Categories: ଜାତୀୟ

‘୨୦୨୪ରେ କଂଗ୍ରେସ ଜିତିବ, ମୋତେ ଦେଖାଯାଉନି’

ନୂଆଦିଲ୍ଲୀ,୨।୧୨: ୨୦୨୪ ନିର୍ବାଚନରେ କଂଗ୍ରେସର ବିଜୟ ମୋତେ ଦେଖାଯାଉନାହିଁ। କେନ୍ଦ୍ରୀୟ ନେତୃତ୍ୱ ପାଇଁ କଂଗ୍ରେସରେ ଆନ୍ତଃ କନ୍ଦଳ ଚାଲିଥିବା ବେଳେ ଏଭଳି ମତ ଦେଇଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ।

ଜମ୍ମୁ-କଶ୍ମୀରରେ ବୁଧବାର ପୁଞ୍ଚରେ ଏକ ରାଲିକୁ ସମ୍ବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ, ୩୭୦ ଧାରା ଉଚ୍ଛେଦ ଘଟଣା ଏବେ କୋର୍ଟରେ। ମୁଁ ଲୋକଙ୍କୁ ଖୁସି କରିବା ପାଇଁ ଆମ ହାତରେ ନ ଥିବା ବିଷୟରେ କିଛି କହିପାରିବି ନାହିଁ। ମୁଁ ଆପଣଙ୍କୁ ଜହ୍ନ, ତାରା ପ୍ରତିଶ୍ରୁତି ଦେଇପାରିବ ନାହିଁ। କୋର୍ଟଙ୍କ ଛଡ଼ା ଯଦି କିଏ କିଛି କରିପାରିବ, ତେବେ ତାହା ବର୍ତ୍ତମାନ ସରକାର। ଏଥି ଲାଗି ସେମାନେ ହିଁ ଦାୟୀ। ଆମ ପାଖରେ ୩୦୦ ଏମ୍‌ପି କମ ଅଛନ୍ତି। ୨୦୨୪ରେ ଯଦି କଂଗ୍ରେସ ଜିତେ, ତେବେ ଆମେ କିଛି କରିପାରିବୁ। କିନ୍ତୁ ବର୍ତ୍ତମାନ ସେଭଳି କିଛି ମୁଁ ଦେଖିପାରୁ ନାହିଁ। ଏଣୁ ମୁଁ ଆପଣଙ୍କୁ ମିଛ ପ୍ରତିଶ୍ରୁତି ଦେବି ନାହିଁ।

Share