ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ। ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯିବ ବୋଲି ସେମାନେ ଘୋଷଣା କରିଥିଲେ। ଅନ୍ୟ ଭାରତୀୟ ଆମେରିକୀୟଙ୍କୁ ଆମେରିକା କଂଗ୍ରେସ ଓ ଅନ୍ୟ ସଂସ୍ଥାକୁ ନିର୍ବାଚିତ କରିବା ଲାଗି କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି ଆହ୍ବାନ ଦେଇଥିଲେ। ନ୍ୟୁୟର୍କ, ନ୍ୟୁଜର୍ସି ଓ ନ୍ୟୁ ଇଂଲଣ୍ଡର ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଆସୋସିଏଶନ ପକ୍ଷରୁ କ୍ୟାପିଟୋଲରେ ଆୟୋଜିତ ଏହି ଉତ୍ସବରେ ପ୍ରାୟ ୨୦ ଜଣ କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ।

Share