Categories: ଜାତୀୟ

ମୁଁ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ: ଅସନ୍ତୁଷ୍ଟଙ୍କୁ ସୋନିଆଙ୍କ ଉତ୍ତର

ନୂଆଦିଲ୍ଲୀ,୧୬ ।୧୦: କଂଗ୍ରେସ ଦଳରେ ସ୍ଥାୟୀ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଆଲୋଚନା ସମାଲୋଚନା ଉପରେ ଫୁଲଷ୍ଟପ ଲଗାଇଛନ୍ତି ବର୍ତ୍ତମାନର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଶବିବାର କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲୁସି)ର ବୈଠକରେ ସୋନିଆ ସ୍ପଷ୍ଟ କରିଛନ୍ତି କି ସେ ହିଁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷା । ସେ କହିଛନ୍ତି ସମସ୍ତ କଥାକୁ ମୁଁ ଗମ୍ଭିରତାର ସହ ଶୁଣିଛି ଓ ଏହାର ସମାଧାନ କରିଛି । ତେଣୁ ଗଣମାଧ୍ୟମ ଜରିଆରେ ଏସବୁ କହିବାର କିଛି ଆବଶ୍ୟକତା ନାହିଁ । ଅସନ୍ତୁଷ୍ଟ ନେତାଙ୍କୁ ଏହା ସୋନିଆଙ୍କର ସିଧାସଳଖ ଉତ୍ତର ବୋଲି କୁହାଯାଉଛି । ସୋନିଆ କହିଛନ୍ତି ଦଳରେ ଯୁବକଙ୍କ ଅଂଶଗ୍ରହଣ ସଂଖ୍ୟା ବଢିଛି । ତାହା କୃଷକ ମୁଦ୍ଦା ହେଉ ଅବା ମହାମାରୀ ସମୟରେ ସହାୟତା ଯୋଗାଇଦେବା ପୁଣି ଯୁବ ଓ ମହିଳାଙ୍କ ସମସ୍ୟା । ଲଖିମପୁର ହିଂସା ଘଟଣାକୁ ନେଇ ସୋନିଆ କହିଛନ୍ତି ଏହି ଘଟଣା ଭାରତୀୟ ଜନତା ପାର୍ଟି(ଭାଜପା)ର ମାନସିକତାକୁ ଦର୍ଶାଉଛି ବୋଲି ସୋନିଆ କହିଛନ୍ତି । ସୂଚନାଯୋଗ୍ୟ, ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ସିଡବ୍ଲୁସି ମିଟିଂ ହୋଇଛି । ଏଥିରେ ସୋନିଆଙ୍କ ସମେତ ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ଆନନ୍ଦ ଶର୍ମା ଆଦି ୫୨ ବରିଷ୍ଠ ନେତା ଯୋଗ ଦେଇ ଦେଶରେ ଏବେକାର ରାଜନୈକ ସ୍ଥିତି, ଆଗାମୀ ବିଧରନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହେବ ।

Share