Categories: ଜାତୀୟ

ପ୍ରିୟଙ୍କାଙ୍କୁୁ ସାକ୍ଷାତ୍‌ କରିବାକୁ ଜିଦ୍‌ ଧରିଲେ କଂଗ୍ରେସକର୍ମୀ, ଫିଲ୍ମ ଷ୍ଟାଇଲ୍‌ରେ ପାଣି ଟାଙ୍କିରେ ଚଢ଼ିଲେ…

ଲକ୍ଷ୍ନୌି,୨୦।୭: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍‌ କରିବା ପାଇଁ ଜଣେ କର୍ମୀ ଜିଦ୍‌ ଧରି ତୁମୁଳ କାଣ୍ଡ ଭିଆଇଛନ୍ତି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସକର୍ମୀ କେ.ଡ଼ି. ଦିକ୍ଷୀତ ହାତରେ ପୋଷ୍ଟର ଧରି ପାଣିଟାଙ୍କିରେ ଚଢ଼ି ଫିଲ୍ମ ଷ୍ଟାଇଲ୍‌ରେ ତଳକୁ ଡେଇଁବାକୁ ଧମକ ହେଇଛନ୍ତି। ପ୍ରିୟଙ୍କା ନ ଆସିଲା ପର୍ଯ୍ୟନ୍ତ ସେ ତଳକୁ ଓହ୍ଲାଇବେ ନାହିଁ ବୋଲି କହିଥିଲେ। ପୂର୍ବରେ ସେ କଂଗ୍ରେସର ପ୍ରବକ୍ତା ଥିଲେ ବୋଲି କହିବା ସହିତ ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଲାଲୁ ଏବଂ ସନ୍ଦୀପ ସିଂଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିଥିଲେ। ପରେ ଯୁବକ ଜଣକ ପାଣି ଟାଙ୍କିରୁ ତଳକୁ ଓହ୍ଲାଇ ଥିଲେ। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share