Posted inଜାତୀୟ

ମଧ୍ୟ ପ୍ରଦେଶରେ ୧୯ ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ବାହାର କରିବ କଂଗ୍ରେସ, ପୋଷ୍ଟରରେ ନାହିଁ ଦିଗବିଜୟଙ୍କ ଫଟୋ

ଭୋପାଳ,୧୮।୯: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଭାଜପା ଜନ ଆଶୀର୍ବାଦ ଯାତ୍ରା ବାହାର କରୁଥିବା ବେଳେ କଂଗ୍ରେସ ୧୯ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହି ସମୟ ମଧ୍ୟରେ କଂଗ୍ରେସର ନିର୍ବାଚନ ପୋଷ୍ଟରରୁ ପୂର୍ବତନ ଏମପି ତଥା ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ଫଟୋ ନିଖୋଜ ହେବା ଚର୍ଚ୍ଚାର ବିଷୟ ପାଲଟିଛ, ଯାହା ମଧ୍ୟପ୍ରଦେଶ ରାଜନୀତିରେ ଉତ୍ତେଜନା ସୃଷ୍ଟି କରୁଛି। ଏହି ପୋଷ୍ଟରଗୁଡ଼ିକର ବିଶେଷତ୍ୱ ହେଉଛି ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ କୌଣସି ଫଟୋ ନାହିଁ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ କଂଗ୍ରେସର ନିର୍ବାଚନ ରଥ ଉପରେ ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଅନୁପସ୍ଥିତିର କାରଣ କଂଗ୍ରେସର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ଭାଜପା ଜନ ଆଶୀର୍ବାଦ ଯାତ୍ରା ବାହାର କରୁଥିବାବେଳେ କଂଗ୍ରେସ ମଧ୍ୟ ମଙ୍ଗଳବାରଠାରୁ ଜନ ଆକ୍ରୋଶ ଯାତ୍ରା ବାହାର କରିବାକୁ ଯାଉଛି। କଂଗ୍ରେସ ଏକକାଳୀନ ରାଜ୍ୟର ୭ଟି ସ୍ଥାନରୁ ଜନ ଆକ୍ରୋଶ ଯାତ୍ରା ବାହାର କରିବ। କଂଗ୍ରେସ ଦ୍ୱାରା ପ୍ରକାଶିତ ଜନ ଆକ୍ରୋଶ ଯାତ୍ରାର ପୋଷ୍ଟରରେ କମଲ ନାଥଙ୍କ ସହ ସମସ୍ତ ଭେଟେରାନ ନେତାଙ୍କ ଚେହେରା ରହିଛି। କିନ୍ତୁ ଭେଟେରାନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପୋଷ୍ଟରରୁ ନିଖୋଜ ଅଛନ୍ତି।
ଦିଗବିଜୟ ସିଂଙ୍କ ଫଟୋ ପୋଷ୍ଟରରୁ ନିଖୋଜ ହେତୁ ରାଜ୍ୟର ରାଜନୀତି ସରଗରମ ହୋଇଛି। ତେବେ ରାଜନୈତିକ ବିଶେଷଜ୍ଞମାନେ ଏହାକୁ କଂଗ୍ରେସର ଏକ ସୁଚିନ୍ତିତ ରଣନୀତି ବୋଲି କହିଛନ୍ତି। କଂଗ୍ରେସ ଆଶଙ୍କା କରୁଛି ଯେ ଭାଜପା ଦିଗବିଜୟ ସିଂଙ୍କ ମିଶ୍ଟର ବଂଟାଧାର ସ୍ଲୋଗାନକୁ ପୁଞ୍ଜି ଦେଇପାରେ ଏବଂ ଏହି ନିର୍ବାଚନ ଲାଭ ବଦଳରେ ବଡ କ୍ଷତି ଘଟାଇପାରେ। ଏହି କାରଣରୁ ଜନ ଅକ୍ରୋଶ ଯାତ୍ରାର ପୋଷ୍ଟରରୁ ଦିଗବିଜୟ ସିଂଙ୍କ ଫଟୋ ନିଖୋଜ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?