୟାଦାନ ବିବାହ ବିଷୟରେ ପ୍ରତିଶ୍ରୁତି ଦେଇଥିଲା। ସେସବୁ ନେଇ କଂଗ୍ରେସ ସରକାର ଏବେ ନୀରବ। କର୍ନାଟକରେ କଗ୍ରେସ ସରକାର ମିଥ୍ୟାର ସମସ୍ତ ସୀମା ଅତିକ୍ରମ କରିଛନ୍ତି।

Share