Posted inଜାତୀୟ

ଗୁଲାମ ନବିଙ୍କ ଇସ୍ତଫା ପରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ପାର୍ଟି ଅଧ୍ୟକ୍ଷ ନିର୍ବାଚନକୁ ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ରବିବାର ବସିବ । ଏହି ବୈଠକରେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମକୁ ମଞ୍ଜୁରି ମିଳିବ । ଏହାସହ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବେ କି ନାହିଁ ସେ ନେଇ ବି ଚର୍ଚ୍ଚା ହେବ । ଗୁଲାମ ନବି ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଅନଲାଇନ ବୈଠକରେ ଅଧ୍ୟକ୍ଷ ନିର୍ବାଚନର ବିସ୍ତୃତ କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ସହ ସୋନିଆ ଗାନ୍ଧୀ ଓ ରାହଲ ଗାନ୍ଧୀଙ୍କ ନେତୃତ୍ୱରେ ବିଶ୍ୱାସ ପ୍ରକଟ କରାଯିବ । କଂଗ୍ରେସର ସୂଚନା ଅନୁଯାୟୀ, ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ କିଛି ସପ୍ତାହ ବିଳମ୍ବ ହୋଇପାରେ । କୁହାଯାଇଛି କି ଦଳର ଅଧ୍ୟକ୍ଷ ଏବେ ‘ଭାରତ ଯୋଡୋ ଯାତ୍ରା’କୁ ନେଇ ବ୍ୟସ୍ତ ଅଛନ୍ତି, କଛି ରାଜ୍ୟରେ ଦଳର ଔପଚାରିକତା ପୂରଣ ହୋଇ ପାରି ନାହିଁ ।
ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ସିଡବ୍ଲୁସି ଯେଉଁ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଥିଲା, ସେହି ହିସାବରେ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ୨୧ ଅଗଷ୍ଟରୁ ୨୦ ସେପ୍ଟେମ୍ବର ମଧ୍ୟରେ ଶେଷ ହେବାର ଥିଲା । ସିଡବ୍ଲୁସି ଗତବର୍ଷ ନିଷ୍ପତ୍ତି ନେଇଥିଲା କି ବ୍ଲକ କମିଟି ପାଇଁ ୧୬ ଏପ୍ରିଲରୁ ୩୧ ମେ ମଧ୍ୟରେ ନିର୍ବାଚନ ହେବ । ସେହିପରି ଜିଲା କମିଟି ଅଧ୍ୟକ୍ଷ ନିର୍ବାଚନ ୧ ଜୁନରୁ ୨୦ ଜୁଲାଇ ମଧ୍ୟରେ କରାଯିବ ।
ସୂଚନାଯୋଗ୍ୟ, ରବିବାର ଅନୁଷ୍ଠିତ ସିଡବ୍ଲୁସି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅନଲାଇନରେ ଯୋଗଦେବେ । କାରଣ ସୋନିଆ ଚିକିତ୍ସା ଲାଗି ବିଦେଶ ଯାଇଥିବା ବେଳେ ରାହୁଲ ଓ ପ୍ରିୟଙ୍କା ତାଙ୍କ ସହ ବିଦେଶରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri