Posted inଜାତୀୟ

‘ପେ ସିଏମ୍‌’ ପୋଷ୍ଟର ବିବାଦ ମାମଲାରେ ୫ କଂଗ୍ରେସ କର୍ମକର୍ତ୍ତା ଗିରଫ

ବେଙ୍ଗାଲୁରୁ,୨୨।୯: ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଶାସକ ଦଳ ଭାଜପାକୁ ଟାର୍ଗେଟ କରିଥିବା ‘ପେ ସିଏମ୍‌’ ପୋଷ୍ଟର ବିବାଦ ମାମଲାରେ କର୍ନାଟକ ପୋଲିସ ୫ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ତେବେ ଗିରଫ ହୋଇଥିବା ଉଭୟ ବ୍ୟକ୍ତି କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ସୋସିଆଲ ମିଡିଆ ୱିଙ୍ଗ ସହ ଜଡିତ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ କେପିସିସି ସୋସିଆଲ ମିଡିଆର ପୂର୍ବତନ ଅଧ୍ୟକ୍ଷ ବି.ଆର ନାଇଡୁ ଓ ବେଙ୍ଗାଲୁରୁର କେ.ଦେବନ୍ଦଦ୍ରାର ବାସିନ୍ଦା ଗଗନ ଯାଦବଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୱନ, ସଞ୍ଜୟ ଏବଂ ବିଶ୍ୱନାଥଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ବେଙ୍ଗାଲୁରୁର ଅନେକ ସ୍ଥାନରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ଫଟୋ ଉପରେ ‘ପେ ସିଏମ୍‌’ ଲେଖାଥିବା ପୋଷ୍ଟର ଲଗାଯାଇଥିଲା। ବେଙ୍ଗାଲୁରୁ ରାସ୍ତାରେ ବୋମ୍ମାଇଙ୍କ କ୍ୟୁଆର୍‌ କୋଡ ସହିତ ‘ପେ ସିଏମ’ର ପୋଷ୍ଟର ଲଗାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଶୁଟର ସିପି ସିଦ୍ଧୁ ହତ୍ୟା ଘଟଣା: ବିଚାରପତିଙ୍କ ଝିଅ ଗିରଫ

ଚଣ୍ଡିଗଡ,୧୫।୬: ଜାତୀୟ ଶୁଟର ସିପି ସିଦ୍ଧୁଙ୍କ ହତ୍ୟା ଘଟଣାରେ ବୁଧବାର ସିବିଆଇ ଜଣେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଘଟଣାର ପ୍ରାୟ ୭ ବର୍ଷ...

ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ

ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍‌ କୌଣସି...

ମଥୁରା ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେବେ ଯୋଗୀ

ମଥୁରା,୨୩।୮: ସାରା ଦେଶରେ ଶୁକ୍ରବାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ‘ଜନ୍ମାଷ୍ଟମୀ’ ଉତ୍ସବ ଖୁବ୍‌ ଆଡମ୍ବରରେ ପାଳନ କରାଯାଉଛି। ହେଲେ ମଥୁରାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ...

ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି...

ଆଉ ୬ ପୋସେଇଡନ୍‌ ବିମାନ କିଣିବ ଭାରତ

ନୂଆଦିଲ୍ଲୀ,୨୬ା୭: ଚାଇନା ସହ ସାମରିକ ବିବାଦ ଲାଗି ରହିଥିବାବେଳେ ଭାରତ ଆଉ ୬ଟି ପୋସେଇଡନ୍‌-୮ଆଇ ବିମାନ ଆମେରିକାରୁ କିଣିବାକୁ ଯାଉଛି। ଏଥିସହିତ ୬ଟି ପ୍ରେଡାଟର-ବି ସଶସ୍ତ୍ର...

ଇଡି କାର୍ଯ୍ୟାଳୟରେ ୟେସ୍‌ ବ୍ୟାଙ୍କର ଫାଉଣ୍ଡର

ମୁମ୍ବାଇ,୭।୩: ୟସ୍‌ ବ୍ୟାଙ୍କ ଏବେ ସଙ୍କଟରେ। ୨୦୦୪ରେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏହାର ଗ୍ରାହକଙ୍କ...

କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ...

୧୧ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧...

Advertisement
Archives

Model This Week